ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ; ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ପାଇଁ ପ୍ରତିଶ୍ରୁତିବଦ୍ଧ

The Sakala Picture
Published On

କୋରାପୁଟ: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪’କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ […]

କୋରାପୁଟ: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪’କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ କରିନଥିଲେ, ବରଂ ଆଦିବାସୀ କଳାକୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଉନ୍ମୋଚନ କରିଥିଲେ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ପରବ ଭଳି ଉତ୍ସବକୁ ସମର୍ଥନ କରିବା କେବଳ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସାମୂହିକ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଆମର ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ଗର୍ବ ବଢ଼ାଇଥାଏ । କୋରାପୁଟ ଜିଲ୍ଲାର ବାସିନ୍ଦା ରାଜୁ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରବ ହେଉଛି ଏକ ବାର୍ଷିକ ପର୍ବ ଯାହାକୁ ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ । ସ୍ଥାନୀୟ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଆମର ସମୃଦ୍ଧ କଳା ଓ ସଂସ୍କୃତିକୁ ବିଶ୍ୱ ସହ ସେୟାର କରିବା ପାଇଁ ସ୍ଥାନୀୟ ସମୁଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଗଭୀର ପ୍ରଶଂସା କରୁଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତ ଏହି ଉତ୍ସବପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହାୟତା ପ୍ରଦାନ କରିଥିଲା, ଯାହା ସ୍ଥାନୀୟ ସମୁଦାୟର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତୃଣମୂଳ ସ୍ତରର କଳା ଓ ସଂସ୍କୃତିର ସଂରକ୍ଷଣ ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଚଜି) ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ପ୍ରକଳ୍ପଗୁଡ଼ିକୁ ସ୍ୱୀକୃତି ଏବଂ ସମ୍ଭାବ୍ୟ ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ପୂର୍ବରୁ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୂହିକ ଉତ୍ସବ, ନମଯଜ୍ଞ ଉତ୍ସବ ଏବଂ ଜାମକାଣୀରେ ବାର୍ଷିକ ରଥଯାତ୍ରା ଉତ୍ସବରେ ବାହୁଡ଼ା ଯାତ୍ରାକୁ ସମର୍ଥନ କରିସାରିଛି । ଏହା ପୂର୍ବରୁ ଓଡ଼ିଆ ସଂସ୍କୃତିରେ ଅବଦାନ ପାଇଁ କମ୍ପାନୀ ସମ୍ବଲପୁରୀ ଲୋକକଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ସମ୍ମାନିତ କରିଥିଲା ।

19 Dec 2024 By The Sakala

ପରବ-୨୦୨୪ରେ ଆଦିବାସୀ ଐତିହ୍ୟ ପାଳନ କଲା ବେଦାନ୍ତ; ଆଦିବାସୀ କଳା ସଂସ୍କୃତିର ପ୍ରୋତ୍ସାହନ ପାଇଁ ପ୍ରତିଶ୍ରୁତିବଦ୍ଧ

କୋରାପୁଟ: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ପର୍ବ ‘ପରବ-୨୦୨୪’କୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଗର୍ବର ସହ ସମର୍ଥନ କରିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବାବେଳେ ଆଦିବାସୀ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରି ଏହି ଭବ୍ୟ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ସମୃଦ୍ଧ ସସ୍କୃତି ଉପରେ ଆଲୋକପାତ କରିନଥିଲେ, ବରଂ ଆଦିବାସୀ କଳାକୃତି, ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ପ୍ରଦର୍ଶନୀ ଷ୍ଟଲ୍ ଉନ୍ମୋଚନ କରିଥିଲେ ।

କଳାହାଣ୍ଡି ଲାଞ୍ଜିଗଡ଼ର ପ୍ରତିଭାବାନ ଆଦିବାସୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସଉରା କଳା ଓ ଢୋକ୍ରା ଉତ୍ପାଦ ସମେତ ଆଦିବାସୀ କଳାକୁ ନେଇ ବେଦାନ୍ତ ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଥିଲା । ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା ଏବଂ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଉଦ୍ଦେଶ୍ୟରେ କମ୍ପାନୀର ଗୋଷ୍ଠୀ ବିକାଶ ପଦକ୍ଷେପ ମାଧ୍ୟମରେ ବିଲୁପ୍ତ ହେବାକୁ ବସିଥିବା ଏହି କଳାଗୁଡ଼ିକୁ ପୁନରୁଦ୍ଧାର କରାଯାଇଥିଲା ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ପରବ ଭଳି ଉତ୍ସବକୁ ସମର୍ଥନ କରିବା କେବଳ ପାରମ୍ପରିକ କଳାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସାମୂହିକ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଆମର ବିବିଧ ସାଂସ୍କୃତିକ ପରମ୍ପରା ପ୍ରତି ଗର୍ବ ବଢ଼ାଇଥାଏ । କୋରାପୁଟ ଜିଲ୍ଲାର ବାସିନ୍ଦା ରାଜୁ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପରବ ହେଉଛି ଏକ ବାର୍ଷିକ ପର୍ବ ଯାହାକୁ ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ । ସ୍ଥାନୀୟ ସାଂସ୍କୃତିକ ପଦକ୍ଷେପକୁ ସମର୍ଥନ କରିବା ଏବଂ ଆମର ସମୃଦ୍ଧ କଳା ଓ ସଂସ୍କୃତିକୁ ବିଶ୍ୱ ସହ ସେୟାର କରିବା ପାଇଁ ସ୍ଥାନୀୟ ସମୁଦାୟକୁ ଉତ୍ସାହିତ କରିଥିବାରୁ ମୁଁ ବେଦାନ୍ତକୁ ଗଭୀର ପ୍ରଶଂସା କରୁଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବେଦାନ୍ତ ଏହି ଉତ୍ସବପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସହାୟତା ପ୍ରଦାନ କରିଥିଲା, ଯାହା ସ୍ଥାନୀୟ ସମୁଦାୟର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତୃଣମୂଳ ସ୍ତରର କଳା ଓ ସଂସ୍କୃତିର ସଂରକ୍ଷଣ ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତାକୁ ଦୃଢ଼ କରିଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଚଜି) ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ପ୍ରକଳ୍ପଗୁଡ଼ିକୁ ସ୍ୱୀକୃତି ଏବଂ ସମ୍ଭାବ୍ୟ ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ପୂର୍ବରୁ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ଥିଏଟର, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୂହିକ ଉତ୍ସବ, ନମଯଜ୍ଞ ଉତ୍ସବ ଏବଂ ଜାମକାଣୀରେ ବାର୍ଷିକ ରଥଯାତ୍ରା ଉତ୍ସବରେ ବାହୁଡ଼ା ଯାତ୍ରାକୁ ସମର୍ଥନ କରିସାରିଛି । ଏହା ପୂର୍ବରୁ ଓଡ଼ିଆ ସଂସ୍କୃତିରେ ଅବଦାନ ପାଇଁ କମ୍ପାନୀ ସମ୍ବଲପୁରୀ ଲୋକକଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ସମ୍ମାନିତ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର