ଆଜି ପଞ୍ଚାୟତିରାଜ ଦିବସ; ସାକାର ହେଉଛି ବିଜୁବାବୁଙ୍କ ସ୍ୱପ୍ନ

The Sakala Picture
Published On

-ଗାଁରୁ ସହରକୁ ସମ୍ପର୍କ ଯୋଡ଼ିଛି ବିଜୁ ସେତୁ, ଲକ୍ଷ୍ମୀ ବସ୍‌‌ -ଗାଁ ଗାଁରେ ଖୋଲିଛି ‘ଆମ ବ୍ୟାଙ୍କ’, ଦୁଆରେ ମିଳୁଛି ଭତ୍ତା -‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଆଣିଛି ଡିଜିଟାଲ ଭିତ୍ତିଭୂମି -ହାତପାଆନ୍ତାରେ ମିଳିଛି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ସେବା -ମା’ଙ୍କୁ ସ୍ୱାବଲମ୍ବୀ, ଆର୍ଥିକ ସ୍ୱଚ୍ଛଳ କରିଛି ମିଶନ ଶକ୍ତି ଭୁବନେଶ୍ୱର: ଗାଁକୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିପାରିଲେ ହିଁ ରାଜ୍ୟ ଓ ଦେଶର ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ଯାହାକୁ ମର୍ମେ ମର୍ମେ ଅନୁଭବ କରିପାରିଥିଲେ […]

-ଗାଁରୁ ସହରକୁ ସମ୍ପର୍କ ଯୋଡ଼ିଛି ବିଜୁ ସେତୁ, ଲକ୍ଷ୍ମୀ ବସ୍‌‌
-ଗାଁ ଗାଁରେ ଖୋଲିଛି ‘ଆମ ବ୍ୟାଙ୍କ’, ଦୁଆରେ ମିଳୁଛି ଭତ୍ତା
-‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଆଣିଛି ଡିଜିଟାଲ ଭିତ୍ତିଭୂମି
-ହାତପାଆନ୍ତାରେ ମିଳିଛି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ସେବା
-ମା’ଙ୍କୁ ସ୍ୱାବଲମ୍ବୀ, ଆର୍ଥିକ ସ୍ୱଚ୍ଛଳ କରିଛି ମିଶନ ଶକ୍ତି

ଭୁବନେଶ୍ୱର: ଗାଁକୁ ସଶକ୍ତ, ଆତ୍ମନିର୍ଭର ଭାବେ ଗଢ଼ିପାରିଲେ ହିଁ ରାଜ୍ୟ ଓ ଦେଶର ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ଯାହାକୁ ମର୍ମେ ମର୍ମେ ଅନୁଭବ କରିପାରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ଗ୍ରାମାଞ୍ଚଳ ଏବଂ ଗ୍ରାମପଞ୍ଚାୟତର ସଶକ୍ତିକରଣ ପାଇଁ ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିଜୁ ବାବୁ ବ୍ୟାପକ ପଦକ୍ଷେପ ନେଇଥିବା ବେଳେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ ପଞ୍ଚାୟତର ବିକାଶକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି। ପଞ୍ଚାୟତରେ ଏବେ ଡିଜିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗାଁ ଗାଁରେ ଏବେ ବ୍ୟାଙ୍କିଙ୍ଗ ସୁବିଧା ବି ମିଳିଛି। ଏପରିକି ପ୍ରତି ଗ୍ରାମରେ ଏବେ ଦକ୍ଷତା ବିକାଶ କେନ୍ଦ୍ରଠାରୁ ଆରମ୍ଭ କରି ବିଜ୍ଞାନ ପାର୍କ ଖୋଲିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟବ୍ୟାପୀ ଗ୍ରାମାପଞ୍ଚାୟତ ବିକାଶ ଏବଂ ରୂପାନ୍ତରଣ ଆରମ୍ଭ ହୋଇଛି ଏବଂ ନୂଆ ଓଡ଼ିଶା ଗଠନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଏକଦା ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକେ ଯେପରି ବିକାଶର ଗ୍ୟାରେଣ୍ଟି ପାଇବେ, ତାହା ହିଁ ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏକଦା ପଞ୍ଚାୟତସ୍ତରରେ ସାଧାରଣ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ। ଗ୍ରାମପଞ୍ଚାୟତ ଆୟର ପ୍ରମୁଖ ଉତ୍ସ କେବଳ ଗୋରୁହାଟ, କାଞ୍ଜିଆହୁଦା, ପୋଖରୀ ନିଲାମ ଆଦିରେ ସୀମିତ ଥିଲା। ପଞ୍ଚାୟତସ୍ତରରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଞ୍ଚାୟତ ସମ୍ପାଦକଙ୍କୁ ଛାଡ଼ିଦେଲେ ଆଉ କୌଣସି ପଦବୀ ନ ଥିଲା। ଇଣ୍ଟରନେଟର ଅଭାବ, ବ୍ୟାଙ୍କିଙ୍ଗ ସେବାର ଅନୁପସ୍ଥିତି, ଯୋଗାଯୋଗ ବ୍ୟବସ୍ଥାରେ ଦୁରବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟ ମୌଳିକ ସେବା ସଠିକ୍‌‌ ଭାବେ ମିଳୁନଥିବାରୁ ଗାଁ ଏବଂ ସହର ମଧ୍ୟରେ ଦୂରତା ବେଶ୍‌‌ ବାରି ହୋଇପଡ଼ୁଥିଲା। ତେବେ ୨୦୦୦ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତଗୁଡ଼ିକୁ ସଶକ୍ତ ଏବଂ ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ପାଇଁ ପଣ କରିଛନ୍ତି। ସେବେଠାରୁ ପଞ୍ଚାୟତର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଏହା ଏକ ବିଶାଳ ଦ୍ରୁମରେ ପରିଣତ ହୋଇଛି। ପଞ୍ଚାୟତସ୍ତରରେ ସରକାରୀ ଯୋଜନାର ସଠିକ୍‌‌ ଏବଂ ସ୍ୱଚ୍ଛତାର ସହ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର ବ୍ୟାପକ ନିଯୁକ୍ତି ପ୍ରଦାନ କରୁଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଠାରୁ ଆରମ୍ଭ କରି ଜିଆର୍‌‌ଏସ୍‌‌, ଯୋଗାଣ ସହାୟକ, ପିଅନ, ପଞ୍ଚାୟତ ଏକାଉଣ୍ଟ ଅଫିସର, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକରେ ନିଯୁକ୍ତି ପାଇଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ଯାହାର ସୁଫଳ ଏବେ ତୃଣମୂଳସ୍ତରରେ ପରିଲିକ୍ଷିତ ହେଉଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସେହିପରି ଗ୍ରାମାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗ୍ରାମାଞ୍ଚଳର ଅର୍ଥନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିବା ବେଳେ ଗ୍ରାମାଞ୍ଚଳର ବିକାଶ ଏବେ ଦୌଡ଼ୁଛି। କେବଳ ଏତିକି ନୁହେଁ ପଞ୍ଚାୟତସ୍ତରରେ ଯେପରି ସମସ୍ତ ସୁବିଧା ସୁଯୋଗ ମିଳିପାରିବ ତାହା ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି ନବୀନ ପଟ୍ଟନାୟକ। ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାକୁ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ‘ଲକ୍ଷ୍ମୀ’ ବସ୍‌‌ ସେବା ଯୋଜନା। ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ପଞ୍ଚାୟତ ଭିତ୍ତିଭୂମିର ରୂପାନ୍ତରଣ ପାଇଁ ପ୍ରତି ପଞ୍ଚାୟକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯେଉଁ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ନଥିଲା ସେଠାରେ ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଖୋଲୁଛନ୍ତି। ଏହି ଯୋଜନାର ୨ଟି ପର୍ଯ୍ୟାୟରେ ଅଦ୍ୟାବଧି ୨୭୫୦ ଆମ ବ୍ୟାଙ୍କ ଶାଖା ଖୋଲିଲାଣି। ବିଜୁ ସେତୁ ବର୍ତ୍ତମାନ ଗାଁ ଗାଁ ମଧ୍ୟରେ ଦୂରତା ହ୍ରାସ କରିପାରିଛି, ସମ୍ପର୍କର ନୂଆ ସେତୁ ଭାବେ ସାବ୍ୟସ୍ତ ହୋଇପାରିଛି। ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପ୍ରେରିତ କରୁଛି। ଗ୍ରାମାଞ୍ଚଳକୁ ମଜବୁତ୍‌‌ କରିବା ପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏକାଧିକ ଯୋଜନା ପ୍ରଣୟନ ହେଉଥିବା ବେଳେ ଏହାର ସୁଫଳ ଏବେ କାର୍ଯ୍ୟକ୍ଷେତ୍ରରେ ବେଶ୍‌‌ ବାରି ହୋଇପଡ଼ୁଛି। ରାଜ୍ୟ ସରକାରଙ୍କ ଅନୁଦାନରେ ବର୍ତ୍ତମାନ ଗାଁ ତୁଠ ଠାରୁ ଆରମ୍ଭ କରି ଶ୍ମଶାନ, ଖେଳ ପଡ଼ିଆ, ରାସ୍ତା ନୂଆ ରୂପ ପାଇଛି। ଗ୍ରାମ ସଡ଼କ ଯୋଜନାରେ ଲୋକେ ପକ୍କା ରାସ୍ତାରେ ଚାଲୁଥିବା ବେଳେ ବିଜୁ ପକ୍କାଘର, ମୋ ଘର ଯୋଜନା ପଞ୍ଚାୟତରେ ଲୋକଙ୍କ ମୁଣ୍ଡରେ ଛାତକୁ ସୁନିଶ୍ଚିତ କରିପାରିଛି।

ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି ଯେ, ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ବିକାଶର ଗ୍ୟାରେଣ୍ଟି ମିଳିବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହିଁ ଆଧୁନିକ ଓଡ଼ିଶାର ପରିଚୟ ହେବ। ରାଜ୍ୟ ସରକାରଙ୍କ କଥା ଏବଂ କାମକୁ ଅନୁଧ୍ୟାନ କଲେ ଗ୍ରାମ ପଞ୍ଚାୟତର ବିକାଶ ଯେ ତୀବ୍ର ବେଗରେ ଦୌଡ଼ୁଛି ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

05 Mar 2024 By The Sakala

https://www.thesakala.in/latest-odisha-news/today-panchayati-raj-day-bijus-dream-come-true/article-30419
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର