ନନ୍ଦନକାନନରେ ଆଖି ବୁଜିଲା କୁନି ହାତୀ ‘ଅଭି’, ‘ହରପିସ’ ରୋଗରେ ହୋଇଥିଲା ସଂକ୍ରମିତ

The Sakala Picture
Published On

ଭୁବନେଶ୍ବର: ନନ୍ଦନକାନନରେ ଆଖି ବୁଜିଲା କୁନି ହାତୀ ଅଭି। ‘ହରପିସ’ ରୋଗରେ ସଂକ୍ରମିତ ହୋଇଥିଲା ଅଭି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା । ହର୍ପିସ ରୋଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୧୭ମାସର ହାତୀ ଶାବକ ‘ଅଭି’ର ମୃତ୍ୟୁ ଘଟିଛି। ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ଅଭି ହର୍ପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା। ତାର ହର୍ପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମାନେ ଆସି ଚିକିତ୍ସା ଜାରି […]

ଭୁବନେଶ୍ବର: ନନ୍ଦନକାନନରେ ଆଖି ବୁଜିଲା କୁନି ହାତୀ ଅଭି। ‘ହରପିସ’ ରୋଗରେ ସଂକ୍ରମିତ ହୋଇଥିଲା ଅଭି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା । ହର୍ପିସ ରୋଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୧୭ମାସର ହାତୀ ଶାବକ ‘ଅଭି’ର ମୃତ୍ୟୁ ଘଟିଛି। ପ୍ରାଣୀ ଚିକିତ୍ସାଳୟ ନିକଟରେ ରହୁଥିବା ହାତୀ ଅଭି ହର୍ପିସ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲା। ତାର ହର୍ପିସ ପଜିଟିଭି ବାହାରିବା ପରଠାରୁ ବିଶେଷଜ୍ଞ ମାନେ ଆସି ଚିକିତ୍ସା ଜାରି ରଖିଥିଲେ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଶେଷରେ ଆଜି ଆଖି ବୁଜିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୋମବାର ସକାଳୁ ଅଭି ଗୋଟିଏ ସ୍ଥାନରେ ଶୋଇ ରହୁଥିବାବେଳେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା। ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟିଆ ଅଭି ଉପରେ ନଜର ରଖିଥିଲେ। ଅଭି’ କୁ ଶୀଘ୍ର ସୁସ୍ଥ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନର ହାତୀ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ କରି ଚିକିତ୍ସା ଜାରୀ ରଖିଥିଲେ ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

୨୦୨୩ ଜୁନ ମାସ ୨୫ ତାରିଖରେ ଅଭିକୁ ଦୁଇ ମାସର ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର କରାଯାଇଥିଲା। ଜଙ୍ଗଲରେ ହାତୀ ପଲରୁ ଅଲଗା ହୋଇ ଖାଲରେ ପଡ଼ି ଯାଇଥିଲା ଅଭି। ଘଟଗାଁରୁ ଉଦ୍ଧାର କରି ଅଭିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର