ଆଜି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା

The Sakala Picture
Published On

ରାଉରକେଲା: ଆଜି ଓଡିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ଼ ବୀରମିତ୍ରପୁରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଭବ୍ୟ ସ୍ୱାଗତ ପାଇଁ ବୀରମିତ୍ରପୁରଠାରେ […]

ରାଉରକେଲା: ଆଜି ଓଡିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ଼ ବୀରମିତ୍ରପୁରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଭବ୍ୟ ସ୍ୱାଗତ ପାଇଁ ବୀରମିତ୍ରପୁରଠାରେ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା। ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

06 Feb 2024 By The Sakala

ଆଜି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା

ରାଉରକେଲା: ଆଜି ଓଡିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ଼ ବୀରମିତ୍ରପୁରରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଭବ୍ୟ ସ୍ୱାଗତ ପାଇଁ ବୀରମିତ୍ରପୁରଠାରେ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା। ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି।

ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର