ବିଳମ୍ବ ଆଧାରରେ ସାକ୍ଷୀଙ୍କୁ ପୁନଃ ଜେରା ଆବେଦନ ଖାରଜ ଗ୍ରହଣୀୟ ନୁହେଁ: ହାଇକୋର୍ଟ

The Sakala Picture
Published On

କଟକ: ଅପରାଧିକ ମାମଲାର ଶୁଣାଣି କରିବା ସମୟରେ ଅଭିଯୁକ୍ତ ଯେପରି ମୁକ୍ତ ଓ ନିରପେକ୍ଷ ବିଚାର ପାଇବ ତାହା ନିମ୍ନ ଅଦାଲତ ସୁନିଶ୍ଚିତ କରିବା ଉଚିତ। ଏହା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଧାର୍ଯ୍ୟ ହୋଇଛି। ଏଣୁ ଏଭଳି ସ୍ଥିତିରେ ଜଣେ ଅଭିଯୁକ୍ତ ଯଦି ପୁନର୍ବାର ଜଣେ ସାକ୍ଷୀଙ୍କୁ ଜେରା ପାଇଁ ଆବେଦନ କରିଥାଏ ତାହେଲେ ଏହାକୁ ବିଳମ୍ବ ଆଧାରରେ ଖାରଜ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । […]

କଟକ: ଅପରାଧିକ ମାମଲାର ଶୁଣାଣି କରିବା ସମୟରେ ଅଭିଯୁକ୍ତ ଯେପରି ମୁକ୍ତ ଓ ନିରପେକ୍ଷ ବିଚାର ପାଇବ ତାହା ନିମ୍ନ ଅଦାଲତ ସୁନିଶ୍ଚିତ କରିବା ଉଚିତ। ଏହା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଧାର୍ଯ୍ୟ ହୋଇଛି। ଏଣୁ ଏଭଳି ସ୍ଥିତିରେ ଜଣେ ଅଭିଯୁକ୍ତ ଯଦି ପୁନର୍ବାର ଜଣେ ସାକ୍ଷୀଙ୍କୁ ଜେରା ପାଇଁ ଆବେଦନ କରିଥାଏ ତାହେଲେ ଏହାକୁ ବିଳମ୍ବ ଆଧାରରେ ଖାରଜ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ବରଂ ଏହି ଆବେଦନ କେତେଦୂର ମାମଲାର ନିଷ୍ପତ୍ତିରେ ସହାୟକ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଦେବେନ୍ଦ୍ର ଜୈନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୟ କୁମାର ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଆବେଦନକାରୀ ଥରେ ଜେରା ହୋଇସାରିଥିବା ଜଣେ ସାକ୍ଷୀଙ୍କୁ ପୁନଃ ଜେରା ପାଇଁ ଆବେଦନ କରିଥିଲେ। ନୂଆପଡା ଅତିରିକ୍ତ ଦୋ÷ରା ଜଜ୍‌ ଅଦାଲତ ବିଳମ୍ବରେ ଆବେଦନ ପାଇଁ ଏହାକୁ ଗତ ଅଗଷ୍ଟ୨୨ରେ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତଙ୍କ ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଅନ୍ୟପଟରେ ମାମଲାରେ ସାକ୍ଷୀଙ୍କୁ ପଚରାଯିବାକୁ ଥିବା ଏକ ପ୍ରଶ୍ନ ସମୂହ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ଏକ ସୁଯୋଗ ଦେବାକୁ ହାଇକୋର୍ଟ କହିଛନ୍ତି। ଯଦି ଏହା ମାମଲାର ନିଷ୍ପତ୍ତିରେ ସହାୟକ ହେବ ବୋଲି ସମ୍ପୃକ୍ତ ଅଦାଲତ ମନେ କରନ୍ତି ତାହେଲେ ସିଆରପିସିର ଧାରା ୩୧୧ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

02 Oct 2024 By The Sakala

ବିଳମ୍ବ ଆଧାରରେ ସାକ୍ଷୀଙ୍କୁ ପୁନଃ ଜେରା ଆବେଦନ ଖାରଜ ଗ୍ରହଣୀୟ ନୁହେଁ: ହାଇକୋର୍ଟ

କଟକ: ଅପରାଧିକ ମାମଲାର ଶୁଣାଣି କରିବା ସମୟରେ ଅଭିଯୁକ୍ତ ଯେପରି ମୁକ୍ତ ଓ ନିରପେକ୍ଷ ବିଚାର ପାଇବ ତାହା ନିମ୍ନ ଅଦାଲତ ସୁନିଶ୍ଚିତ କରିବା ଉଚିତ। ଏହା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଧାର୍ଯ୍ୟ ହୋଇଛି। ଏଣୁ ଏଭଳି ସ୍ଥିତିରେ ଜଣେ ଅଭିଯୁକ୍ତ ଯଦି ପୁନର୍ବାର ଜଣେ ସାକ୍ଷୀଙ୍କୁ ଜେରା ପାଇଁ ଆବେଦନ କରିଥାଏ ତାହେଲେ ଏହାକୁ ବିଳମ୍ବ ଆଧାରରେ ଖାରଜ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ବରଂ ଏହି ଆବେଦନ କେତେଦୂର ମାମଲାର ନିଷ୍ପତ୍ତିରେ ସହାୟକ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଦେବେନ୍ଦ୍ର ଜୈନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୟ କୁମାର ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏକ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଆବେଦନକାରୀ ଥରେ ଜେରା ହୋଇସାରିଥିବା ଜଣେ ସାକ୍ଷୀଙ୍କୁ ପୁନଃ ଜେରା ପାଇଁ ଆବେଦନ କରିଥିଲେ। ନୂଆପଡା ଅତିରିକ୍ତ ଦୋ÷ରା ଜଜ୍‌ ଅଦାଲତ ବିଳମ୍ବରେ ଆବେଦନ ପାଇଁ ଏହାକୁ ଗତ ଅଗଷ୍ଟ୨୨ରେ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତଙ୍କ ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଅନ୍ୟପଟରେ ମାମଲାରେ ସାକ୍ଷୀଙ୍କୁ ପଚରାଯିବାକୁ ଥିବା ଏକ ପ୍ରଶ୍ନ ସମୂହ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ଏକ ସୁଯୋଗ ଦେବାକୁ ହାଇକୋର୍ଟ କହିଛନ୍ତି। ଯଦି ଏହା ମାମଲାର ନିଷ୍ପତ୍ତିରେ ସହାୟକ ହେବ ବୋଲି ସମ୍ପୃକ୍ତ ଅଦାଲତ ମନେ କରନ୍ତି ତାହେଲେ ସିଆରପିସିର ଧାରା ୩୧୧ଅନୁସାରେ ପଦକ୍ଷେପ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର