ଗଞ୍ଜାମରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ

The Sakala Picture
Published On

ଭୁବନେଶ୍ବର : ଗଞ୍ଜାମର ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡିଛି । ଏନେଇ ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ […]

ଭୁବନେଶ୍ବର : ଗଞ୍ଜାମର ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ସମ୍ପୃକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣାପଡିଛି । ଏନେଇ ଜନସ୍ୱାର୍ଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ୍ ଆଇସୋଲେସନରେ ଅଛନ୍ତି। ପଜିଟିଭ୍ ପରେ ଭୂତାଣୁର ଅନୁଧ୍ୟାନ ପାଇଁ ଆଇଏଲଏସ ପଠାଯାଇଛି। ଏହାବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ଜଣେ ମହାରାଷ୍ଟ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି।ତେବେ ଗଞ୍ଜାମର ୪ଟି କେସ୍ ପରିକ୍ଷା ପାଇଁ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଏଥି ସହିତ ରାଜ୍ୟରୁ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୩୫୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର