ଲକଡାଉନ୍ ଅବଧି ନେଇ ଅପରାହ୍ଣରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଆଜି ଦିନ ୨ଟା ୩୦ରେ ଲକଡାଉନ୍ କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା […]

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଆଜି ଦିନ ୨ଟା ୩୦ରେ ଲକଡାଉନ୍ କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେବେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଜିଲ୍ଲା ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ଲାଗିଥିବା ଆଂଶିକ ଲକଡାଉନ କୋହଳ କରାଯାଇପାରେ । ଏବେ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କଟକଣା କୋହଳ ହୋଇଛି । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା ଆହୁରି କୋହଳ ହେବ । ଏବେ ରେଡ୍ ଜୋନରେ ୪ ଜିଲ୍ଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିଭଳି ୟେଲୋ ଜୋନରେ ୫ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ପୁରୀ ଓ ନୟାଗଡ଼ ରହିଛି । ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

30 Jun 2021 By The Sakala

ଲକଡାଉନ୍ ଅବଧି ନେଇ ଅପରାହ୍ଣରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଆଜି ଦିନ ୨ଟା ୩୦ରେ ଲକଡାଉନ୍ କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେବେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଜିଲ୍ଲା ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ଲାଗିଥିବା ଆଂଶିକ ଲକଡାଉନ କୋହଳ କରାଯାଇପାରେ । ଏବେ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କଟକଣା କୋହଳ ହୋଇଛି । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା ଆହୁରି କୋହଳ ହେବ । ଏବେ ରେଡ୍ ଜୋନରେ ୪ ଜିଲ୍ଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିଭଳି ୟେଲୋ ଜୋନରେ ୫ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ପୁରୀ ଓ ନୟାଗଡ଼ ରହିଛି । ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ।

https://www.thesakala.in/latest-odisha-news/the-chief-secretary-will-announce-the-lockdown-period-in-the-afternoon/article-3347
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର