ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣେ ମୃତ

The Sakala Picture
Published On

କଳାହାଣ୍ଡି: ଜମି ବିବାଦକୁ ନେଇ ଗଡିଛି ମୁଣ୍ଡ । ଜମିବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗାଁରେ । ଦୁଇ ପରିବାର ମଧ୍ୟରେ ଚାଷ ଜମିକୁ ନେଇ ଉପୁଜିଥିବା ବିବାଦ ଶେଷରେ ପ୍ରାଣ ନେଇଛି । ଚାଷ ଜମିକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ବିବାଦ ନ ତୁଟିବାରୁ ଦୁଇ ପରିବାର […]

କଳାହାଣ୍ଡି: ଜମି ବିବାଦକୁ ନେଇ ଗଡିଛି ମୁଣ୍ଡ । ଜମିବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗାଁରେ । ଦୁଇ ପରିବାର ମଧ୍ୟରେ ଚାଷ ଜମିକୁ ନେଇ ଉପୁଜିଥିବା ବିବାଦ ଶେଷରେ ପ୍ରାଣ ନେଇଛି । ଚାଷ ଜମିକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ବିବାଦ ନ ତୁଟିବାରୁ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଝଗଡ଼ା ବେଳେ ଖୁଡ଼ିକୁ ଠେଙ୍ଗାରେ ଆକ୍ରମଣ କରିଥିଲା ପୁତୁରା । ଆଉ ଏଥିରେ ଖୁଡ଼ିର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୫୫ ବର୍ଷୀୟ ଲିପ୍ସା ସାହୁ । ଲିପ୍ସାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ପରିବାରର ଆଉ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର