ତଳସରାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ କଲେ ଅପିଲ

The Sakala Picture
Published On

ତଳସରା: ସୁନ୍ଦରଗଡ ତଳସରା ବିଧାନସଭା କ୍ଷେତ୍ରରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ୫ଜଣ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ଅପିଲ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡରେ ହକିର ବିକାଶ ହେଉ କି ଅନ୍ୟାନ୍ୟ ବିକାଶମୂଳକ ଯୋଜନା, ମୁଖ୍ୟମନ୍ତ୍ରୀ କେଉଁଥିରେ ବି ଅବହେଳା କରିନାହାଁନ୍ତି । କିନ୍ତୁ ତଳସରାବାସୀ ଉଭୟ ସାଂସଦ ଓ […]

ତଳସରା: ସୁନ୍ଦରଗଡ ତଳସରା ବିଧାନସଭା କ୍ଷେତ୍ରରୁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନୀ ସଭାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ୫ଜଣ ଭୋଟରଙ୍କୁ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ଅପିଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ଏହି ଅବସରରେ ସେ କହିଛନ୍ତି ଯେ, ସୁନ୍ଦରଗଡରେ ହକିର ବିକାଶ ହେଉ କି ଅନ୍ୟାନ୍ୟ ବିକାଶମୂଳକ ଯୋଜନା, ମୁଖ୍ୟମନ୍ତ୍ରୀ କେଉଁଥିରେ ବି ଅବହେଳା କରିନାହାଁନ୍ତି । କିନ୍ତୁ ତଳସରାବାସୀ ଉଭୟ ସାଂସଦ ଓ ବିଧାୟକ ବାଛିବାରେ ନବୀନଙ୍କୁ କମ ଆଶୀର୍ବାଦ କରୁଛନ୍ତି। କିନ୍ତୁ ବିଧାୟକ ହୁଅନ୍ତୁ ବା ସାଂସଦ ସେମାନେ ଅଞ୍ଚଳ ପାଇଁ କଣ କରୁଛନ୍ତି ତଳସରାବାସୀ ତାର ସମୀକ୍ଷା କରନ୍ତୁ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଠାରୁ ଆରମ୍ଭ କରି କାଳିଆ ଛାତ୍ରବୃତ୍ତି, ଚାଷୀ ପରିବାର ପାଇଁ ବାହାଘର ସହାୟତା ଭଳି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତଳସରାର ବିଭିନ୍ନ ଷ୍ଟାଡିୟମରେ ହକି ଖେଳିବାକୁ ସିନଥେଟିକ ଆଷ୍ଟ୍ରୋଟର୍ଫ ବାବଦରେ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତଳସରାର ୬୦ ହଜାର ୫୦୦ କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁଥିବା ବୋନସ ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଆଜି ଯାହାବି ଆବେଦନ ମିଳିଛି ନିର୍ବାଚନ ପରେ ସେସବୁକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର