ମୋହନ ସରକାରକୁ ପୂରିଲାଣି ଏକ ମାସ, ଦିଶାହୀନ ଭାବେ ଗଡୁଛି ରାଜ୍ୟ ଶାସନ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ସୁରକ୍ଷା, ଓଡ଼ିଶାର ଦୁଇଗୁଣା ବିକାଶ ପ୍ରତିଶ୍ରୁତି ଦେଇ ରାଜ୍ୟରେ ପ୍ରଥମଥର ଏକାକୀ ସରକାର ଗଢ଼ିଛି ବିଜେପି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ଶୀର୍ଷ ନେତାଙ୍କ ପର୍ଯ୍ୟନ୍ତ ଦେଇଥିବା ବିକାଶର ପ୍ରତିଶ୍ରୁତିକୁ ଭରସା ଓ ବିଶ୍ୱାସ କରି ଓଡ଼ିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଅଜାଡ଼ି ଦେଇଛନ୍ତି। ତେଣୁ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟର ବିଜେପି ସରକାର ସାମ୍ନାରେ ଏକାଧିକ ଆହ୍ୱାନ ରହିଛି। […]

ଭୁବନେଶ୍ୱର: ଓଡ଼ିଆ ଅସ୍ମିତାର ସୁରକ୍ଷା, ଓଡ଼ିଶାର ଦୁଇଗୁଣା ବିକାଶ ପ୍ରତିଶ୍ରୁତି ଦେଇ ରାଜ୍ୟରେ ପ୍ରଥମଥର ଏକାକୀ ସରକାର ଗଢ଼ିଛି ବିଜେପି। ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ଶୀର୍ଷ ନେତାଙ୍କ ପର୍ଯ୍ୟନ୍ତ ଦେଇଥିବା ବିକାଶର ପ୍ରତିଶ୍ରୁତିକୁ ଭରସା ଓ ବିଶ୍ୱାସ କରି ଓଡ଼ିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଅଜାଡ଼ି ଦେଇଛନ୍ତି। ତେଣୁ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟର ବିଜେପି ସରକାର ସାମ୍ନାରେ ଏକାଧିକ ଆହ୍ୱାନ ରହିଛି। ବିଶେଷକରି ପ୍ରଗତିର ଶୀର୍ଷକୁ ନେବା ପାଇଁ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଯେଉଁଠି ଛାଡ଼ିଥିଲେ, ସମାନ ଢଙ୍ଗରେ ସେଇଠୁ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାର ମୁଖ୍ୟ ଦାୟିତ୍ୱ ଥିବାବେଳେ ଆରମ୍ଭରୁ କିନ୍ତୁ ମୋହନ ସରକାରଙ୍କ ଚାଲିଚଳଣରୁ ସାଧାରଣଜନତା ଭିନ୍ନ ବାସ୍‌ନା ଅନୁଭବ କଲେଣି। ସରକାର ଗଠନକୁ ମାସେରୁ ଅଧିକ ସମୟ ପୂରିଥିବା ବେଳେ ଦଳ ନିଜର କିଛି ସ୍ୱତନ୍ତ୍ର ଯୋଜନା କିମ୍ବା ସୁଶାସନର ଖସଡ଼ା ପ୍ରସ୍ତୁତ କରିବା ବଦଳରେ ବିଦାୟୀ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ନାମ ଓ ରଙ୍ଗ ପରିବର୍ତ୍ତନ ଉପରେ ଅଧିକ ଧ୍ୟାନ ଦେଉଥିବା ନଜରକୁ ଆସିଛି। ସେହିପରି ମନ୍ତ୍ରିମାନଙ୍କର ତୁଣ୍ଡରେ ନିୟନ୍ତ୍ରଣ ରହୁ ନଥିବା ବେଳେ ଗଣମାଧ୍ୟମରେ ମନଇଚ୍ଛା ରଖୁଥିବା ବୟାନ ସାଧାରଣରେ ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରୁଛି; ଯାହା ଉଭୟ ବିଜେପି ତଥା ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ରାଜ୍ୟର ନୂଆ ସରକାରଙ୍କ ସାମ୍ନାରେ ମୁଖ୍ୟତଃ ତିନୋଟି ବଡ଼ ଆହ୍ୱାନ ରହିଛି। ପ୍ରଥମତଃ ରାଜ୍ୟରେ ଚାଲିଥିବା ଦ୍ରୁତ ବିକାଶ ପ୍ରକ୍ରିୟାକୁ ଜାରି ରଖିବା ସହ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ମୁତାବକ ସୁଶାସନ ପ୍ରଦାନ କରିବା। ଦ୍ୱିତୀୟରେ ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ ସହ ଆର୍ଥିକ ବଳକା ରାଜ୍ୟ ବାବେ ପରିଚିତ ଓଡ଼ିଶାର ଅର୍ଥନୈତିକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସମ୍ବଳର ସୁବିନିଯୋଗ ଏବଂ ତୃତୀୟରେ ଉଭୟ ପୁରୁଣା ଏବଂ ନୂଆ ଯୋଜନା ପାଇଁ ଆବଶ୍ୟକ ରାଜସ୍ୱ ସଂଗ୍ରହର ନୂଆ ଉତ୍ସ ସୃଷ୍ଟି କରିବା। ମାତ୍ର ଗତ ଏକମାସ ହେଲାଣି ମୋହନ ସରକାର ଏ ତିନୋଟି ଦିଗ ଉପରେ ବିଶେଷ ଗୁରୁତ୍ୱାରୋପ କରୁନଥିବା ସାଧାରଣରେ ହୃଦ୍‌ବୋଧ ହେଉଛି। ବିକାଶ, ଶାସନ ଓ ସମ୍ବଳକୁ ଗୋଟିଏ ପଟରେ ରଖିଦେଇ ପୂର୍ବ ସରକାରଙ୍କ ଯୋଜନାର ନାମ ଏବଂ ରଙ୍ଗ ପରିବର୍ତ୍ତନ କରିବା ଏବେ ମୋହନ ସରକାରଙ୍କ ପ୍ରମୁଖତା ପାଲଟିଥିବା ଅନୁଭବ ହେଉଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ବିଦାୟୀ ବିଜେଡି ସରକାର ରାଜ୍ୟରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନିକଟ ଅତୀତରେ ଲକ୍ଷ୍ମୀ ବସ୍‌ ସେବା ଅଧୀନରେ ୧୧୦୦ରୁ ଅଧିକ ବସ୍‌ ଚଳାଚଳ କରିଥିଲେ। କମ୍‌ ଟଙ୍କାରେ ମହିଳାଙ୍କୁ ଏବଂ ସାଧାରଣ ଲୋକଙ୍କୁ ପଞ୍ଚାୟତରୁ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ଯାଏଁ ବସ୍‌ ସେବା ଯୋଗାଇବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ମାତ୍ର ବିଜେପି କ୍ଷମତାକୁ ଆସିବା ପରେ ଯେପରି ଢଙ୍ଗରେ ବସ୍‌ର ରଙ୍ଗ ଏବଂ ନାମ ପରିବର୍ତ୍ତନ କଲା, ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ବସ୍‌ ରଙ୍ଗ ପରିବର୍ତ୍ତନରେ ହାରାହାରି ୮୦ ହଜାଟର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରଙ୍ଗ ବଦଳ ନିଷ୍ପତ୍ତି କ’ଣ ସତରେ ଆବଶ୍ୟକତା ଥିଲା ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି। ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଏବେ ‘ଆହାର’ ଭଳି ଏକ ଜନକଲ୍ୟାଣକାରୀ ଯୋଜନାର ନାମ ପରିବର୍ତ୍ତନ ଉପରେ ସମୀକ୍ଷା କରାଯିବ ଏବଂ ଏହାର ନାମ ପରିବର୍ତ୍ତନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ‘ଆହାର’ ନାମ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷ ସହ ଜଡ଼ିତ ନାହିଁ। ତା’ହେଲେ ଯୋଜନାର ନାମକୁ ନେଇ ବିଜେପି ସରକାର ମନରେ ଏତେ ଅସହିଷ୍ଣୁତା ଓ ଆକ୍ରୋଶ କ’ଣ ପାଇଁ, ତାହା ସାଧାରଣରେ ବୋଧଗମ୍ୟ ହେଉନାହିଁ। ସେହିପରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଶନିବାର ଏହି ଯୋଜନାରୁ ରାଜ୍ୟ ସରକାର ବିଜୁ ବାବୁଙ୍କ ନାମ ହଟାଇ ଦେଇଛନ୍ତି। ଭାରତର ସ୍ୱାଧୀନତା ଇତିହାସରେ ବିଜୁ ବାବୁଙ୍କର ଭୂମିକା ଅତୁଳନୀୟ ଥିବାବେଳେ ସ୍ୱାଧୀନତା ପରବର୍ତ୍ତୀ ରାଜନୀତିରେ ସେ ଜଣେ ଉତ୍ତୁଙ୍ଗ ରାଜନେତା ଥିଲେ। ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚୟ ବିଜୁବାବୁଙ୍କ ନାମକୁ ନେଇ ବିଜେପି ଏତେ ପ୍ରତିକ୍ରିୟାଶୀଳ କ’ଣ ପାଇଁ ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରୁଛନ୍ତି। କେବଳ ଏତିକି ନୁହେଁ; ଆଗାମୀ ଦିନରେ ସ୍କୁଲ ପୋଷାକ ରଙ୍ଗ ପରିବର୍ତ୍ତନଠାରୁ ଆରମ୍ଭ କରି ଡଜନେରୁ ଅଧିକ ସରକାରୀ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ବିଚାର କରୁଥିବା ଶୁଣିବାକୁ ମିଳୁଛି। ପୂର୍ବ ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମର ସମୀକ୍ଷା କରିବା ମନ୍ଦ ନୁହେଁ। ଯଦି କୌଣସି ଯୋଜନା ରାଜ୍ୟ ତଥା ଜନସ୍ୱାର୍ଥର ପରିପନ୍ଥୀ ହୋଇଥାଏ, ତା’ହେଲେ ଯୋଜନାକୁ ବନ୍ଦ କିମ୍ବା ଆବଶ୍ୟକ ସଂଶୋଧନ କରାଯାଇଥାଏ। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ପ୍ରତିଟି ଯୋଜନାର ନାମ ଏବଂ ରଙ୍ଗ ପରିବର୍ତ୍ତନ କରିବା କ’ଣ ସତରେ ଜରୁରୀ ବୋଲି ଏବେ ସାଧାରଣଜନତା ପ୍ରଶ୍ନ କରିବା ଆରମ୍ଭ କଲେଣି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସମାନ ଭାବେ ନବନିର୍ବାଚିତ ସରକାରଙ୍କ ମନ୍ତ୍ରୀମାନଙ୍କର ବିଭିନ୍ନ ବୟାନ ମଧ୍ୟ ନୂଆ ସରକାରଙ୍କୁ ଅପଦସ୍ତ କଲାଣି। ନିଜ ଅଧିକାର ପରିସରଭୁକ୍ତ ନ ଥାଇ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ରାଜ୍ୟରେ ମଦ ବନ୍ଦ କରିଦେବେ ବୋଲି କହିଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ଟ୍ରାଫିକ୍‌ ପୋଷ୍ଟରୁ ନାଲିବତି ଉଠିବା ନେଇ ସରକାର ବିଚାରୁଛନ୍ତି ବୋଲି ମତ ରଖିଛନ୍ତି। ସେହିପରି ପହଣ୍ଡି ବିଜେ ବେଳେ ବଡ଼ଠାକୁର ଚାରମାଳ ଉପରେ ପଡ଼ି ଯାଇଥିବା ବେଳେ ରାଜ୍ୟର ଜଣେ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଆଇନମନ୍ତ୍ରୀ ଏହାକୁ ସାଧାରଣ ଘଟଣା ବୋଲି ଦେଇଥିବା ମନ୍ତବ୍ୟକୁ ମଧ୍ୟ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରି ନ ପାରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ତ୍ରୀମାନେ ନିଜ ତୁଣ୍ଡ ଉପରେ ଲଗାମ୍‌ କଷୁ ନ ଥିବା ବେଳେ ଏହା ସରକାରଙ୍କୁ ଅପଦସ୍ତ କରୁଛି। ରାଜ୍ୟ ସରକାର ସୁଶାସନ ମନସ୍କ ନ ହୋଇ ଯେଉଁ ଦିଗରେ ଯାଉଛନ୍ତି, ତାହା ସରକାରଙ୍କ ପାଇଁ ଆଗାମୀ ଦିନରେ ବହୁ ସମସ୍ୟା ସୃଷ୍ଟି କରିବା ସହ ଜନତାଙ୍କ କାଠଗଡ଼ାକୁ ଠେଲିଦେବ ବୋଲି ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରିଛି।

21 Jul 2024 By The Sakala

https://www.thesakala.in/latest-odisha-news/odisha-governance-is-going-without-direction-after-a-month-since-the-mohan-government-came-to-power/article-33783
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର