କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ସିଷ୍ଟମ୍‌କୁ ମିଳିବ ମଞ୍ଜୁରି, ଦେଶର ଯେ କୌଣସି ଶାଖାରୁ ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍‌

The Sakala Picture
Published On

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଚଳିତ ଆର୍ଥିକବର୍ଷର ପ୍ରଥମ ବୈଠକ ନଭେମ୍ବର ୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି। ବୋର୍ଡର ଏହି ବୈଠକରେ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ ପହିଲାରୁ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଚଳିତ ଆର୍ଥିକବର୍ଷର ପ୍ରଥମ ବୈଠକ ନଭେମ୍ବର ୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି। ବୋର୍ଡର ଏହି ବୈଠକରେ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ ପହିଲାରୁ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୋର୍ଡ ବୈଠକରେ ଇପିଏଫଓର ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ବାର୍ଷିକ ରିପୋର୍ଟ ୨୦୨୩-୨୪କୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି। ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡର ଶେଷ ବୈଠକ ଚଳିତବର୍ଷ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ସେଥିରେ ବୋର୍ଡ ସଂଗଠନର ୭୦ ଲକ୍ଷ ସଦସ୍ୟଙ୍କ ପାଇଁ ଇପିଏଫ୍‌ ଉପରେ ୮.୨୫ ପ୍ରତିଶତ ସୁଧ ଘୋଷଣା କରିଥିଲା। କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଏକ ଜାତୀୟ ସ୍ତରୀୟ କେନ୍ଦ୍ରୀଭୂତ ବ୍ୟବସ୍ଥା ପ୍ରତିଷ୍ଠା କରି ଇପିଏଫ୍‌ଓ କୁ ଆଧୁନିକୀକରଣ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଯେ କୌଣସି ବ୍ୟାଙ୍କ ଦେଶର ଯେ କୌଣସି ଶାଖା ମାଧ୍ୟମରେ ପେନ୍‌ସନ୍‌ବିତରଣ କରିବାକୁ ସକ୍ଷମ ହେବେ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏଥିରେ ଯେତେବେଳେ ପେନ୍‌ସନ୍‌ଭୋଗୀମାନେ ସ୍ଥାନ କିମ୍ବା ବ୍ୟାଙ୍କ ପରିବର୍ତ୍ତନ କରିଥାନ୍ତି ସେତେବେଳେ ସିପିପିଏସ୍ ପେନ୍‌ସନ୍ ପେମେଣ୍ଟ ଅର୍ଡର (ପିପିଓ) ସ୍ଥାନାନ୍ତର ନ କରି ଭାରତରେ ଯେ କୌଣସି ସ୍ଥାନରୁ ପେନ୍‌ସନ୍‌ ଅର୍ଥ ଉଠାଇବାକୁ ଅନୁମତି ମିଳିବ। ଏହା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଜ ସହରକୁ ଫେରିବାରେ ବହୁତ ଲାଭଦାୟକ ହେବ ବୋଲି ଶ୍ରମ ମନ୍ତ୍ରଣାଳୟ କହିଛି। ଏହି ସୁବିଧା ଇପିଏଫ୍ଓ​​ର ଚାଲୁଥିବା ଆଇଟି ଆଧୁନିକୀକରଣ ପ୍ରକଳ୍ପ ସେଣ୍ଟ୍ରାଲାଇଜଡ୍ ଆଇଟି ସକ୍ଷମ ସିଷ୍ଟମ୍ (ସାଇଟ୍ସ ୨.୦୧)ର ଏକ ଅଂଶ ଭାବରେ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ, ସିପିପିଏସ୍‌ ସକ୍ଷମ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ୍) କୁ ଏକ ସୁଗମ ପରିବର୍ତ୍ତନ ବୋଲି ମନ୍ତ୍ରଣାଳୟ ସୂଚିତ କରିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏହି ପ୍ରସ୍ତାବ ଅନୁଯାୟୀ ପେନ୍‌ସନ୍‌ଭୋଗୀମାନେ ପେନ୍‌ସନ୍‌ ଅଥଁ ଯାଞ୍ଚ ପାଇଁ କୌଣସ ଶାଖା ପରିଦର୍ଶନ କରିବା ଆବଶ୍ୟକ ପଡିବନାହିଁ। ଯେତେବେଳେ ସେମାନଙ୍କର ପେନ୍‌ସନ୍‌ ଆରମ୍ଭ ହେବ ସେତେବେଳେ ଏହା ତୁରନ୍ତ ଆକାଉଣ୍ଟକୁ ଆପେ ଆପେ କ୍ରେଡିଟ୍ ହୋଇଯିବ।

02 Nov 2024 By The Sakala

କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ସିଷ୍ଟମ୍‌କୁ ମିଳିବ ମଞ୍ଜୁରି, ଦେଶର ଯେ କୌଣସି ଶାଖାରୁ ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଚଳିତ ଆର୍ଥିକବର୍ଷର ପ୍ରଥମ ବୈଠକ ନଭେମ୍ବର ୨୩ ରେ ଅନୁଷ୍ଠିତ ହେବାକୁ ଯାଉଛି। ବୋର୍ଡର ଏହି ବୈଠକରେ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ ପହିଲାରୁ କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୋର୍ଡ ବୈଠକରେ ଇପିଏଫଓର ଆକାଉଣ୍ଟ ଷ୍ଟେଟମେଣ୍ଟ ଏବଂ ବାର୍ଷିକ ରିପୋର୍ଟ ୨୦୨୩-୨୪କୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି। ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡର ଶେଷ ବୈଠକ ଚଳିତବର୍ଷ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ସେଥିରେ ବୋର୍ଡ ସଂଗଠନର ୭୦ ଲକ୍ଷ ସଦସ୍ୟଙ୍କ ପାଇଁ ଇପିଏଫ୍‌ ଉପରେ ୮.୨୫ ପ୍ରତିଶତ ସୁଧ ଘୋଷଣା କରିଥିଲା। କେନ୍ଦ୍ରୀୟ ପେନ୍‌ସନ୍‌ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଏକ ଜାତୀୟ ସ୍ତରୀୟ କେନ୍ଦ୍ରୀଭୂତ ବ୍ୟବସ୍ଥା ପ୍ରତିଷ୍ଠା କରି ଇପିଏଫ୍‌ଓ କୁ ଆଧୁନିକୀକରଣ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଯେ କୌଣସି ବ୍ୟାଙ୍କ ଦେଶର ଯେ କୌଣସି ଶାଖା ମାଧ୍ୟମରେ ପେନ୍‌ସନ୍‌ବିତରଣ କରିବାକୁ ସକ୍ଷମ ହେବେ।

ଏଥିରେ ଯେତେବେଳେ ପେନ୍‌ସନ୍‌ଭୋଗୀମାନେ ସ୍ଥାନ କିମ୍ବା ବ୍ୟାଙ୍କ ପରିବର୍ତ୍ତନ କରିଥାନ୍ତି ସେତେବେଳେ ସିପିପିଏସ୍ ପେନ୍‌ସନ୍ ପେମେଣ୍ଟ ଅର୍ଡର (ପିପିଓ) ସ୍ଥାନାନ୍ତର ନ କରି ଭାରତରେ ଯେ କୌଣସି ସ୍ଥାନରୁ ପେନ୍‌ସନ୍‌ ଅର୍ଥ ଉଠାଇବାକୁ ଅନୁମତି ମିଳିବ। ଏହା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଜ ସହରକୁ ଫେରିବାରେ ବହୁତ ଲାଭଦାୟକ ହେବ ବୋଲି ଶ୍ରମ ମନ୍ତ୍ରଣାଳୟ କହିଛି। ଏହି ସୁବିଧା ଇପିଏଫ୍ଓ​​ର ଚାଲୁଥିବା ଆଇଟି ଆଧୁନିକୀକରଣ ପ୍ରକଳ୍ପ ସେଣ୍ଟ୍ରାଲାଇଜଡ୍ ଆଇଟି ସକ୍ଷମ ସିଷ୍ଟମ୍ (ସାଇଟ୍ସ ୨.୦୧)ର ଏକ ଅଂଶ ଭାବରେ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ, ସିପିପିଏସ୍‌ ସକ୍ଷମ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ୍) କୁ ଏକ ସୁଗମ ପରିବର୍ତ୍ତନ ବୋଲି ମନ୍ତ୍ରଣାଳୟ ସୂଚିତ କରିଛି।

ଏହି ପ୍ରସ୍ତାବ ଅନୁଯାୟୀ ପେନ୍‌ସନ୍‌ଭୋଗୀମାନେ ପେନ୍‌ସନ୍‌ ଅଥଁ ଯାଞ୍ଚ ପାଇଁ କୌଣସ ଶାଖା ପରିଦର୍ଶନ କରିବା ଆବଶ୍ୟକ ପଡିବନାହିଁ। ଯେତେବେଳେ ସେମାନଙ୍କର ପେନ୍‌ସନ୍‌ ଆରମ୍ଭ ହେବ ସେତେବେଳେ ଏହା ତୁରନ୍ତ ଆକାଉଣ୍ଟକୁ ଆପେ ଆପେ କ୍ରେଡିଟ୍ ହୋଇଯିବ।

https://www.thesakala.in/latest-odisha-news/sanction-central-pension-payment-system-beneficiaries-from-any-branch-in-country/article-36265
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର