ରାତିରେ ନାଚ, ଦିନରେ ଲୁଟ୍‌

The Sakala Picture
Published On

ଭୁବନେଶ୍ୱର : ପେଶାରେ ବ୍ରେକ୍‍ ଡ୍ୟାନ୍ସର କିନ୍ତୁ ନିଶା ଲୁଟ କରିବା। ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍‍ର ୩ଜଣ ସଦସ୍ୟକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ଖଣ୍ଡଗିରି ବରବାରୀରେ ରହୁଥିବା କାର୍ତ୍ତିକ ପ୍ରକାଶ, ବିକାଶ ରାୟ ଏବଂ ସାଗର ପୁନ୍‍ ଓରଫ ନେପୁ। ସେମାନଙ୍କ ନିକଟରୁ ପୁଲିସ ୭ଟି ଚୋରି ବାଇକ ଏବଂ ୧୧ଟି ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରାଯାଇଛି। ଗ୍ୟାଙ୍ଗ୍‍ର ମାଷ୍ଟରମାଇଣ୍ଡ୍‍ ନେପୁ ଜଣେ ବ୍ରେକ୍‍ ଡ୍ୟାନ୍ସର। ସେ ଏକ […]

ଭୁବନେଶ୍ୱର : ପେଶାରେ ବ୍ରେକ୍‍ ଡ୍ୟାନ୍ସର କିନ୍ତୁ ନିଶା ଲୁଟ କରିବା। ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍‍ର ୩ଜଣ ସଦସ୍ୟକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ଖଣ୍ଡଗିରି ବରବାରୀରେ ରହୁଥିବା କାର୍ତ୍ତିକ ପ୍ରକାଶ, ବିକାଶ ରାୟ ଏବଂ ସାଗର ପୁନ୍‍ ଓରଫ ନେପୁ। ସେମାନଙ୍କ ନିକଟରୁ ପୁଲିସ ୭ଟି ଚୋରି ବାଇକ ଏବଂ ୧୧ଟି ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରାଯାଇଛି। ଗ୍ୟାଙ୍ଗ୍‍ର ମାଷ୍ଟରମାଇଣ୍ଡ୍‍ ନେପୁ ଜଣେ ବ୍ରେକ୍‍ ଡ୍ୟାନ୍ସର। ସେ ଏକ ଡ୍ୟାନ୍ସ ଗ୍ରୁପ୍‍ କରି ବିଭିନ୍ନ ସ୍ଥାନକୁ କଲ୍‍ରେ ଯାଆନ୍ତି। ସେଠାରେ ରାତିରେ ଡ୍ୟାନ୍ସ କରି ଟଙ୍କା ରୋଜ କରେ। କିନ୍ତୁ ଅଧିକ ଟଙ୍କା ରୋଜଗାର କରି ମଉଜ କରିବା ଆଶାରେ ସେ ଦିନରେ ଲୁଟପାଟ କରେ। ସେମାନେ ଲୁଟ ସମୟରେ ନିଜ ବାଇକ୍‍ ବ୍ୟବହାର କରନ୍ତି ନାହିଁ। ବିଭିନ୍ନ ସ୍ଥାନରୁ ବାଇକ୍‍ ଚୋରି କରନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବାଇକ୍‍ ନମ୍ବରକୁ ବଦଳାଇ ଅନ୍ୟ ଏକ ନମ୍ବର ଲଗାଇ ସହରର ବିଭିନ୍ନ ସ୍ଥାନରୁ ମୋବାଇଲ୍‍ ଫୋନ୍‍ ଏବଂ ସୁନାଚେନ୍‍ ଲୁଟପାଟ କରନ୍ତି। ଅନେକ ସ୍ଥାନରେ ଏହି ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ବାଇକ୍‍ ଛାଡ଼ି ଫେରାର ମଧ୍ୟ ହୋଇଯାଇଛନ୍ତି। ପୂର୍ବରୁ ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ସ୍ପେଶାଲ ସ୍କ୍ୱାଡ୍‍ ଧରିବାକୁ ଗୋଡ଼ାଇଥିବା ବେଳେ ସେମାନେ ବାଇକ୍‍ ଛାଡି ଫେରାର ହୋଇଯାଇଥିଲେ। ପୁଲିସ ଯାଞ୍ଚ କରିବା ପରେ ତାହା ଚୋରା ବାଇକ୍‍ ବୋଲି ଜଣାପଡ଼ିଥିଲା। ଗତ ମାସ ୨୯ ତାରିଖରେ ଅଭିଯୋଗକାରୀ ତାଙ୍କ ବାଇକ୍‍କୁ ବରବାରୀ ଘର ସମ୍ମୁଖରେ ପାର୍କିଂ କରିଥିଲେ। ଅପରାହ୍ଣ ପ୍ରାୟ ୪ଟା ସମୟରେ ଲୁଟେରା କାର୍ତ୍ତିକ, ବିକାଶ ଏବଂ ନେପୁ ବାଇକ୍‍ ଚୋରି କରି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୁଲିସ ତଦନ୍ତରେ କୁଣ୍ଡଳି ଆପର ସାହାରା ନେଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ

ପୁଲିସ କୁଣ୍ଡଳୀ ଆପ୍‍ରେ ପେଶାଦାର ଲୁଟେରାଙ୍କ ତାଲିକା ଖୋଜିଥିଲା। ବରବାରୀରୁ ବାଇକ୍‍ ଚୋରି କରୁଥିବା ନେପୁ ଗ୍ୟାଙ୍ଗର ପତ୍ତା ପୁଲିସ ପାଇଥିଲା। ପୁଲିସ ପ୍ରଥମେ କାର୍ତ୍ତିକକୁ ଉଠାଇ ଆଣି ଥାନାରେ ପଚରାଉଚରା କରିବା ପରେ ସେ ବରବାରୀରୁ ଚୋରି କରିଥିବା ସ୍ୱୀକାର କରିଥିଲା। ତା’ର ବୟାନ ଆଧାରରେ ପୁଲିସ କୋଳଥିଆରେ ଚଢଉ କରି ନେପୁ ଏବଂ ବିକାଶକୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଗଞ୍ଜାମ,କଟକ ଏବଂ ଭୁବନେଶ୍ୱରରୁ ଏକାଧିକ ସ୍ଥାନରୁ ବାଇକ୍‍ ଏବଂ ମୋବାଇଲ ଲୁଟପାଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

05 Jul 2021 By The Sakala

ରାତିରେ ନାଚ, ଦିନରେ ଲୁଟ୍‌

ଭୁବନେଶ୍ୱର : ପେଶାରେ ବ୍ରେକ୍‍ ଡ୍ୟାନ୍ସର କିନ୍ତୁ ନିଶା ଲୁଟ କରିବା। ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍‍ର ୩ଜଣ ସଦସ୍ୟକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ଖଣ୍ଡଗିରି ବରବାରୀରେ ରହୁଥିବା କାର୍ତ୍ତିକ ପ୍ରକାଶ, ବିକାଶ ରାୟ ଏବଂ ସାଗର ପୁନ୍‍ ଓରଫ ନେପୁ। ସେମାନଙ୍କ ନିକଟରୁ ପୁଲିସ ୭ଟି ଚୋରି ବାଇକ ଏବଂ ୧୧ଟି ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରାଯାଇଛି। ଗ୍ୟାଙ୍ଗ୍‍ର ମାଷ୍ଟରମାଇଣ୍ଡ୍‍ ନେପୁ ଜଣେ ବ୍ରେକ୍‍ ଡ୍ୟାନ୍ସର। ସେ ଏକ ଡ୍ୟାନ୍ସ ଗ୍ରୁପ୍‍ କରି ବିଭିନ୍ନ ସ୍ଥାନକୁ କଲ୍‍ରେ ଯାଆନ୍ତି। ସେଠାରେ ରାତିରେ ଡ୍ୟାନ୍ସ କରି ଟଙ୍କା ରୋଜ କରେ। କିନ୍ତୁ ଅଧିକ ଟଙ୍କା ରୋଜଗାର କରି ମଉଜ କରିବା ଆଶାରେ ସେ ଦିନରେ ଲୁଟପାଟ କରେ। ସେମାନେ ଲୁଟ ସମୟରେ ନିଜ ବାଇକ୍‍ ବ୍ୟବହାର କରନ୍ତି ନାହିଁ। ବିଭିନ୍ନ ସ୍ଥାନରୁ ବାଇକ୍‍ ଚୋରି କରନ୍ତି।

ବାଇକ୍‍ ନମ୍ବରକୁ ବଦଳାଇ ଅନ୍ୟ ଏକ ନମ୍ବର ଲଗାଇ ସହରର ବିଭିନ୍ନ ସ୍ଥାନରୁ ମୋବାଇଲ୍‍ ଫୋନ୍‍ ଏବଂ ସୁନାଚେନ୍‍ ଲୁଟପାଟ କରନ୍ତି। ଅନେକ ସ୍ଥାନରେ ଏହି ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ବାଇକ୍‍ ଛାଡ଼ି ଫେରାର ମଧ୍ୟ ହୋଇଯାଇଛନ୍ତି। ପୂର୍ବରୁ ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ସ୍ପେଶାଲ ସ୍କ୍ୱାଡ୍‍ ଧରିବାକୁ ଗୋଡ଼ାଇଥିବା ବେଳେ ସେମାନେ ବାଇକ୍‍ ଛାଡି ଫେରାର ହୋଇଯାଇଥିଲେ। ପୁଲିସ ଯାଞ୍ଚ କରିବା ପରେ ତାହା ଚୋରା ବାଇକ୍‍ ବୋଲି ଜଣାପଡ଼ିଥିଲା। ଗତ ମାସ ୨୯ ତାରିଖରେ ଅଭିଯୋଗକାରୀ ତାଙ୍କ ବାଇକ୍‍କୁ ବରବାରୀ ଘର ସମ୍ମୁଖରେ ପାର୍କିଂ କରିଥିଲେ। ଅପରାହ୍ଣ ପ୍ରାୟ ୪ଟା ସମୟରେ ଲୁଟେରା କାର୍ତ୍ତିକ, ବିକାଶ ଏବଂ ନେପୁ ବାଇକ୍‍ ଚୋରି କରି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୁଲିସ ତଦନ୍ତରେ କୁଣ୍ଡଳି ଆପର ସାହାରା ନେଇଥିଲା।

ପୁଲିସ କୁଣ୍ଡଳୀ ଆପ୍‍ରେ ପେଶାଦାର ଲୁଟେରାଙ୍କ ତାଲିକା ଖୋଜିଥିଲା। ବରବାରୀରୁ ବାଇକ୍‍ ଚୋରି କରୁଥିବା ନେପୁ ଗ୍ୟାଙ୍ଗର ପତ୍ତା ପୁଲିସ ପାଇଥିଲା। ପୁଲିସ ପ୍ରଥମେ କାର୍ତ୍ତିକକୁ ଉଠାଇ ଆଣି ଥାନାରେ ପଚରାଉଚରା କରିବା ପରେ ସେ ବରବାରୀରୁ ଚୋରି କରିଥିବା ସ୍ୱୀକାର କରିଥିଲା। ତା’ର ବୟାନ ଆଧାରରେ ପୁଲିସ କୋଳଥିଆରେ ଚଢଉ କରି ନେପୁ ଏବଂ ବିକାଶକୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ଜଣାପଡ଼ିଥିଲା ଗଞ୍ଜାମ,କଟକ ଏବଂ ଭୁବନେଶ୍ୱରରୁ ଏକାଧିକ ସ୍ଥାନରୁ ବାଇକ୍‍ ଏବଂ ମୋବାଇଲ ଲୁଟପାଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର