ଆସୁଛି ଯୋଡ଼ି ଲଘୁଚାପ; ବାହୁଡ଼ା ଓ ସୁନାବେଶରେ ପ୍ରବଳ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶରେ ପ୍ରବଳ ବର୍ଷା ହେବ। ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ଯୋଗୁଁ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଅଧିକ ରହିବ। ବର୍ତ୍ତମାନ […]

ଭୁବନେଶ୍ୱର: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶରେ ପ୍ରବଳ ବର୍ଷା ହେବ। ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ଯୋଗୁଁ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଅଧିକ ରହିବ। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ରବିବାର ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରବିବାର ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୧୬ରେ ଏହି ଲଘୁଚାପ ଓଡ଼ିଶାରୁ ରାୟପୁର ପର୍ଯ୍ୟନ୍ତ ବିସ୍ତୃତି ଏବଂ ୧୭ରେ ମଧ୍ୟପ୍ରଦେଶ ମୁହାଁଇପାରେ। ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଂଲଗ୍ନ ସମୁଦ୍ରରେ ବର୍ଷା ହେବାକୁ ଥିବା ବେଳେ ୨୧ରେ ଉତ୍ତର ଓଡ଼ିଶାରେ ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଫଳରେ ଦୁଇଟି ଯାକ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଉପକୂଳରେ ସବୁଠାରୁ କମ୍‌‌ ବର୍ଷା ହେବ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ୨୨ରେ ଅଧିକ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଆକଳନ କରାଯାଇଛି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସମୁଦାୟ ବର୍ଷା ଦକ୍ଷିଣ ଓଡ଼ିଶାରେ ୧୨୦-୧୮୦ ମିମି, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୦୦-୧୪୦ ମିମି, ଉତ୍ତର-ପଶ୍ଚିମରେ ୮୦-୧୦୦ ମିମି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ପୂର୍ବ ଜଗତସିଂହପୁରରେ ସମୁଦାୟ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

ଅନ୍ୟପଟେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୭୯ମିମି ବର୍ଷା ଅନୁଭୂତ ହୋଇଥିବା ବେଳେ ବୌଦ୍ଧରେ ୬୪, ଟିଟଲାଗଡ଼ ୪୯, ସୋନପୁର ୪୫, ନବରଙ୍ଗପୁର ୪୨, ମାଲକାନଗିରି ୩୬ ଓ ନୂଆପଡ଼ାରେ ୩୫ମିମି ବର୍ଷା ଅନୁଭୂତ ହୋଇଛି।

14 Jul 2024 By The Sakala

ଆସୁଛି ଯୋଡ଼ି ଲଘୁଚାପ; ବାହୁଡ଼ା ଓ ସୁନାବେଶରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶରେ ପ୍ରବଳ ବର୍ଷା ହେବ। ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଲଘୁଚାପ ଯୋଗୁଁ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ମୁଖ୍ୟତଃ ଏହି ସମୟ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଅଧିକ ରହିବ। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ରବିବାର ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରବିବାର ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୧୬ରେ ଏହି ଲଘୁଚାପ ଓଡ଼ିଶାରୁ ରାୟପୁର ପର୍ଯ୍ୟନ୍ତ ବିସ୍ତୃତି ଏବଂ ୧୭ରେ ମଧ୍ୟପ୍ରଦେଶ ମୁହାଁଇପାରେ। ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଫଳରେ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଂଲଗ୍ନ ସମୁଦ୍ରରେ ବର୍ଷା ହେବାକୁ ଥିବା ବେଳେ ୨୧ରେ ଉତ୍ତର ଓଡ଼ିଶାରେ ଏବଂ ୨୨ରେ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇବ। ଫଳରେ ଦୁଇଟି ଯାକ ଲଘୁଚାପର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ। ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ସବୁଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଉତ୍ତର ଉପକୂଳରେ ସବୁଠାରୁ କମ୍‌‌ ବର୍ଷା ହେବ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ୨୨ରେ ଅଧିକ ବର୍ଷା ହେବ।

ଆକଳନ କରାଯାଇଛି ଯେ ଆସନ୍ତା ୧୦ ଦିନ ମଧ୍ୟରେ ସମୁଦାୟ ବର୍ଷା ଦକ୍ଷିଣ ଓଡ଼ିଶାରେ ୧୨୦-୧୮୦ ମିମି, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୦୦-୧୪୦ ମିମି, ଉତ୍ତର-ପଶ୍ଚିମରେ ୮୦-୧୦୦ ମିମି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ ପୂର୍ବ ଜଗତସିଂହପୁରରେ ସମୁଦାୟ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୭୯ମିମି ବର୍ଷା ଅନୁଭୂତ ହୋଇଥିବା ବେଳେ ବୌଦ୍ଧରେ ୬୪, ଟିଟଲାଗଡ଼ ୪୯, ସୋନପୁର ୪୫, ନବରଙ୍ଗପୁର ୪୨, ମାଲକାନଗିରି ୩୬ ଓ ନୂଆପଡ଼ାରେ ୩୫ମିମି ବର୍ଷା ଅନୁଭୂତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର