୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ଯୋଗୁ ଏହି ବର୍ଷା ହେଉଛି । ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମୌସୁମୀ ପ୍ରବେଶ କରି ଚାଲିଛି। ଶନିବାର ସୁଦ୍ଧା ରାଜ୍ୟର ୭ ଟି ଜିଲ୍ଲାକୁ ଛାଡ଼ି ବଢ଼ିବ ବୈତରଣୀ, ସୁବର୍ଣ୍ଣରେଖା ବାକି ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାକି ୭ ଜିଲ୍ଲା ସହ ସମସ୍ତ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ଯୋଗୁ ଏହି ବର୍ଷା ହେଉଛି । ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମୌସୁମୀ ପ୍ରବେଶ କରି ଚାଲିଛି। ଶନିବାର ସୁଦ୍ଧା ରାଜ୍ୟର ୭ ଟି ଜିଲ୍ଲାକୁ ଛାଡ଼ି ବଢ଼ିବ ବୈତରଣୀ, ସୁବର୍ଣ୍ଣରେଖା ବାକି ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାକି ୭ ଜିଲ୍ଲା ସହ ସମସ୍ତ ଅଞ୍ଚଳକୁ ମୌସୁମୀ ଆଚ୍ଛାଦିତ କରିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍ଆର ବିଶ୍ବାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପଟେ ଶୁକ୍ରବାର ରାତିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଶନିବାର ଦିନ ତମାମ ଭୁବନେଶ୍ବର ସମେତ ରାଜ୍ୟର ଅନେକ ଅଞ୍ଚଳରେ ପାଗ ମେଘୁଆ ସହ ତୁହାକୁ ତୁହା ବର୍ଷା ହୋଇଥିଲା। ଗତ ୩୬ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୯, କଟକରେ ୩୬, ସୁନ୍ଦରଗଡ଼ରେ ମୁଁ ୪୨ମାଲକାନଗିରିରେ ୨୩ ମିମି ବର୍ଷା ରେକର୍ଡ କରାଯାଇଛି। ବାକି ଅଞ୍ଚଳରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମର ଧରଣର ବର୍ଷା ହୋଇଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ରବିବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲା ପାଇଁ ହେଲେ ଆଲର୍ଟ ଜାରି କରାଯାଇଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କିଛି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଏହାଦ୍ବାରା ରାଜ୍ୟର କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଶନିବାର ସକାଳେ ଲଘୁଚାପର କେନ୍ଦ୍ର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିଲା। ଏହା ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ | ୧୪ରୁ ୧୬ ପର୍ଯ୍ୟନ୍ତ ଏହା ଓଡ଼ିଶା ଉପରେ ରହିବ।୧୭ରେ ଝାଡ଼ଖଣ୍ଡକୁ ଯିବାର ଆକଳନ କରାଯାଉଛି । ଉପକୂଳ ଓଡ଼ିଶାରେ ୧୪ ଓ ୧୫ ତାରିଖ ସବୁଠାରୁ ଅଧିକ ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣରେ ୧୪-୧୬ ଉତ୍ତର ପଶ୍ଚିମ ଓଡ଼ିଶାରେ ୧୫-୧୭ ଓ ବାକି ଉତ୍ତର ଓଡ଼ିଶା ୧୪-୧୬ ମଧ୍ୟରେ ବର୍ଷା ହେବ । ଏହି ବର୍ଷାରେ ବୈତରଣୀ, ସୁବର୍ଣ୍ଣରେଖା, ତେଲ ଓ ଏଥି ବ୍ରାହ୍ମଣୀ ସୁଜିବାର ସମ୍ଭାବନା ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର