ମନୋରଞ୍ଜନ
ଓଡ଼ିଶା
ବିଜେଡିରେ ମିଶିଲେ ବସ୍ତା ନିର୍ବାଚନମଣ୍ଡଳୀର କଂଗ୍ରେସର ବହୁ ନେତା ଓ କର୍ମୀ
ଭୁବନେଶ୍ୱର: ବାଲେଶ୍ୱରରେ ଆହୁରି ସଶକ୍ତ ହେଲା ବିଜୁ ଜନତା ଦଳ। ବିଜେଡିରେ ମିଶିଲେ ବସ୍ତା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ କର୍ମୀ । ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମିଶ୍ରଣ ପର୍ବରେ ବାଲିଆପାଳ ବ୍ଲକର ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦେବ କୁମାର ଦେ, ଝାଡ଼େଶ୍ୱର ବେହେରା ଓ ନିତ୍ୟାନନ୍ଦ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା […]
ଭୁବନେଶ୍ୱର: ବାଲେଶ୍ୱରରେ ଆହୁରି ସଶକ୍ତ ହେଲା ବିଜୁ ଜନତା ଦଳ। ବିଜେଡିରେ ମିଶିଲେ ବସ୍ତା ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ କର୍ମୀ । ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମିଶ୍ରଣ ପର୍ବରେ ବାଲିଆପାଳ ବ୍ଲକର ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦେବ କୁମାର ଦେ, ଝାଡ଼େଶ୍ୱର ବେହେରା ଓ ନିତ୍ୟାନନ୍ଦ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ବିଜେଡିରେ ମିଶିଛନ୍ତି ।
ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ବସ୍ତା ନିର୍ବାଚନ ମଣ୍ଡଳୀର ମହିଳା ସଭାନେତ୍ରୀ ସୁବାସିନୀ ଜେନା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଏବଂ ରାଜ୍ୟର ବିକାଶରେ ପ୍ରଭାବିତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ସମସ୍ତଙ୍କ ଯୋଗଦାନ ଫଳରେ ବିଜୁ ଜନତା ଦଳ ଆହୁରି ସଂଗଠିତ ହେବ। ବିଜେଡିରେ ମିଶିବା ପରେ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳକୁ ଆହୁରି ସୃଦୁଢ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି।






