ଜେପିସିରେ ରାଜ୍ୟସଭାରୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ହୋଇଛି। ଏହି କମିଟିର ଅଧ୍ୟକ୍ଷତା କରିବେ ଲୋକସଭାର ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ପୂର୍ବରୁ ଲୋକସଭାରୁ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି। ସେହିପରି ରାଜ୍ୟସଭାରୁ ଓଡ଼ିଶାର ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ମାନସ ମଙ୍ଗରାଜଙ୍କ […]

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗେ କରାଇବା ନେଇ ‘ଏକ ଦେଶ ଏକ ନିର୍ବାଚନ’ ବିଧେୟକ ଉପରେ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଗଠନ ହୋଇଛି। ଏହି କମିଟିର ଅଧ୍ୟକ୍ଷତା କରିବେ ଲୋକସଭାର ବିଜେପି ସାଂସଦ ପିପି ଚୌଧୁରୀ। ଜେପିସିରେ ପୂର୍ବରୁ ଲୋକସଭାରୁ ଓଡ଼ିଶାର ଦୁଇ ସାଂସଦ ଭର୍ତ୍ତୃହରି ମହତାବ ଓ ଡ. ସମ୍ବିତ ପାତ୍ର ରହିଛନ୍ତି। ସେହିପରି ରାଜ୍ୟସଭାରୁ ଓଡ଼ିଶାର ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି। ମାନସ ମଙ୍ଗରାଜଙ୍କ ସମେତ ରାଜ୍ୟସଭାର ୧୨ ଜଣ ସଦସ୍ୟ ଏହି କମିଟିରେ ରହିଛନ୍ତି। ଏହା ପୂର୍ବରୁ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ଲୋକସଭାରେ ସ୍ଵୀକାର କରାଯିବା ପରେ ଏହାକୁ ଜେପିସିକୁ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଜେପିସିରେ ଥିବା ରାଜ୍ୟସଭା ସାଂସଦ:

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

୧-ଘନଶ୍ୟାମ ତ୍ବିୱାରୀ
୨-ଭୁବନେଶ୍ବର କଲିତା
୩- ଡ. କେ ଲକ୍ଷ୍ମଣ
୪- କବିତା ପଟିଦାର
୫- ସଞ୍ଜୟ କୁମାର ଝାଆ
୬- ରଣଦୀପ ସିଂହ ସୂର୍ଯ୍ୟେୱାଲା
୭- ମୁକୁଲ ବାଲକ୍ରିଷ୍ଣ ୱାସନିକ
୮-  ସକେତ ଗୋଖଲେ
୯- ପି ୱିଲସନ
୧୦- ସଞ୍ଜୟ ସିଂହ
୧୧- ମାନସ ରଞ୍ଜନ ମଙ୍ଗରାଜ
୧୨- ଭି. ବଜୟସାଇ ରେଡ୍ଡୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର