ବଢ଼ିଲା ବାତ୍ୟା ଆଶଙ୍କା: ୨୨ରେ ଲଘୁଚାପ, ୨୪ରେ ଅବପାତ

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସନ୍ତା ୨୦ ତାରଖରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ। ଏହା ଅବପାତ ରୂପ ନେଇ ବାତ୍ୟା ରୂପ ନେବା ଆପାତତଃ ସ୍ପଷ୍ଟ। ଅଧିକାଂଶ ମଡେଲ ସମ୍ଭାବ୍ୟ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। ତେବେ ଏହି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ, ତୀବ୍ରତା କେତେ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ। ସାଧାରଣତଃ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ସମ୍ପର୍କରେ ଆକଳନ କରିବା ସହଜ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସନ୍ତା ୨୦ ତାରଖରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ। ଏହା ଅବପାତ ରୂପ ନେଇ ବାତ୍ୟା ରୂପ ନେବା ଆପାତତଃ ସ୍ପଷ୍ଟ। ଅଧିକାଂଶ ମଡେଲ ସମ୍ଭାବ୍ୟ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। ତେବେ ଏହି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ, ତୀବ୍ରତା କେତେ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସାଧାରଣତଃ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ସମ୍ପର୍କରେ ଆକଳନ କରିବା ସହଜ ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହୋଇ ନ ଥିବାରୁ ବାତ୍ୟାର ଗତିପଥକୁ ନେଇ ଏକାଧିକ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ୍‌ ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ଆକଳନ କରୁଥିବା ବେଳେ କିଛି ମଡେଲ୍‌ ଏହା ପଶ୍ଚିମବଙ୍ଗ କିମ୍ବା ବଙ୍ଗଳାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରୁଛନ୍ତି। ଏହି ସ୍ଥିତିରେ ଲଘୁଚାପ ସୃଷ୍ଟି ହେବା ପରେ ଯାଇ ବାତ୍ୟାର ଗତିପଥ ଆକଳନ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶୁକ୍ରବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ୨୦ ତାରିଖରେ ଉତ୍ତର ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ଓ ଏହା ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ। ୨୪ ତାରିଖ ବେଳକୁ ଏହା ଏକ ଅବପାତରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସମ୍ଭାବ୍ୟ ଲଘୁଚାପ ଓ ସୃଷ୍ଟି ହୋଇଥିବା ବାତ୍ୟା ଆଶଙ୍କା ସମ୍ପର୍କରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏବେଠାରୁ କିଛି କହିବା ସମ୍ଭବ ନୁହେଁ। ପ୍ରାଥମିକ ଆକଳନରୁ ଓଡ଼ିଶା ବାତ୍ୟା ଦାଉରୁ ବର୍ତ୍ତିଯାଇପାରେ ବୋଲି ଆକଳନ କରାଯାଉଥିଲେ ହେଁ ଏବେ କିଛି କହିହେବ ନାହିଁ। ଜିଏଫ୍‌ଏସ୍‌ ମଡେଲ୍‌ର ଆକଳନ କହୁଛି ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୪ ତାରିଖ ମଧ୍ୟାହ୍ଣ ବେଳକୁ ସାଗର ଦ୍ୱୀପ ନିକଟସ୍ଥ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ । ତେବେ ଇସିଏମ୍‌ଡବ୍ଲୁଏଫ୍‌ ମଡେଲ୍‌ ଅନୁସାରେ ବାତ୍ୟାଟି ଓଡ଼ିଶାରେ ସ୍ଥଳଭାଗ ଛୁଇଁପାରେ। ଯେହେତୁ ଦୁଇଟି ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି, ତେଣୁ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଅଧିକ ସ୍ପଷ୍ଟ ଓ ସଠିକ୍‌ ଆକଳନ କରାଯାଇପାରିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଅନ୍ୟପଟେ ରାଜ୍ୟରେ ମେଘମୁକ୍ତ ଆକାଶ ଯୋଗୁଁ ଖରାର ପ୍ରଭାବ ଅଧିକ ରହୁଛି। ଟାଣ ଖରା ସାଙ୍ଗକୁ ବଙ୍ଗୋପସାଗରୀୟ ପବନର ପ୍ରଭାବ ହେତୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେଉଛି। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର