ଆଜିଠୁ ବିଧାୟକଙ୍କ ଦୁଇ ଦିନିଆ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ସଂଶୋଧନ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ଅପସାରଣ କରାଯାଇଛି। ଏହାସହିତ ପୂନର୍ବାର ଏକ ନୂଆ ଅତିଥି ତାଲିକା ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ସଚିିବାଳୟ ପକ୍ଷରୁ ଜାରି ସାନି କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଓ ୧୮ ତାରିଖ ଦୁଇ […]

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ସଂଶୋଧନ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ଅପସାରଣ କରାଯାଇଛି। ଏହାସହିତ ପୂନର୍ବାର ଏକ ନୂଆ ଅତିଥି ତାଲିକା ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ସଚିିବାଳୟ ପକ୍ଷରୁ ଜାରି ସାନି କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାୟକମାନଙ୍କ ପାଇଁ ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳ ୧୦ ଟା ୪୫ରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ଉଦ୍‌ଘାଟନ କରିବେ। ଏହା ପରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ଦେବା ସହ ଏହାପରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଭାଷଣ ରଖିବେ। ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ, ବାଚସ୍ପତି ସୂରମା ପାଢ଼ୀ ଓ ତାଙ୍କ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ ଅଭିଭାଷଣ ରଖିବେ। ଏହାପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଏହାପରେ ୧୨ ଟା ୫ରେ ବରିଷ୍ଠ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ବିଧାନସଭାର ବିଭିନ୍ନ ନୀତି ନିୟମ ସମ୍ପର୍କରେ ସୂଚନା ଦେବା ସହ ଅପରାହ୍ଣ ୨ ଟାରେ ବିଧାୟକମାନଙ୍କୁ ‘ନେଭା’ ସମ୍ପର୍କରେ ସୂଚନା ଦିଆଯିବ। ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ବଜେଟ ସମ୍ପର୍କରେ ବିଧାୟକମାନଙ୍କୁ ତାଲିମ ଦେବା ସହ କେନ୍ଦ୍ରମନ୍ତ୍ରୀ ଜୁଏଲେ ଓରାମ ବିଧାନସଭା ପ୍ରଶ୍ନତ୍ତୋର ଆଦି ସମ୍ପର୍କରେ ବିଧାୟକମାନଙ୍କ ଜ୍ଞାନବର୍ଦ୍ଧନ କରିବେ। ସେହିପରି ଦ୍ୱିତୀୟ ଦିନରେ ସାଂସଦ ଭର୍ତ୍ତୃହରୀ ମହତାବ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପ୍ରମୁଖ ବିଧାୟକମାନଙ୍କୁ ଦିଗଦର୍ଶନ ଦେବେ। ଶେଷରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମାପନ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସୂଚନା ଥାଉ କି ଏହା ପୂର୍ବରୁ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବା ସହ ଜେପି ନଡ୍ଡା ସମାପନ ଭାଷଣ ରଖିବେ ବୋଲି ସ୍ଥିର ହୋଇଥିଲା। ମାତ୍ର ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାନସଭା ଗରିମା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରାଯାଇ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ଏହାପରେ ରାଜ୍ୟ ସରକାର ଚାପରେ ପଡ଼ି ଅତିଥି ତାଲିକା ସଂଶୋଧନ କରିଥିବା ଚର୍ଚ୍ଚା ହେଉଛି। ମାତ୍ର ଏବେ ବି ଗୃହର ନେତା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଅଣଦେଖା କରାଯାଇ ଗୃହ ବାହାର ସଦସ୍ୟଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଉଥିବା ଯୋଗୁଁ ଦୁଇ ଦଳ ନିଜ ଜିଦ୍‌ରେ ଅଟଳ ଅଛନ୍ତି ଓ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ତେବେ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ପରେ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେ କୌଣସି ବ୍ୟକ୍ତିବିଶେଷଙ୍କୁ ବିରୋଧ କରୁନାହୁଁ। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ ନଷ୍ଟ କରା ନ ଯାଉ ବୋଲି ଗତକାଲି ସରକାରଙ୍କୁ ସଚେତନ କରାଇଥିଲୁ। ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଥାଉଥାଉ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ କାହିଁକି ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପାଇଁ ଗୃହର ନେତା ମୁଖ୍ୟମନ୍ତ୍ରୀ ଅଛନ୍ତି, ବାଚସ୍ପତି ବି ଅଛନ୍ତି। କିନ୍ତୁ ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ବୋଲି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି। ଯେହେତୁ ଗୃହର ଗରିମା ନଷ୍ଟ କରାଯାଉଛି ଓ ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହେଉଛି, ତେଣୁ ବିଜେଡି ଏଥିରେ ସାମିଲ ହେବନି। ବିରୋଧ କୌଣସି ବ୍ୟକ୍ତିବିଶେଷଙ୍କୁ ନୁହେଁ; ବରଂ ସମ୍ୱିଧାନିକ ପଦମର୍ଯ୍ୟାଦାକୁ ନଷ୍ଟ କରାଯିବାକୁ ବିଜେଡି ବିରୋଧ କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ କହିଛନ୍ତି ଯେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସରକାର ରାଜନୀତିକରଣ କରୁଛନ୍ତି। ତେଣୁ କଂଗ୍ରେସ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି। ଗୃହର ଗରିମାକୁୁ କ୍ଷୁଣ୍ଣ କରିବାକୁ ପ୍ରୟାସ କରାଯାଉଥିବାରୁ ଦଳ ଏହାକୁ ବିରୋଧ କରି ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଯୁକ୍ତ ଦାସ କହିଛନ୍ତି।

17 Aug 2024 By The Sakala

ଆଜିଠୁ ବିଧାୟକଙ୍କ ଦୁଇ ଦିନିଆ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ସଂଶୋଧନ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ଅପସାରଣ କରାଯାଇଛି। ଏହାସହିତ ପୂନର୍ବାର ଏକ ନୂଆ ଅତିଥି ତାଲିକା ପ୍ରକାଶ ପାଇଛି। ରାଜ୍ୟ ବିଧାନସଭା ସଚିିବାଳୟ ପକ୍ଷରୁ ଜାରି ସାନି କାର୍ଯ୍ୟସୂଚୀ ଅନୁଯାୟୀ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାୟକମାନଙ୍କ ପାଇଁ ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳ ୧୦ ଟା ୪୫ରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ଉଦ୍‌ଘାଟନ କରିବେ। ଏହା ପରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ଦେବା ସହ ଏହାପରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅଭିଭାଷଣ ରଖିବେ। ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ, ବାଚସ୍ପତି ସୂରମା ପାଢ଼ୀ ଓ ତାଙ୍କ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ ଅଭିଭାଷଣ ରଖିବେ। ଏହାପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଏହାପରେ ୧୨ ଟା ୫ରେ ବରିଷ୍ଠ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ବିଧାନସଭାର ବିଭିନ୍ନ ନୀତି ନିୟମ ସମ୍ପର୍କରେ ସୂଚନା ଦେବା ସହ ଅପରାହ୍ଣ ୨ ଟାରେ ବିଧାୟକମାନଙ୍କୁ ‘ନେଭା’ ସମ୍ପର୍କରେ ସୂଚନା ଦିଆଯିବ। ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ବଜେଟ ସମ୍ପର୍କରେ ବିଧାୟକମାନଙ୍କୁ ତାଲିମ ଦେବା ସହ କେନ୍ଦ୍ରମନ୍ତ୍ରୀ ଜୁଏଲେ ଓରାମ ବିଧାନସଭା ପ୍ରଶ୍ନତ୍ତୋର ଆଦି ସମ୍ପର୍କରେ ବିଧାୟକମାନଙ୍କ ଜ୍ଞାନବର୍ଦ୍ଧନ କରିବେ। ସେହିପରି ଦ୍ୱିତୀୟ ଦିନରେ ସାଂସଦ ଭର୍ତ୍ତୃହରୀ ମହତାବ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପ୍ରମୁଖ ବିଧାୟକମାନଙ୍କୁ ଦିଗଦର୍ଶନ ଦେବେ। ଶେଷରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମାପନ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ସୂଚନା ଥାଉ କି ଏହା ପୂର୍ବରୁ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବା ସହ ଜେପି ନଡ୍ଡା ସମାପନ ଭାଷଣ ରଖିବେ ବୋଲି ସ୍ଥିର ହୋଇଥିଲା। ମାତ୍ର ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାନସଭା ଗରିମା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରାଯାଇ କାର୍ଯ୍ୟକ୍ରମକୁ ବର୍ଜନ କରିବା ପାଇଁ ଚେତାବନୀ ଦିଆଯାଇଥିଲା। ଏହାପରେ ରାଜ୍ୟ ସରକାର ଚାପରେ ପଡ଼ି ଅତିଥି ତାଲିକା ସଂଶୋଧନ କରିଥିବା ଚର୍ଚ୍ଚା ହେଉଛି। ମାତ୍ର ଏବେ ବି ଗୃହର ନେତା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଅଣଦେଖା କରାଯାଇ ଗୃହ ବାହାର ସଦସ୍ୟଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଉଥିବା ଯୋଗୁଁ ଦୁଇ ଦଳ ନିଜ ଜିଦ୍‌ରେ ଅଟଳ ଅଛନ୍ତି ଓ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ପରେ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେ କୌଣସି ବ୍ୟକ୍ତିବିଶେଷଙ୍କୁ ବିରୋଧ କରୁନାହୁଁ। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ ନଷ୍ଟ କରା ନ ଯାଉ ବୋଲି ଗତକାଲି ସରକାରଙ୍କୁ ସଚେତନ କରାଇଥିଲୁ। ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଥାଉଥାଉ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ କାହିଁକି ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପାଇଁ ଗୃହର ନେତା ମୁଖ୍ୟମନ୍ତ୍ରୀ ଅଛନ୍ତି, ବାଚସ୍ପତି ବି ଅଛନ୍ତି। କିନ୍ତୁ ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ବୋଲି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି। ଯେହେତୁ ଗୃହର ଗରିମା ନଷ୍ଟ କରାଯାଉଛି ଓ ଏକ ଭୁଲ୍‌ ପରମ୍ପରା ସୃଷ୍ଟି ହେଉଛି, ତେଣୁ ବିଜେଡି ଏଥିରେ ସାମିଲ ହେବନି। ବିରୋଧ କୌଣସି ବ୍ୟକ୍ତିବିଶେଷଙ୍କୁ ନୁହେଁ; ବରଂ ସମ୍ୱିଧାନିକ ପଦମର୍ଯ୍ୟାଦାକୁ ନଷ୍ଟ କରାଯିବାକୁ ବିଜେଡି ବିରୋଧ କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ କହିଛନ୍ତି ଯେ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସରକାର ରାଜନୀତିକରଣ କରୁଛନ୍ତି। ତେଣୁ କଂଗ୍ରେସ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି। ଗୃହର ଗରିମାକୁୁ କ୍ଷୁଣ୍ଣ କରିବାକୁ ପ୍ରୟାସ କରାଯାଉଥିବାରୁ ଦଳ ଏହାକୁ ବିରୋଧ କରି ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଯୁକ୍ତ ଦାସ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର