ମହାତ୍ମାଙ୍କ ଆଦର୍ଶ ଉପରେ ପର୍ଯ୍ୟବସିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା; ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଅଭୂତପୂର୍ବ ବିକାଶ ହାସଲ କରିଛି। ତେବେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ସେଥିପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରି ପଞ୍ଚାୟତସ୍ତରରେ ବ୍ୟାପକ ରୂପାନ୍ତରଣ ଆଣିବା ଲାଗି ୪୨୧୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ବ୍ୟାପକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଯୋଜନାର କାର୍ଯ୍ୟାନ୍ୱୟନ ପୂର୍ବରୁ ସମସ୍ତ ନିର୍ବାଚିତ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଅଭୂତପୂର୍ବ ବିକାଶ ହାସଲ କରିଛି। ତେବେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ସେଥିପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରି ପଞ୍ଚାୟତସ୍ତରରେ ବ୍ୟାପକ ରୂପାନ୍ତରଣ ଆଣିବା ଲାଗି ୪୨୧୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ବ୍ୟାପକ ପ୍ରକଳ୍ପ ଆରମ୍ଭ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଯୋଜନାର କାର୍ଯ୍ୟାନ୍ୱୟନ ପୂର୍ବରୁ ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ମତ ନିଆଯାଇଛି। ତେଣୁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା କାର୍ଯ୍ୟାନ୍ୱୟରେ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଇ ଥିବା ନେଇ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ ଏବଂ ଏଥିରେ ସତ୍ୟତା ନାହିଁ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଗତକାଲି ବିରୋଧୀ ଦଳର ସଦସ୍ୟଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ଅବସରରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ଓଡ଼ିଶାରେ ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ତେବେ ବର୍ତ୍ତମାନ ଏହା ମାତ୍ର ୧୦%କୁ ଖସି ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟା, କ୍ରୀଡ଼ା, କୃଷି, ଶିଳ୍ପ ସବୁକ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷ ଏବଂ ବିଶ୍ୱରେ ସୁନାମ ଅର୍ଜନ କରି ଚାଲିଛି। ତଥାପି ବହୁ କାମ ବାକି ଅଛି। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ସହିତ ବିକାଶର ନୂଆ ଦିଗ ନିର୍ଦ୍ଧାରଣ ପାଇଁ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ବଡ଼ କଥା ହେଲା ଏହି ଯୋଜନାରେ ପ୍ରକଳ୍ପର ପରିଚାଳନା ଭାର ପଞ୍ଚାୟତ ସମିତି ଉପରେ ନ୍ୟସ୍ତ କରାଯାଇଛି, ଯାହା ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଡ଼ାଯାଇ ପାରିଛି। ନିଜ ପଞ୍ଚାୟତରେ କ’ଣ ଆବଶ୍ୟକ ତାହା ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ଜଣାଇଛନ୍ତି ଏବଂ ସେହି ଅନୁସାରେ ସରକାର ପ୍ରକଳ୍ପ ଅନୁମୋଦନ କରି ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି। ସମସ୍ତଙ୍କ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ବିଧାୟକ ଡ଼ ଅରୁଣ କୁମାର ସାହୁ କହିଥିଲେ, ଗାଁ ସମୃଦ୍ଧ ହେଲେ ରାଜ୍ୟ ସମୃଦ୍ଧ ହେବ ଆଉ ରାଜ୍ୟ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ। ମହାତ୍ମା ଗାନ୍ଧୀଙ୍କର ଏହି ଉକ୍ତିକୁ ରାଜ୍ୟ ସରକାର ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଆଉ ଆମ ଓଡ଼ିଶା ନବୀନ ଓଡ଼ିଶା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

୨୦୩୬ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତୀ ପାଳନ କରିବ। ସେହି ସମୟ ପୂର୍ବରୁ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ହିଁ ଏହି ଯୋଜନା ଆରମ୍ଭ ହୋଇଛି। ଉତ୍ତମ ବିତ୍ତିୟ ପରିଚାଳନା ପାଇଁ ଓଡ଼ିଶା ଆଜି ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ସେଥିପାଇଁ ଉନ୍ନୟନ ଯୋଜନା, କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପାଣ୍ଠିର ଅଭାବ ରଖି ନାହାନ୍ତି। କିନ୍ତୁ ବିରୋଧୀ ଦଳକୁ ଏହା ହଜମ ହେଉ ନାହିଁ। ଗାଁ ଗାଁରେ ଚାଲିଥିବା ବିକାଶ ଦେଖାଯାଉ ନାହିଁ। ସେଥିପାଇଁ ସେମାନେ ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣୁଛନ୍ତି। ବିକାଶ ପାଇଁ ହାତଖୋଲା ପାଣ୍ଠି ଦିଆଯାଉଛି ଆଉ ବିଧାୟକଙ୍କ ହାତ ପାଣ୍ଠି ଉପରେ ଚାପ କମିଛି। ଲୋକଙ୍କ ମଙ୍ଗଳ ହେଉଛି। ମନ୍ଦିରରୁ ନେଇ ମଶାଣୀ, ବିଦ୍ୟାଳୟ, ଡାକ୍ତରଖାନା, ଖେଳ ପଡିଆ, ପୋଖରୀ ସବୁର ଉନ୍ନତି ହେଉଛି। ଅଭିଯୋଗ କରିବା ପୂର୍ବରୁ ବିରୋଧୀ ଦଳ ଏହାକୁ ଭଲ ଭାବେ ଦେଖନ୍ତୁ ଆଉ ତର୍ଜମା କରି କୁହନ୍ତୁ ଯେ ପ୍ରକୃତରେ ବିକାଶ ହେଉଛି ନା ନାହିଁ। ଲୋକେ ଖୁସି ଅଛନ୍ତି ନା ନାହିଁ? ସରକାରଙ୍କୁ ଅପଦସ୍ତ କରିବା ପାଇଁ ସବୁବେଳେ ହୀନ ଉଦ୍ୟମ କଲେ ରାଜନୀତି ଶେଷ ହୋଇଯିବ ବୋଲି ଡ଼. ସାହୁ କଟାକ୍ଷ କରିଥିଲେ।

ବିଧାୟିକା ସ୍ନେହାଙ୍ଗିନି ଛୁରିଆ କହିଥିଲେ, ରାଜ୍ୟରେ ଅଭୂତପୂର୍ବ ବିକାଶ ହୋଇଛି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ ବିକାଶ ଆହ୍ୱାନକୁ ପାଥେୟ କରି ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଛି। ତେଣୁ ଏହି ଯୋଜନାକୁ ନେଇ ଅମୂଳକ ଅଭିଯୋଗ କରିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ମୁଲତବୀ ପ୍ରସ୍ତାବ ଉପରେ କଂଗ୍ରେସ୍‌ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପିର ମୋହନ ଚରଣ, ମାଝୀ, ମୁକେଶ ମହାଲିଙ୍ଗ, ସୂର୍ଯବଂଶୀ ସୂରଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର