କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀଙ୍କ ପାଇଁ ବାଙ୍କପଲାଶ ଗାଁ କରୋନାମୁକ୍ତ

The Sakala Picture
Published On

ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ ଥର୍ମୋମିଟରଟିଏ ଧରି ଏମାନେ ପହଞ୍ଚିଯାଉଛନ୍ତି ଏ ଘରରୁ ସେ ଘର। ଆଉ ବିନା ସଙ୍କୋଚରେ ବାଣ୍ଟିଯାଉଛନ୍ତି କରୋନା ସଚେତନତାର ଅଭୟ […]

ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ ଥର୍ମୋମିଟରଟିଏ ଧରି ଏମାନେ ପହଞ୍ଚିଯାଉଛନ୍ତି ଏ ଘରରୁ ସେ ଘର। ଆଉ ବିନା ସଙ୍କୋଚରେ ବାଣ୍ଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜିଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁଁ ଆଜି ବାଙ୍କପଲାଶ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି। ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି। ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁଁ। ଗତବର୍ଷର ଅଭିଜ୍ଞତାକୁ ଭିତ୍ତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ। ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତିମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରେସନ ଦେବା, ପ୍ରାକ୍‍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶୀକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନୱାଦି ଦିଦି ପୂର୍ଣ୍ଣମୀ। ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ। ଯାହାକି ଏପ୍ରିଲ ମାସରୁ ପୁଣିଥରେ ଜୋର୍‍ସୋରରେ ଆରମ୍ଭ ହେଲା। ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‍କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ନିଜର ଅଭିଜ୍ଞତା ସଂପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନ ଥିଲା ଆମମାନଙ୍କ ପାଇଁ। ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ୍‍ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା। ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

16 Jul 2021 By The Sakala

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ଅଙ୍ଗନବାଡ଼ି ଦିଦି ପୂର୍ଣ୍ଣମୀଙ୍କ ପାଇଁ ବାଙ୍କପଲାଶ ଗାଁ କରୋନାମୁକ୍ତ

ଭୁବନେଶ୍ୱର: ନିଜ ଗାଁ, ପରିବାର, ସାହି, ସମାଜ କରୋନାମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ। ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍‌ ଓ ଥର୍ମୋମିଟରଟିଏ ଧରି ଏମାନେ ପହଞ୍ଚିଯାଉଛନ୍ତି ଏ ଘରରୁ ସେ ଘର। ଆଉ ବିନା ସଙ୍କୋଚରେ ବାଣ୍ଟିଯାଉଛନ୍ତି କରୋନା ସଚେତନତାର ଅଭୟ ବାଣୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବାଙ୍କପଲାଶ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ପୂର୍ଣ୍ଣମୀ ଭୋଇ ଗତବର୍ଷରୁ ହିଁ ଏହି ଅଭିଯାନରେ ସାମିଲ ହୋଇ ଆଜିଯାଏ ତାଙ୍କର ସେବା ଅବ୍ୟାହତ ରଖିଛନ୍ତି।

ପୂର୍ଣ୍ଣମୀଙ୍କ କରୋନା ସଚେତନତା ଅଭିଯାନ ଯୋଗୁଁ ଆଜି ବାଙ୍କପଲାଶ ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ଥିବା ୧୯୪ ପରିବାରର ୮୨୭ ଘର କରୋନାମୁକ୍ତ ହୋଇ ରହିଛନ୍ତି। ଗୋଟିଏ ହେଲେ ପରିବାରରେ କାହାଠି କରୋନା ଲକ୍ଷଣ ନାହିଁ କି କେହି ସଙ୍ଗରୋଧ ହୋଇ ଜୀବନ କାଟୁନାହାନ୍ତି। ଏସବୁ ସମ୍ଭବ ହୋଇଛି ପୂର୍ଣ୍ଣମୀ ଓ ତାଙ୍କ ସାଥୀ ସହକର୍ମୀମାନଙ୍କ ଯୋଗୁଁ। ଗତବର୍ଷର ଅଭିଜ୍ଞତାକୁ ଭିତ୍ତି କରି ମାର୍ଚ୍ଚ ମାସରୁ ହିଁ ଗାଁରେ ପୂର୍ଣ୍ଣମୀ ନିଜସ୍ୱ ଉଦ୍ୟମରେ କରୋନା ସଚେତନତା କାମ ଚଳାଇଥିଲେ। ସକାଳ ୬ଟା ୩୦ରୁ ଦିନ ୯ଟା ୩୦ ଯାଏଁ ଘରକୁ ଘର ବୁଲି ଲୋକଙ୍କ କରୋନା ବାବଦରେ ବୁଝାଇବା, ଗର୍ଭବତୀ ଓ ପ୍ରସୂତିମାନଙ୍କର ସ୍ଥିତି ପରଖିବା, ସେମାନଙ୍କୁ ଶୁଖିଲା ରେସନ ଦେବା, ପ୍ରାକ୍‍ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ, ଗାଁର କିଶୋରୀ ବାଳିକାମାନେ ଯେପରି ବାଲ୍ୟ ବିବାହ ଓ ନିର୍ଯାତନାର ଶୀକାର ନ ହୁଅନ୍ତି ସେସବୁ କାମର ତଦାରଖ କରନ୍ତି ଅଙ୍ଗନୱାଦି ଦିଦି ପୂର୍ଣ୍ଣମୀ। ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବା, ଘରୋଇ ଉପଚାରରେ କରୋନାରୁ ଦୂରେଇ ରହିବାର ବିଭିନ୍ନ ପଦ୍ଧତି, ହାତ ସଫା କରିବାର କୌଶଳ ଆଦି ଘରକୁ ଘର ବୁଲି ଲୋକଙ୍କୁ ଶିଖାଇବାର ଆରମ୍ଭ କରିଥିଲେ। ଯାହାକି ଏପ୍ରିଲ ମାସରୁ ପୁଣିଥରେ ଜୋର୍‍ସୋରରେ ଆରମ୍ଭ ହେଲା। ସବୁଥିରେ ସାମାଜିକ ଦୂରତା ଓ କରୋନା ଗାଇଡ୍‌ଲାଇନ୍‍କୁ ଅନୁପାଳନ କରି ଗାଁ ଲୋକ ନିଜର କାମ କରୁଛନ୍ତି।

ନିଜର ଅଭିଜ୍ଞତା ସଂପର୍କରେ ପୂର୍ଣ୍ଣମୀ କହନ୍ତି, ପ୍ରଥମେ ପ୍ରଥମେ ଏସବୁ ଏତେ ସହଜ ନ ଥିଲା ଆମମାନଙ୍କ ପାଇଁ। ଡିଜିଟାଲ ଦୁନିଆ ସହ ଯୋଡ଼ିହେବା, ପୁଣି ସେ ଥର୍ମାଲ୍‍ ସ୍କ୍ରିନିଂ ଓ ଥର୍ମୋମିଟର ଭଳି ସାମଗ୍ରୀ ସହ ପରିଚୟ ହେବା ସବୁ କିଛି ନୂଆ ଥିଲା। ହେଲେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଲୋକଙ୍କ ସଂସ୍ପର୍ଶରେ ଆସି ଆମେ ଏସବୁ କାମ ଶିଖିଲୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର