ଦିଲ୍ଲୀରେ ରାଜ୍ୟପାଳଙ୍କ ଡେରା, ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଆଜି !

The Sakala Picture
Published On

ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ବହୁଦିନରୁ ଏ ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ଗତ କିଛିଦିନ ହେଲା ଏହି ପ୍ରସଙ୍ଗ ଜୋର ଧରିଛି। ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ସୋମବାର ରାଜ୍ୟପାଳଙ୍କ ଦିଲ୍ଲୀ ଯାତ୍ରା ଏହି ଚର୍ଚ୍ଚାକୁ ଆହୁରି ଉଷ୍ମ କରିଛି । ଏହି ଗସ୍ତକୁ ସରକାରୀ ଓ ସେ ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀ […]

ଭୁବନେଶ୍ୱର: ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ। ବହୁଦିନରୁ ଏ ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ଗତ କିଛିଦିନ ହେଲା ଏହି ପ୍ରସଙ୍ଗ ଜୋର ଧରିଛି। ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଜେପି ମହଲରେ ଚର୍ଚ୍ଚା ହେଉଛି। ଏହି ପରିପ୍ରେକ୍ଷୀରେ ସୋମବାର ରାଜ୍ୟପାଳଙ୍କ ଦିଲ୍ଲୀ ଯାତ୍ରା ଏହି ଚର୍ଚ୍ଚାକୁ ଆହୁରି ଉଷ୍ମ କରିଛି । ଏହି ଗସ୍ତକୁ ସରକାରୀ ଓ ସେ ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରିବେ ବୋଲି କୁହାଯାଉଛି। ତେଣୁ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ହୋଇପାରେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଦୁଇ ଦିନ ତଳେ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭେଟିଥିଲେ। ଝାଡ଼ଖଣ୍ଡର ନିର୍ବାଚନର ସହ ପ୍ରଭାରୀ ଶ୍ରୀ ବିଶ୍ୱଶର୍ମା ରଘୁବରଙ୍କୁ ଭେଟି ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଆଲୋଚନା କରିଥିଲେ। ପରେ ସେ ଝାଡ଼ଖଣ୍ଡ ଅଭିମୁଖେ ଗସ୍ତ କରିଥିଲେ। ହିମନ୍ତଙ୍କ ଭେଟ ସହ ରଘୁବର ଦିଲ୍ଲୀ ଗସ୍ତ କରିଥିବାରୁ ଖୁବ୍‌ଶୀଘ୍ର ତାଙ୍କ ସମ୍ପର୍କରେ ଦଳ ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ରଘୁବରଙ୍କ ସହ ତାଙ୍କ ରାଜନୈତିକ ଜୀବନରେ କଳାବାଦଲ ଘଟାଇଥିବା ଜେଡିୟୁ ନେତା ସରଯୁୁ ରାୟ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମଧ୍ୟ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ତେଣୁ ଏହି ୩ ନେତାଙ୍କ ଦିଲ୍ଲୀ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଗତ ନିର୍ବାଚନରେ ରଘୁବର ଦାସ ଜାମସେଦପୁର-ପୂର୍ବ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସ୍ୱାଧୀନ ପ୍ରାର୍ଥୀ ସରଯୁ ରାୟଙ୍କଠାରୁ ପରାସ୍ତ ହୋଇଥିଲେ। ସରଯୁ ରାୟ ଇତିମଧ୍ୟରେ ନୀତିଶ କୁମାରଙ୍କ ଜେଡିୟୁରେ ଯୋଗଦେଇ ସାରିଥିବାରୁ ରଘୁବରଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିଛି। କାରଣ ବିଜେପି ଏଠାରେ ଏଜେଏସୟୁ, ଜେଡିୟୁ ଆଦି ଦଳ ଗୁଡିକ ସହ ମେଣ୍ଟରେ ନିର୍ବାଚନ ଲଡ଼ିବାକୁ ଯାଉଛି। ତେଣୁ କେଉଁ ଆସନ କାହା ଭାଗରେ ପଡିବ, ତାହା ଜାଣି ହେଉନାହିଁ। ରଘୁବରଙ୍କ ପାଇଁ ଏହି ଆସନଟି ଜେଡିୟୁ ଛାଡ଼ିବ କି ନାହିଁ ତାହା ଏହି ଗସ୍ତରେ ଆଲୋଚନା ହୋଇପାରେ ଚର୍ଚ୍ଚା ହେଉଛି। ଯଦିଓ ନିର୍ଦ୍ଧାରିତ ଭାବେ ଏହି ୩ ନେତାଙ୍କ ଗସ୍ତ ଗୋଟିଏ କାରଣ ପାଇଁ କି ନୁହେଁ ସ୍ପଷ୍ଟ ହୋଇ ନାହିଁ, ମାତ୍ର ଏହାକୁ ରାଜନୈତିକ ସମୀକ୍ଷକମାନେ ସଂଯୋଗ ବୋଲି ମନେ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏହା ପୂର୍ବରୁ ମଧ୍ୟ ରଘୁବର ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି। ଏବେ ପୁଣି ଥରେ ତାଙ୍କର ଦିଲ୍ଲୀ ଗସ୍ତ ତାଙ୍କର ରାଜନୈତିକ ଭବିଷ୍ୟତ ପାଇଁ କଡ଼ ଲେଉଟାଇପାରେ ବୋଲି କୁହାଯାଉଛି। ରଘୁବର ଦାସ ଓଡ଼ିଶାରେ ରାଜ୍ୟପାଳ ଭାବେ ଯୋଗ ଦେବା ପରେ ସାରା ରାଜ୍ୟ ପରିଭ୍ରମଣ କରିଥିଲେ। ଏହାକୁ କେହି କେହି ରାଜନୈତିକ ସ୍ଥିତି ଆକଳନ ନେଇ ମଧ୍ୟ ଆଶଙ୍କା କରୁଥିଲେ। ଅନ୍ୟପଟେ ବିଜେପି ଚଳିତ ନିର୍ବାଚନରେ ବିଜୟୀ ହେବା ପରେ ରଘୁବରଙ୍କ ପ୍ରତି କେନ୍ଦ୍ରୀୟ ନେତାଙ୍କ ଶୁଭଦୃଷ୍ଟି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ସତରେ ଏହା ଘଟେ, ତେବେ ଖୁବ୍‌ଶୀଘ୍ର ରଘୁବର ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ନିଜ ରାଜ୍ୟ ଝାଡ଼ଖଣ୍ଡ ଫେରିବେ ଓ ପୁଣି ଥରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର