କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି: କମିବ ତାତି, ପୁଣି ୨୫ରୁ ବଢିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶ୍ବସ୍ତିକର ସୂଚନା ଆସିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ […]

ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶ୍ବସ୍ତିକର ସୂଚନା ଆସିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୬ ଏପ୍ରିଲରୁ ୨ ମଇ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡର ତାପମାତ୍ରା ସର୍ବୋଚ୍ଚ ରହିଛ। ସୁନ୍ଦରଗଡର ତାପମାତ୍ରା ୪୩.୮ ଡ଼ିଗ୍ରୀ  ସେଲସିୟସ ରେକର୍ଡ କରାଯାଇଛି।  ସେହିପରି-

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସୁନ୍ଦରଗଡ: 43.8°C
ସମ୍ବଲପୁର: 42.4°C
କେନ୍ଦୁଝର: 42.2°C
ଚାନ୍ଦବାଲି: 42.2°C
ହୀରାକୁଦ: 42°C
ରାଉରକେଲା: 41.8°C
ଭୁବନେଶ୍ୱର: 41.4°C
ବାଲେଶ୍ୱର: 39.4°C
ପାରାଦ୍ୱୀପ: 34.8°C
ପୁରୀ:34.4°C
ଗୋପାଳପୁର:33.6°C

19 Apr 2024 By The Sakala

କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି: କମିବ ତାତି, ପୁଣି ୨୫ରୁ ବଢିବ ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି। ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଛି। ଦିନତମାମ ଟାଣ ଖରାରେ ଭାଜି ହେଉଥିବା ଲୋକେ ରାତିରେ ବି ତାତିରୁ ନିସ୍ତାର ପାଉ ନାହାନ୍ତି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶ୍ବସ୍ତିକର ସୂଚନା ଆସିଛି। କାଳବୈଶାଖୀ ଜନିତ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ ୨୧ ଠାରୁ ୨୪ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଫଳରେ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ। ମାତ୍ର ପୁଣି ୨୫ ତାରିଖ ଠାରୁ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୬ ଏପ୍ରିଲରୁ ୨ ମଇ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ-ଆଦ୍ର ପାଣିପାଗ ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ସୁନ୍ଦରଗଡର ତାପମାତ୍ରା ସର୍ବୋଚ୍ଚ ରହିଛ। ସୁନ୍ଦରଗଡର ତାପମାତ୍ରା ୪୩.୮ ଡ଼ିଗ୍ରୀ  ସେଲସିୟସ ରେକର୍ଡ କରାଯାଇଛି।  ସେହିପରି-

ସୁନ୍ଦରଗଡ: 43.8°C
ସମ୍ବଲପୁର: 42.4°C
କେନ୍ଦୁଝର: 42.2°C
ଚାନ୍ଦବାଲି: 42.2°C
ହୀରାକୁଦ: 42°C
ରାଉରକେଲା: 41.8°C
ଭୁବନେଶ୍ୱର: 41.4°C
ବାଲେଶ୍ୱର: 39.4°C
ପାରାଦ୍ୱୀପ: 34.8°C
ପୁରୀ:34.4°C
ଗୋପାଳପୁର:33.6°C

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର