ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ: ରାଜ୍ୟରେ ୯୩ ହଜାରରୁ ଉର୍ଦ୍ଧ୍ବ ପଦରେ ନିଯୁକ୍ତି ପାଇଁ ଅନୁମୋଦନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ। ନିଯୁକ୍ତି ପରୀକ୍ଷା କମାଇବା ପାଇଁ ସମାନ ଯୋଗ୍ୟତା ବିଶିଷ୍ଟ ବିଭିନ୍ନ ପରୀକ୍ଷାକୁ ଏକତ୍ରୀକରଣ କରାଯିବ। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବୁଧବାର ମୁଖ୍ୟ ଶାସନ ସଚିବ କରିଥିବା ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲେଚନା ହୋଇଛି। ସାମ୍ପ୍ରତ୍ତିକ ପରିସ୍ଥିତିରେ ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଲାଇଭ୍‌‌ଷ୍ଟକ୍‌‌ ଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ସାଇକେଲ ଚାଳନା କରିବାର ନିୟମ ରହିଛି। ବିନା ଦ୍ୱିଧାରେ […]

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ। ନିଯୁକ୍ତି ପରୀକ୍ଷା କମାଇବା ପାଇଁ ସମାନ ଯୋଗ୍ୟତା ବିଶିଷ୍ଟ ବିଭିନ୍ନ ପରୀକ୍ଷାକୁ ଏକତ୍ରୀକରଣ କରାଯିବ। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବୁଧବାର ମୁଖ୍ୟ ଶାସନ ସଚିବ କରିଥିବା ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲେଚନା ହୋଇଛି। ସାମ୍ପ୍ରତ୍ତିକ ପରିସ୍ଥିତିରେ ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଲାଇଭ୍‌‌ଷ୍ଟକ୍‌‌ ଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ସାଇକେଲ ଚାଳନା କରିବାର ନିୟମ ରହିଛି। ବିନା ଦ୍ୱିଧାରେ ସମ୍ପ୍ରତି ଏହାକୁ ଅନାବଶ୍ୟକ କୁହାଯାଇ ପାରିବ। ଏହା ନିଯୁକ୍ତି ପରକ୍ରିୟାକୁ ବିଳମ୍ବିତ କରୁଛି। ଏହାସହ କିଛି ପରୀକ୍ଷାରେ ମଧ୍ୟ ବହୁ ଅନାବଶ୍ୟକ ଯୋଜନା ଓ ପାଠ୍ୟକ୍ରମ ରହିଥିବା ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ଅନୁରୂପ ଭାବେ ରାଜ୍ୟରେ ୧ଲକ୍ଷ ୩୪ ହଜାର ୬୭ ଟି ବେସ୍‌‌ ଲେବୁଲ୍‌‌ ପଦ ଖାଲି ରହିଛି। ତନ୍ମଧ୍ୟରୁ ୯୩ ହଜାର ୫୨୪ ପଦରେ ନିଯୁକ୍ତି କରିବା ପାଇଁ ନିଯୁକ୍ତି କମିଟି ଅନୁମୋଦନ କରିଛି। ୮୦ ହଜାର ୧୭୩ଟି ପଦରେ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ପରୀକ୍ଷା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସମସ୍ତ କ୍ୟାଡର ରୁଲ୍‌‌, ନିଯୁକ୍ତି ନିୟମ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିଭାଗ କୌଣସି ନିୟମକୁ ଅନାବଶ୍ୟକ ମନେକରେ ତେବେ ତାକୁ ସଂଶୋଧନ କରିପାରିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

05 Jul 2024 By The Sakala

ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ: ରାଜ୍ୟରେ ୯୩ ହଜାରରୁ ଉର୍ଦ୍ଧ୍ବ ପଦରେ ନିଯୁକ୍ତି ପାଇଁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ। ନିଯୁକ୍ତି ପରୀକ୍ଷା କମାଇବା ପାଇଁ ସମାନ ଯୋଗ୍ୟତା ବିଶିଷ୍ଟ ବିଭିନ୍ନ ପରୀକ୍ଷାକୁ ଏକତ୍ରୀକରଣ କରାଯିବ। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ବୁଧବାର ମୁଖ୍ୟ ଶାସନ ସଚିବ କରିଥିବା ସମୀକ୍ଷା ବୈଠକରେ ଏ ସମ୍ପର୍କରେ ଆଲେଚନା ହୋଇଛି। ସାମ୍ପ୍ରତ୍ତିକ ପରିସ୍ଥିତିରେ ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଲାଇଭ୍‌‌ଷ୍ଟକ୍‌‌ ଇନିସପେକ୍ଟର ପଦରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ସାଇକେଲ ଚାଳନା କରିବାର ନିୟମ ରହିଛି। ବିନା ଦ୍ୱିଧାରେ ସମ୍ପ୍ରତି ଏହାକୁ ଅନାବଶ୍ୟକ କୁହାଯାଇ ପାରିବ। ଏହା ନିଯୁକ୍ତି ପରକ୍ରିୟାକୁ ବିଳମ୍ବିତ କରୁଛି। ଏହାସହ କିଛି ପରୀକ୍ଷାରେ ମଧ୍ୟ ବହୁ ଅନାବଶ୍ୟକ ଯୋଜନା ଓ ପାଠ୍ୟକ୍ରମ ରହିଥିବା ଆଲୋଚନା ହୋଇଛି।

ଅନୁରୂପ ଭାବେ ରାଜ୍ୟରେ ୧ଲକ୍ଷ ୩୪ ହଜାର ୬୭ ଟି ବେସ୍‌‌ ଲେବୁଲ୍‌‌ ପଦ ଖାଲି ରହିଛି। ତନ୍ମଧ୍ୟରୁ ୯୩ ହଜାର ୫୨୪ ପଦରେ ନିଯୁକ୍ତି କରିବା ପାଇଁ ନିଯୁକ୍ତି କମିଟି ଅନୁମୋଦନ କରିଛି। ୮୦ ହଜାର ୧୭୩ଟି ପଦରେ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ପରୀକ୍ଷା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସମସ୍ତ କ୍ୟାଡର ରୁଲ୍‌‌, ନିଯୁକ୍ତି ନିୟମ ସମ୍ପର୍କରେ ଆସନ୍ତା ୭ ଦିନ ମଧ୍ୟରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିଭାଗ କୌଣସି ନିୟମକୁ ଅନାବଶ୍ୟକ ମନେକରେ ତେବେ ତାକୁ ସଂଶୋଧନ କରିପାରିବେ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର