ବାଲେଶ୍ଵର ସଦର ଡ୍ରଗ୍ସ ଅଫିସରେ ଡ଼୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ, ଆକ୍ରମଣରେ ମହିଳା ପିଅନ ଗୁରୁତର
ବାଲେଶ୍ଵର: ଗତକାଲି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲର ଜଣେ ବହିଷ୍କୃତ ଶ୍ରମିକଙ୍କ ଉନ୍ମତ୍ତ କାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଆଜି ମଧ୍ୟ ବାଲେଶ୍ବର ସଦର ଡ଼୍ରଗ୍ସ ଅଫିସରେ ଅନୁରୂପ ଭାବେ ଏକ ଘଟଣା ଘଟିଛି। ଅଫିସ ଗାଡ଼ି ଡ଼୍ରାଇଭରର ଆକ୍ରମଣରେ ଜଣେ ମହିଳା ପିଅନ ଲହୁଲୁହାଣ ହୋଇଛନ୍ତି। କୌଣସି କାରଣକୁ ନେଇ ହଠାତ୍ ଡ଼୍ରାଇଭର ଜଣକ ଉତ୍ତେଜିତ ହୋଇ ପିଅନ ହୀରାବତୀ ମାରାଣ୍ଡିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ […]
ବାଲେଶ୍ଵର: ଗତକାଲି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲର ଜଣେ ବହିଷ୍କୃତ ଶ୍ରମିକଙ୍କ ଉନ୍ମତ୍ତ କାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ ଆଜି ମଧ୍ୟ ବାଲେଶ୍ବର ସଦର ଡ଼୍ରଗ୍ସ ଅଫିସରେ ଅନୁରୂପ ଭାବେ ଏକ ଘଟଣା ଘଟିଛି। ଅଫିସ ଗାଡ଼ି ଡ଼୍ରାଇଭରର ଆକ୍ରମଣରେ ଜଣେ ମହିଳା ପିଅନ ଲହୁଲୁହାଣ ହୋଇଛନ୍ତି। କୌଣସି କାରଣକୁ ନେଇ ହଠାତ୍ ଡ଼୍ରାଇଭର ଜଣକ ଉତ୍ତେଜିତ ହୋଇ ପିଅନ ହୀରାବତୀ ମାରାଣ୍ଡିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ହୀରାବତୀଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଡ଼୍ରାଇଭର ଜଣକ ତାଙ୍କୁ କାହିଁକି ଆକ୍ରମଣ କଲେ ସେନେଇ କିଛି ସୂଚନା ମିଳିପାରି ନାହିଁ।ସ୍ବାମୀଙ୍କ ମୃତ୍ୟୁ ପରେ ହୀରାବତୀଙ୍କୁ ଅଫିସରେ ପିଅନ ଭାବେ ୨ ବର୍ଷ ପୂର୍ବେ ନିଯୁକ୍ତି ଦିଆ ଯାଇଥିଲା। ଆକ୍ରମଣ କରିଥିବା ଡ଼୍ରାଇଭରଙ୍କ ପରିଚୟ ଜଣା ପଡି ନାହିଁ ।