୨୦୨୪ରେ ବି ଶକ୍ତିଶାଳୀ ରହିବ ଏଲ୍‌ନିନୋ: ପ୍ରବଳ ତାତି ସାଙ୍ଗକୁ ବ୍ୟାପିବ ଜଙ୍ଗଲ ନିଆଁ

The Sakala Picture
Published On

ଭୁବନେଶ୍ୱର: ୨୦୨୩ ଅପେକ୍ଷା ଆସନ୍ତା ୨୦୨୪ରେ ଅଧିକ ରହିବ ଗ୍ରୀଷ୍ମ ତାପ। ସ୍ୱାଭାବିକ ଠାରୁ ଅଧିକ ଗ୍ରୀଷ୍ମତାପ ସାଧାରଣ ଜନଜୀବନକୁ ପ୍ରଭାବିତ କରିବ। ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏଲନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ପ୍ରବଳ ହିଟ୍‌ୱେଭରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବ।ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲ ନିଆଁ ସମସ୍ୟା ଉଗ୍ର ହେବ ଓ ବର୍ଷାର ଅନିୟମିତତା ଚାଷ କାର୍ଯ୍ୟକୁ ମଧ୍ୟ ପ୍ରଭାବ ପକାଇବ। ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ, ଏଲ୍‌-ନିନୋର ପ୍ରଭାବ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେବାକୁ […]

ଭୁବନେଶ୍ୱର: ୨୦୨୩ ଅପେକ୍ଷା ଆସନ୍ତା ୨୦୨୪ରେ ଅଧିକ ରହିବ ଗ୍ରୀଷ୍ମ ତାପ। ସ୍ୱାଭାବିକ ଠାରୁ ଅଧିକ ଗ୍ରୀଷ୍ମତାପ ସାଧାରଣ ଜନଜୀବନକୁ ପ୍ରଭାବିତ କରିବ। ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏଲନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ପ୍ରବଳ ହିଟ୍‌ୱେଭରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବ।ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲ ନିଆଁ ସମସ୍ୟା ଉଗ୍ର ହେବ ଓ ବର୍ଷାର ଅନିୟମିତତା ଚାଷ କାର୍ଯ୍ୟକୁ ମଧ୍ୟ ପ୍ରଭାବ ପକାଇବ। ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ, ଏଲ୍‌-ନିନୋର ପ୍ରଭାବ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ରାଜ୍ୟବାସୀ ଖରା ତାପରେ ତ୍ରାହିତ୍ରାହି ଡ଼ାକିବେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୨୩ରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଥିଲା। ଖରା ଯୋଗୁଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଆଗାମୀ ବର୍ଷ ବର୍ଷ ଏହି ସ୍ଥିତି ଆହୁରି ଉଦ୍‌ବେଗଜନକ ହେବା ନେଇ ଆଶଙ୍କା କରାଯାଇଛି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ୨୦୨୩ ତୁଳନାରେ ୨୦୨୪ ଆହୁରି ଅଧିକ ଉତ୍ତପ୍ତ ରହିବ ବୋଲି ଆକଳନ କରିଛନ୍ତି। ଏନ୍‌ଓଏଏ ତଥା ଟେକ୍ସାସ୍‌ ଏ ଆଣ୍ଡ ଏମ୍‌ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞଙ୍କ ଗବେଷଣାକୁ ବିଶ୍ଳେଷଣ କରି ସେ କହିଛନ୍ତି ଯେ ୨୦୨୪ରେ ଅଧିକ ଉତ୍ତପ୍ତ ହେବା ପାଇଁ ୨ ଟି ପ୍ରମୁଖ କାରଣ ରହୁଛି। ପ୍ରଥମତଃ ୧୯୮୦ ଠାରୁ ଆରମ୍ଭ ହୋଇଥିବା ଉତ୍ତପ୍ତିକରଣ ଗତ କିଛି ବର୍ଷ ହେବ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି। ସେହିପରି ଏଲ୍‌-ନିନୋ ଆଗାମୀ ବର୍ଷ ବିଶ୍ୱକୁ ଉତ୍ତପ୍ତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ୨୦୨୩ରେ ସୃଷ୍ଟି ହୋଇଥିବା ଏଲ୍‌-ନିନୋ ୨୦୨୪ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ ପର୍ଯ୍ୟନ୍ତ ସକ୍ରିୟ ରହିବ। ପୂର୍ବ ତଥ୍ୟ ଅନୁଯାୟୀ ଏଲ୍‌-ନିନୋ ସରିବା ପରେ ଏହାର ପ୍ରଭାବ ଅଧିକ ଦେଖାଯାଇଥାଏ। ୨୦୧୫ ବର୍ଷର ଏଲ୍‌-ନିନୋ ୨୦୧୬ ଅଧିକ ପ୍ରଭାବ ପଡ଼ିଥିଲା, ତେଣୁ ୨୦୨୪ ବର୍ଷଟି ଏକ ଗରମ ବର୍ଷ ହେବାକୁ ଯାଉଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ପାଣିପାଗର ଅନିୟମିତତା ହେତୁ ୨୦୨୩ରେ ଖରିଫ ଅମଳ କମିବା ସହିତ ୨୦୨୩-୨୪ ରବି ଫସଲ ବୁଣାବୁଣି କମିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ପୂର୍ବରୁ ବିଶ୍ୱପାଣିପାଗ ସଂସ୍ଥା ଡବ୍ଲୁଏମ୍‌ଓ ମଧ୍ୟ ଏଭଳି ଆଶଙ୍କା କରି ସାରିଛି। ବିଶ୍ୱ ପାଣିପାଗ ସଂସ୍ଥାର ଆକଳନ ଅନୁଯାୟୀ ଯେଉଁ ଅଞ୍ଚଳଗୁଡ଼ିକରେ ହିଟ୍‌ ୱେଭ୍‌ ଅର୍ଥାତ ଗ୍ରୀଷ୍ମ ପ୍ରବାହ ହୋଇଥାଏ, ସେଠାରେ ଏହାର ସର୍ବାଧିକ ପ୍ରଭାବ ଦେଖାଯିବ। ଯେହେତୁ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ, ତେଣୁ ଓଡ଼ିଶାରେ ମଧ୍ୟ ଆସନ୍ତା ବର୍ଷ ତାପମାତ୍ରା ଅଧିକ ସହ ପ୍ରବଳ ଗରମ ଓ ଜଙ୍ଗଲ ନିଆଁ ବ୍ୟାପିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱ ପାଣିପାଗ ସଂସ୍ଥା ସହିତ ଆମେରିକୀୟ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ବି ୨୦୨୪ର ପାଣିପାଗ ସ୍ଥିତିକୁ ନେଇ ସତର୍କ କରାଇଛନ୍ତି। ୨୦୧୬ ତୁଳନାରେ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ହୋଇଥିବା ବେଳେ ୨୦୨୪ ସବୁଠାରୁ ଘାତକ ହେବ ବୋଲି ନାସାର ବୈଜ୍ଞାନିକ ଆକଳନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଏଲନିନୋର ସକ୍ରିୟତା ପାଇଁ ବିଶ୍ୱରେ ଏଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସଂସ୍ଥା କହିଛି। ଚଳିତ ବର୍ଷ ଜୁନ୍‌ ଶେଷ ଆଡ଼କୁ ଏଲନିନୋ ପ୍ରଭାବ ଆରମ୍ଭ ହୋଇଥିବା ଯୋଗୁଁ ମାର୍ଚ୍ଚ, ଏପ୍ରିଲ, ମେ ଏବଂ ଜୁନ୍‌ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଲଗାତର ୧୬ଦିନ ପର୍ଯ୍ୟନ୍ତ ହିଟ୍‌ୱେଭ୍‌ କଣ୍ଡିସନ୍‌ ଲାଗି ରହିବା ସହ ଜୁନ୍‌ଠାରୁ ଅକ୍ଟୋବର ମାସ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ଏହା ବ୍ୟତୀତ ଏଲ୍‌-ନିନୋ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବର୍ଷା କମ୍‌ ହେବା ସହ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ କମ୍‌ ରହିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର