ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭରତପୁର ଥାନା ନିର୍ଯାତନା ମାମଲା: ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କଲେ କମିଶନ

The Sakala Picture
Published On

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ବୈଠକରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ । କମିଶନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଡିଜି ବିନୟତୋଷ ମିଶ୍ର । ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ନିଲମ୍ବିତ […]

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ବୈଠକରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ । କମିଶନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଡିଜି ବିନୟତୋଷ ମିଶ୍ର ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସହ ବ୍ରେନ୍ ମ୍ଯାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।

ଆହୁରି ପଢ଼ନ୍ତୁ: କେନ୍ଦ୍ରରେ ଡିଜି ପାହ୍ୟା ପଦବୀ ପାଇଁ ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍ ମନୋନୀତ

ସେପଟେ କମିଶନଙ୍କ ସଚିବ କହିଛନ୍ତି ଯେହେତୁ କ୍ରାଇମବ୍ରାଞ୍ଚ ଗୁଜୁରାଟରୁ ପଲିଗ୍ରାଫ ରିପୋର୍ଟ ଆଦି ପାଇନାହିଁ ସେଥିପାଇଁ ସେମାନେ କିଛି ତଥ୍ଯ ଦେଇପାରିନାହାଁନ୍ତି । ମ୍ଯାଜିଷ୍ଟ୍ରେଟଙ୍କ ପାଖରେ ପୀଡିତାଙ୍କ ବୟାନ ରେକର୍ଡ ସରିଛି । କୌଣସି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇନାହିଁ । ଅନ୍ଯପଟେ ଆହ୍ବାନ ପରେ କମିଶନଙ୍କ ନିକଟରେ ଅନେକ ସତ୍ଯପାଠ ଦାଖଲ ହୋଇଛି ।

ଆହୁରି ପଢ଼ନ୍ତୁ: ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଯାଇ ୨ ନାବାଳକ ଭାଇଙ୍କ ମୃତ୍ୟୁ

ଆଜିର ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ଗୃହ ସଚିବ ରାଧାକୃଷ୍ଣ ଶର୍ମା, ADG କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ । ଏହାସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନିଳିମା ପଣ୍ଡା ଓ DSP ନରେନ୍ଦ୍ର ବେହେରା ମଧ୍ଯ ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୂର୍ବତନ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ଯ କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନ ଦ୍ବିତୀୟ ବୈଠକ ଡକାଇଥିଲେ ।

ଅନ୍ୟପଟେ ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ହାଇକୋର୍ଟଙ୍କ ନିୟମିତ କାର୍ଯ୍ୟ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ।

ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥର ଗାଡ଼ିଆ ଓ ଭରତପୁର ରାସ୍ତାରେ କିଛି ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯିବା ପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

18 Oct 2024 By The Sakala

ଭରତପୁର ଥାନା ନିର୍ଯାତନା ମାମଲା: ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କଲେ କମିଶନ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ ଶେଷ ହୋଇଛି । ବୈଠକରେ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କମିଶନ । କମିଶନଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ସମ୍ପର୍କରେ ଅବଗତ କରାଯାଇଛି ବୋଲି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏଡିଜି ବିନୟତୋଷ ମିଶ୍ର ।

ଗୁଜୁରାଟ ଗାନ୍ଧୀନଗରରେ ସମସ୍ତ ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସରିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ସହ ବ୍ରେନ୍ ମ୍ଯାପିଂ ଓ ନାର୍କୋ ଟେଷ୍ଟ ମଧ୍ୟ ହୋଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।

ସେପଟେ କମିଶନଙ୍କ ସଚିବ କହିଛନ୍ତି ଯେହେତୁ କ୍ରାଇମବ୍ରାଞ୍ଚ ଗୁଜୁରାଟରୁ ପଲିଗ୍ରାଫ ରିପୋର୍ଟ ଆଦି ପାଇନାହିଁ ସେଥିପାଇଁ ସେମାନେ କିଛି ତଥ୍ଯ ଦେଇପାରିନାହାଁନ୍ତି । ମ୍ଯାଜିଷ୍ଟ୍ରେଟଙ୍କ ପାଖରେ ପୀଡିତାଙ୍କ ବୟାନ ରେକର୍ଡ ସରିଛି । କୌଣସି ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇନାହିଁ । ଅନ୍ଯପଟେ ଆହ୍ବାନ ପରେ କମିଶନଙ୍କ ନିକଟରେ ଅନେକ ସତ୍ଯପାଠ ଦାଖଲ ହୋଇଛି ।

ଆଜିର ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ଗୃହ ସଚିବ ରାଧାକୃଷ୍ଣ ଶର୍ମା, ADG କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ଥିଲେ । ଏହାସହ ଦୁଇ ତଦନ୍ତକାରୀ ଅଧିକାରୀ DSP ନିଳିମା ପଣ୍ଡା ଓ DSP ନରେନ୍ଦ୍ର ବେହେରା ମଧ୍ଯ ଉପସ୍ଥିତ ଥିଲେ । ନିକଟରେ ପୂରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୂର୍ବତନ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରି ଫେରିଛି । ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ମଧ୍ଯ କରାଯାଇଥିଲା । ଆଜି କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନ ଦ୍ବିତୀୟ ବୈଠକ ଡକାଇଥିଲେ ।

ଅନ୍ୟପଟେ ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି । ଘଟଣା ସମ୍ପର୍କରେ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ହାଇକୋର୍ଟଙ୍କ ନିୟମିତ କାର୍ଯ୍ୟ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ।

ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥର ଗାଡ଼ିଆ ଓ ଭରତପୁର ରାସ୍ତାରେ କିଛି ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ କ୍ଯାପଟେନ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯିବା ପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର