ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

The Sakala Picture
Published On

ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ। ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି। ପିକେଟିଂ କରୁଛନ୍ତି କଂଗ୍ରେସ କର୍ମୀ। ବନ୍ଦ ଯୋଗୁଁ ବରଗଡ଼- ବରିଗୁମା ଜାତୀୟ ରାଜପଥ ୨୬ କୁ କେସିଙ୍ଗା ଓ ଉତ୍କେଲା ନିକଟରେ ଅବରୋଧ କରିଛନ୍ତି କଂଗ୍ରେସ […]

ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ। ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି। ପିକେଟିଂ କରୁଛନ୍ତି କଂଗ୍ରେସ କର୍ମୀ। ବନ୍ଦ ଯୋଗୁଁ ବରଗଡ଼- ବରିଗୁମା ଜାତୀୟ ରାଜପଥ ୨୬ କୁ କେସିଙ୍ଗା ଓ ଉତ୍କେଲା ନିକଟରେ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲାରେ ମଣ୍ଡି ସମସ୍ୟାର ସମାଧାନ, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ, ଏନାଲାଇଯାର ମେସିନ ବ୍ୟବହାର ବନ୍ଦ, ମଣ୍ଡିକୁ ମିଲର୍ସଙ୍କ ପ୍ରବେଶ ବନ୍ଦ ଆଦି ଦାବୀ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି । ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ । ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ । ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି । ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ବନ୍ଦ ଡ଼ାକରା ଫଳର ବରଗଡ଼ ବାରୀଗୁମା ଜାତିୟ ରାଜପଥ ୨୬କୁ କେସିଙ୍ଗା ଓ ଉତ୍କେଲା ନିକଟର ଅବରୋଧ କରିଛନ୍ତି କଂଗ୍ରେସ୍ କର୍ମୀ । ଏହାସହ ଭବାନୀପାଟଣା ରାୟପୁର ରାସ୍ତାକୁ ମଧ୍ଯ ବୋର୍ଡ଼ା ଓ କର୍ଲାପଡା ନିକଟର ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

28 Dec 2024 By The Sakala

ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

ଭବାନୀପାଟଣା: ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ଧାନମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ। ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି। ପିକେଟିଂ କରୁଛନ୍ତି କଂଗ୍ରେସ କର୍ମୀ। ବନ୍ଦ ଯୋଗୁଁ ବରଗଡ଼- ବରିଗୁମା ଜାତୀୟ ରାଜପଥ ୨୬ କୁ କେସିଙ୍ଗା ଓ ଉତ୍କେଲା ନିକଟରେ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲାରେ ମଣ୍ଡି ସମସ୍ୟାର ସମାଧାନ, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ, ଏନାଲାଇଯାର ମେସିନ ବ୍ୟବହାର ବନ୍ଦ, ମଣ୍ଡିକୁ ମିଲର୍ସଙ୍କ ପ୍ରବେଶ ବନ୍ଦ ଆଦି ଦାବୀ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି।

ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି । ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ । ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ । ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି । ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି ।

ବନ୍ଦ ଡ଼ାକରା ଫଳର ବରଗଡ଼ ବାରୀଗୁମା ଜାତିୟ ରାଜପଥ ୨୬କୁ କେସିଙ୍ଗା ଓ ଉତ୍କେଲା ନିକଟର ଅବରୋଧ କରିଛନ୍ତି କଂଗ୍ରେସ୍ କର୍ମୀ । ଏହାସହ ଭବାନୀପାଟଣା ରାୟପୁର ରାସ୍ତାକୁ ମଧ୍ଯ ବୋର୍ଡ଼ା ଓ କର୍ଲାପଡା ନିକଟର ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର