ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପ୍ରଥମଥର ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷାଫଳ। ସନ୍ଧ୍ୟା ୬ଟାରୁ ୱେବସାଇଟରେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା […]
ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପ୍ରଥମଥର ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷାଫଳ। ସନ୍ଧ୍ୟା ୬ଟାରୁ ୱେବସାଇଟରେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।
ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in
SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।
ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯% ରହିଛି। ମୋଟ ୫, ୭୪, ୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ ହୋଇଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ୪୪୧୨ ପିଲା ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇନି।
A1 ଗ୍ରେଡରେ – ୨୬୫୬; A2ରେ- ୨୨, ୧୩୧; B1ରେ- ୫୨, ୧୯୯ ଅଛନ୍ତି। B2 ଗ୍ରେଡରେ ୯୪, ୪୭୫ ପିଲା ପାସ୍ କରିଛନ୍ତି। ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।






