ଅନଲାଇନ ଟ୍ରେଡିଂ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କାର ଚୂନ ଲଗାଇଲା ଠକ

The Sakala Picture
Published On

ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ମହା ଠକେଇ । ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲା ଦୁର୍ବୁତ୍ତ । ଟ୍ରେଡିଂ କଲେ ଅଧିକ ଲାଭ ଦେବ କହି ଦୁର୍ବୁତ୍ତ ଲୁଟ କରିଛି ଏହି ଟଙ୍କା । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ […]

ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ମହା ଠକେଇ । ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲା ଦୁର୍ବୁତ୍ତ । ଟ୍ରେଡିଂ କଲେ ଅଧିକ ଲାଭ ଦେବ କହି ଦୁର୍ବୁତ୍ତ ଲୁଟ କରିଛି ଏହି ଟଙ୍କା । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ ବରମୁଣ୍ଡା ଓ ଖଣ୍ଡଗିରି ଅଂଚଳ ର ୧୩ ଜଣଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଏନେଇ ଠକାମିର ଶିକାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର 2020ରେ ବରମୁଣ୍ଡା ବି- ୯୫ରେ ମଧ୍ୟପ୍ରଦେଶର ଓମ ପ୍ରକାଶ ଭରାୱତ ଏକ ଟ୍ରେଡିଂ ଅଫିସ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ ୨୫ ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏହି ଲୋଭରେ ବରମୁଣ୍ଡା ଅଂଚଳର ସତ୍ୟଜିତ ସାମନ୍ତରାୟ ୬୭ ଲକ୍ଷ ୫୦ ହଜାର,ରଞ୍ଜନ କୁମାର ସାହୁକାର ୨୨ ଲକ୍ଷ, ଆଶୁତୋଷ ମିଶ୍ର ୮ ଲକ୍ଷ, ଚିତ୍ତରଞ୍ଜନ ତ୍ରିପାଠୀ ୮୦ ହଜାର, ସମୀର ମିଶ୍ର ୮ ଲକ୍ଷ, ଜୟଦେବ ସାମନ୍ତରାୟ ୧୭ ଲକ୍ଷ ୫୦ ହଜାର, ରାଜକିଶୋର ମିଶ୍ର ୨୭ ଲକ୍ଷ ଓ ଅନ୍ୟମାନେ ଟଙ୍କା ଲଗାଇଥିଲେ। କିଛି ମାସ ଓମ ପ୍ରକାଶ ସମସ୍ତ ଙ୍କୁ କିଛି ମାସ ର ସୁଧ ଟଙ୍କା ଦେଇଥିଲେ। ଓମ ଠିକ ରେ ଟଙ୍କା ଦେଉଥିବାରୁ ଏହି ଲୋକମାନେ ତା ପାଖରେ ଅଧିକ ଟଙ୍କା invest କରିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ଯାହାର ଫାଇଦା ଉଠେଇଥିଲା ଓମପ୍ରକାଶ। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲା। ଓମ ପ୍ରକାଶ । ଲୋକଙ୍କ ଫୋନ ଆଉ ନ ଉଠେଇବାରୁ ଲୋକମାନେ ଜାଣି ଥିଲେ କି ଓମ ସେମାନଙ୍କୁ ଠକି ଫେରାର ହୋଇଯାଇଛି। ଏନେଇ ସେମାନେ ଗତ କାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର