ଆଜିଠାରୁ ନବନିର୍ବାଚିତ ବିଧାୟକ ନେବେ ଶପଥ, ୧୮ ଓ ୧୯ ତାରିଖ ଦୁଇଦିନ ଧରି ଚାଲିବ କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ସପ୍ତଦଶ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି(ପ୍ରୋଟେମ୍‌‌ ସ୍ପିକର୍‌‌) ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ୧୯ ତାରିଖ ଦୁଇଦିନ ଧରି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ […]

ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ସପ୍ତଦଶ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି(ପ୍ରୋଟେମ୍‌‌ ସ୍ପିକର୍‌‌) ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ୧୯ ତାରିଖ ଦୁଇଦିନ ଧରି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କାରଣ ପାଇଁ ଯେଉଁ ବିଧାୟକମାନେ ଅନୁପସ୍ଥିତ ଥିବେ, ସେମାନେ ପରବର୍ତ୍ତୀ ସମୟରେ ବିଧାନସଭାରେ ଶପଥ ନେଇପାରିବେ। ନବନିର୍ବାଚିତ ବାଚସ୍ପତି ସେମାନଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଅପରପକ୍ଷେ ୧୯ ତାରିଖରେ ନୂଆ ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ୧୯ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ବାଚନ ପରିଚାଳନା କରିବେ। ବିଜେପିର ୭୮ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି। ତେଣୁ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେପିର ଜଣେ ବିଧାୟକ ବାଚସ୍ପତି ହେବା ଏକପ୍ରକାର ସୁନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନ ବର୍ତ୍ତମାନ ଏକ ଔପଚାରିକତା ହୋଇଥିବା ବେଳେ ଏହି ପଦ ପାଇଁ ଶାସକ ଦଳ ପକ୍ଷରୁ କିଏ ନାମାଙ୍କନ ଦାଖଲ କରୁଛନ୍ତି, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସପ୍ତଦଶ ବିଧାନସଭାର ବାଚସ୍ପତି ଦୌଡ଼ରେ ରଣପୁର ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ସର୍ବାଗ୍ରେ ରହିଛନ୍ତି। ଏପରିକି ତାଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

18 Jun 2024 By The Sakala

ଆଜିଠାରୁ ନବନିର୍ବାଚିତ ବିଧାୟକ ନେବେ ଶପଥ, ୧୮ ଓ ୧୯ ତାରିଖ ଦୁଇଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠାରୁ ଦୁଇଦିନ ଧରି ସପ୍ତଦଶ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି(ପ୍ରୋଟେମ୍‌‌ ସ୍ପିକର୍‌‌) ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଏବଂ ୧୯ ତାରିଖ ଦୁଇଦିନ ଧରି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କାରଣ ପାଇଁ ଯେଉଁ ବିଧାୟକମାନେ ଅନୁପସ୍ଥିତ ଥିବେ, ସେମାନେ ପରବର୍ତ୍ତୀ ସମୟରେ ବିଧାନସଭାରେ ଶପଥ ନେଇପାରିବେ। ନବନିର୍ବାଚିତ ବାଚସ୍ପତି ସେମାନଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।

ଅପରପକ୍ଷେ ୧୯ ତାରିଖରେ ନୂଆ ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ୧୯ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ବାଚନ ପରିଚାଳନା କରିବେ। ବିଜେପିର ୭୮ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି। ତେଣୁ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେପିର ଜଣେ ବିଧାୟକ ବାଚସ୍ପତି ହେବା ଏକପ୍ରକାର ସୁନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନ ବର୍ତ୍ତମାନ ଏକ ଔପଚାରିକତା ହୋଇଥିବା ବେଳେ ଏହି ପଦ ପାଇଁ ଶାସକ ଦଳ ପକ୍ଷରୁ କିଏ ନାମାଙ୍କନ ଦାଖଲ କରୁଛନ୍ତି, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସପ୍ତଦଶ ବିଧାନସଭାର ବାଚସ୍ପତି ଦୌଡ଼ରେ ରଣପୁର ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ସର୍ବାଗ୍ରେ ରହିଛନ୍ତି। ଏପରିକି ତାଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି।

https://www.thesakala.in/latest-odisha-news/newly-elected-mlas-will-take-oath-from-today/article-32971
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର