ଡଙ୍ଗରିଆ ମୁଲକର ସମାଧାନ ସୂତ୍ର ରଞ୍ଜିତା

The Sakala Picture
Published On

ରାୟଗଡ଼ା: ନିୟମ ରାଜାର ପିଲା ସେମାନେ । ସରକାର, ସରକାରୀ କଳ କଥା ତାଙ୍କୁ କିଛି ଜଣାନାହିଁ; କି ସେମାନେ ବୁଝିବାକୁ ବି ଚାହାଁନ୍ତିନି। ନିୟମ ରାଜାର ନିର୍ଦ୍ଦେଶ ମିଳିଲେ ହିଁ ସେମାନେ ବାହାର ଲୋକକୁ ଗାଁକୁ ପଶିବାକୁ ଅନୁମତି ଦେବେ | ଏମିତି ବାକ୍ୟକୁ ଦୃଢ଼ତାର ସହ ଗ୍ରହଣ କରି ଜୀବନ ଅତିବାହିତ କରୁଥିବା ବଣ୍ଡା ଘାଟିର ୨୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଏବେ ରଞ୍ଜିତା ଡଙ୍ଗରିଆ ହିଁ ଏକମାତ୍ର ରାହା। ଯାହାଙ୍କ କଥାରେ […]

ରାୟଗଡ଼ା: ନିୟମ ରାଜାର ପିଲା ସେମାନେ । ସରକାର, ସରକାରୀ କଳ କଥା ତାଙ୍କୁ କିଛି ଜଣାନାହିଁ; କି ସେମାନେ ବୁଝିବାକୁ ବି ଚାହାଁନ୍ତିନି। ନିୟମ ରାଜାର ନିର୍ଦ୍ଦେଶ ମିଳିଲେ ହିଁ ସେମାନେ ବାହାର ଲୋକକୁ ଗାଁକୁ ପଶିବାକୁ ଅନୁମତି ଦେବେ | ଏମିତି ବାକ୍ୟକୁ ଦୃଢ଼ତାର ସହ ଗ୍ରହଣ କରି ଜୀବନ ଅତିବାହିତ କରୁଥିବା ବଣ୍ଡା ଘାଟିର ୨୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଏବେ ରଞ୍ଜିତା ଡଙ୍ଗରିଆ ହିଁ ଏକମାତ୍ର ରାହା। ଯାହାଙ୍କ କଥାରେ ଏବେ ଗାଁ ଲୋକ ଟିକାକରଣ ପାଇଁ ରାଜି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

୨୦୧୫ ମସିହାରୁ ଡଙ୍ଗରିଆଙ୍କ ସହ ସିଧାସଳଖ ଭାବେ ରଞ୍ଜିତା ଜଡ଼ିତ | ପେଶାରେ ଆଶା ଦିଦି ଭାବେ କାମ କରୁଥିବା ରଞ୍ଜିତା କେବଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ; ବରଂ ଲୋକଙ୍କ ବ୍ୟକ୍ତିଗତ ସମସ୍ୟା ବେଳେ ବି ପାଖେ ପାଖେ ଛିଡ଼ା ହୁଅନ୍ତି। ନିଜର ନିଷ୍ଠାପର ଉଦ୍ୟମ ଓ ଆବିଳତା ଯୋଗୁଁ ହିଁ ସେ ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରିଛନ୍ତି । ପ୍ରତିଦିନ ୭ ରୁ ୮ କିଲୋମିଟର ଯାତ୍ରା କରି ସେ ଆଖ ପାଖ ୨୩ ଖଣ୍ଡ ଗାଁରେ ପହଞ୍ଚି ଲୋକଙ୍କର ସେବା କରିଥାନ୍ତି। ନିୟମଗିରି ପାହାଡ଼ ଉପରେ ଥିବା କୁଲି ପଞ୍ଚାୟତ ଯାଏଁ ରାସ୍ତା ଥିବା ବେଳେ ତା’ ଉପରକୁ ଥିବା ଦୁର୍ଗମ ଡଙ୍ଗରିଆ ଗାଁ ହୁଣ୍ଡିଜାଲି, ବଣ୍ଡିଲି, ରଢ଼ାଙ୍ଗ, ଡାଙ୍ଗଜୋଡ଼ି, ଡି.ରାଣିବନ୍ଧ, ସଗଦି, ଲହୁଣିଖୁଣ୍ଟି, ଘାଟଗୁମ୍ମା ଆଦି ଗାଁକୁ ରାସ୍ତା ନାହିଁ । ତେଣୁ ପ୍ରତିଦିନ ପାଦରେ ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚିଥାନ୍ତି ରଞ୍ଜିତା | କରୋନା ବାବଦରେ ଲୋକଙ୍କୁ ସଚେତନ କରିବା ସହ ସେମାନେ କିପରି ନିଜ ସହ ପରିବାରର ଯତ୍ନ ନେବେ ସେ ବାବଦରେ ବୁଝାଇଥା’ନ୍ତି। ଆଦିମ ଜନଜାତିଙ୍କଠାରେ ଟିକା ବିଷୟ ଏବେବି ଅଜଣା ଥିବା ବେଳେ ସେମାନଙ୍କୁ ଏଥିପାଇଁ ମନାଇବାର କାମ ରଞ୍ଜିତାଙ୍କ ଉପରେ । ଏହି ଜନଜାତି ବର୍ଗ ଲୋକେ ଟିକା ବିଷୟରେ ସମ୍ପୂର୍ଣ୍ଣ ଅଜଣା | ଗାଁକୁ ସ୍ବାସ୍ଥ୍ୟ ଟିମ୍ ପହଞ୍ଚିଲେ ଲୋକେ ଭୟଭିତ ହୋଇ ଘରୁ ପଦାକୁ ଆସୁ ନାହାନ୍ତି। ଏଭଳି ସ୍ଥିତିରେ ରଞ୍ଜିତାଙ୍କ ବିନା ଗାଁ ଲୋକଙ୍କୁ କରୋନା ବାବଦରେ ବୁଝାଇବା ସମ୍ଭବ ନୁହେଁ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଡଙ୍ଗରିଆ ଲୋକଙ୍କୁ ଦେଶୀୟ ଭାଷାରେ କରୋନା ସମ୍ବନ୍ଧରେ ସଚେତନ କରିବା ହେଉ କି ଟିକାର ଉପକାରିତା ବିଷୟରେ ନିୟମଗିରି ଲୋକଙ୍କୁ ବତାଇବା କଥା ସବୁଥରେ ପ୍ରଶାସନ ପାଇଁ ରଞ୍ଜିତା ହିଁ ସମାଧାନର ବାଟ। ରଞ୍ଜିତା ମଧ୍ୟ ଏହି ଗୁରୁତ୍ୱକୁ ଉପଲବ୍ଧି କରିଛନ୍ତି। ଆଉ ଏଥିପାଇଁ ସପ୍ତାହର ପ୍ରତି ବୁଧବାର ନିୟମଗିରି ଅଞ୍ଚଳ ଯାଇ ସେଠାରେ ଟିକାକରଣ କରୁଛନ୍ତି। ଟିକା ଗ୍ରହଣ କରିବାକୁ ଡଙ୍ଗରିଆଙ୍କୁ ଉତ୍ସାହିତ କରି ସ୍ଥାନୀୟ ଟିକା କେନ୍ଦ୍ରକୁ ଆଣିବାରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେବଳ ସେତିକି ନୁହେଁ; ପ୍ରତି ଶୁକ୍ରବାର ମାତୃତ୍ବ ଦିବସ ଅବସରରେ ରଞ୍ଜିତା ଗାଁ ଗାଁ ବୁଲି ଡଙ୍ଗରିଆ ମହିଳାମାନଙ୍କ ଓଜନ ମାପିବା, ରକ୍ତଚାପ, ରକ୍ତରେ ହିମୋଗ୍ଲୋବିନ ସ୍ତର ଏବଂ ପୃଷ୍ଟି ହିନତା ପରିମାପକ ଯାଞ୍ଚ ସହ ନବଜାତିଙ୍କ ଓଜନ ଓ ସ୍ବାସ୍ଥ୍ୟ ଯାଞ୍ଚ କରିଥାନ୍ତି। ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ନିରବଚ୍ଛିନ୍ନ ସେବା ମନୋବୃତ୍ତି ଇତି ମଧ୍ୟରେ ୮ ବର୍ଷ ବିତିଗଲାଣି। ଡଙ୍ଗରିଆ ଲୋକଙ୍କ ସାଧାରଣ ଜୀବନ ସହ ଜଡ଼ିତ ରହି ସେମାନଙ୍କ ବ୍ୟକ୍ତିଗତ ସମସ୍ୟାରେ ପାଖେ ପାଖେ ରହୁଥିବାରୁ ରଞ୍ଜିତାଙ୍କ କଥାକୁ ବିଶ୍ବାସ କରି ଅଧିକାଂଶ ଲୋକେ ଏବେ ଟିକା ନେବାକୁ ଉତ୍ସାହ ପ୍ରକାଶ କରୁଛନ୍ତି ରଞ୍ଜିତାଙ୍କ ତତ୍ତ୍ଵାବଧାନରେ ଆଜି ସୁଦ୍ଧା କୁଲି ପଞ୍ଚାୟତର ୨୩ଟି ଗାଁରେ ୧୧ଟି ଅସ୍ଥାୟୀ ଟିକା କେନ୍ଦ୍ର ଜରିଆରେ ୬୧୨ଜଣ, ୪୫ ବର୍ଷରୁ ଉର୍ଦ୍ଧ୍ବ ଜନଜାତି ସମ୍ପ୍ରଦାୟ ଲୋକଙ୍କୁ ଟିକାକରଣ କରାଯାଇ ପାରିଛି। ଡଙ୍ଗରିଆ ଲୋକଙ୍କୁ ଏହି ସଚେତନତା ଅଭିଯାନରେ ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀ ବୈରାଗୀ କଣ୍ଡାଗୋରୀ ଓ ଅନ୍ୟଜଣେ ଏଏନଏମ କର୍ମୀ ଲେବିତା ସବର, ରଞ୍ଜିତାଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିଥିବା ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ନିୟମଗିରିରେ ବସବାସ କରୁଥିବା ବିରଳ ଆଦିମ ଜନଜାତି ସମ୍ପ୍ରଦାୟ ଲୋକେ ସ୍ବାସ୍ଥ୍ୟସେବା ବିଷୟରେ ଅଜଣାଥିବା ବେଳେ ରଞ୍ଜିତା ଏମାନଙ୍କୁ କରୋନା ବାବଦରେ ବତାଇବା ସହ ସଙ୍ଗରୋଧ ରହିବାର ସହଜ ଉପାୟ ବାବଦରେ ଅବଗତ କରୁଛନ୍ତି। ମହାମାରୀର ହିତୀୟ ଲହର ନିୟମଗିରିରି ଛୁଇଁବା ପରେ ଏହାକୁ ଅଟକାଇବା ପ୍ରଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ଏଭଳି ସ୍ଥିତିରେ ସକ୍ରମିତଙ୍କୁ ସଙ୍ଗରୋଧରେ ରଖ୍ ଚିକିତ୍ସା ସେବା ଯୋଗାଇବା ଓ ଲୋକଙ୍କୁ କରୋନା ନିୟମ ପାଳନ କରିବା ଓ ଠିକ୍ ଭାବେ ଔଷଧ ସେବନ କରିବାକୁ ବୁଝାଇବା କାମ ରଞ୍ଜିତା କରୁଛନ୍ତି । ପରିବାରର ଯାବତୀୟ ଦାୟିତ୍ୱ ସତ୍ତ୍ଵେ ପ୍ରତିଦିନ ସକାଳୁ ଅପରାହ୍ନ ଯାଏଁ ସେ ନିୟମରାଜାର ପିଲାମାନଙ୍କ ସେବାରେ |

22 Jun 2021 By The Sakala

https://www.thesakala.in/latest-odisha-news/corona-warrior-ranjita/article-3137
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର