ଓଲଟିଲା ପାନ ପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ୍; ୨ ମୃତ, ୧୪ ଆହତ
କାକଟପୁର: ରଜରେ ସକାଳୁ ସକାଳୁ ଅଘଟଣ । ପାନ ପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ୨୦ରୁ ଅଧିକ ପାନ ବ୍ୟବସାୟୀ ପାନ ବିକ୍ରି କରିବାକୁ ନୟାହାଟ ଓ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଥିବା ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟ ମୁଖ୍ୟରାସ୍ତା ଉପରେ […]
କାକଟପୁର: ରଜରେ ସକାଳୁ ସକାଳୁ ଅଘଟଣ । ପାନ ପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ୨୦ରୁ ଅଧିକ ପାନ ବ୍ୟବସାୟୀ ପାନ ବିକ୍ରି କରିବାକୁ ନୟାହାଟ ଓ ପିପିଲି ପାନ ମାର୍କେଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଥିବା ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟ ମୁଖ୍ୟରାସ୍ତା ଉପରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୪ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୮ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। କାକଟପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।