ଜଳୁଛି ଭୁବନେଶ୍ବର : ଫେବୃଆରୀରେ ୩୯.୪ଂ ଛୁଇଁଲା, ୫ ଦିନରେ ଆଉ ୪ ଡିଗ୍ରି ବଢ଼ିପାରେ

The Sakala Picture
Published On

ଭୁବନେଶ୍ବର : କଥାରେ ଅଛି ମାଘ ମାସର ଶୀତ ବାଘ ପରି ହୋଇଥାଏ। କେଉଁକାଳରୁ ରହି ଆସିଥିବା ଏହି ଲୋକକଥା ଏବେ ମିଛ ହେବାକୁ ବସିଛି। କାରଣ ବର୍ତ୍ତମାନ ମାଘ ମାସରେ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍‌ ହୋଇଗଲାଣି। ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା ମୁସ୍କିଲ୍‌ ହୋଇଗଲାଣି। ପାରଦ ଯେଉଁ ଗତିରେ ଉପରକୁ ଚଢ଼ୁଛି, ଦିନେ ଦୁଇଦିନ […]

ଭୁବନେଶ୍ବର : କଥାରେ ଅଛି ମାଘ ମାସର ଶୀତ ବାଘ ପରି ହୋଇଥାଏ। କେଉଁକାଳରୁ ରହି ଆସିଥିବା ଏହି ଲୋକକଥା ଏବେ ମିଛ ହେବାକୁ ବସିଛି। କାରଣ ବର୍ତ୍ତମାନ ମାଘ ମାସରେ ଶୀତ ତ ଦୂରର କଥା, ଏବେ ରାଜ୍ୟରେ ପାରଦ ୩୯ ପାର୍‌ ହୋଇଗଲାଣି। ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା ମୁସ୍କିଲ୍‌ ହୋଇଗଲାଣି। ପାରଦ ଯେଉଁ ଗତିରେ ଉପରକୁ ଚଢ଼ୁଛି, ଦିନେ ଦୁଇଦିନ ମଧ୍ୟ‌ରେ ୪୦ ଡିଗ୍ରି ପାର୍‌ ହୋଇଯିବା ବିଚିତ୍ର ନୁହେଁ। ତେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର ୪ ଦିନ ଧରି ରେକର୍ଡ କରିଆସୁଥିବା ରାଜଧାନୀ ଭୁବନେଶ୍ୱର ଗତକାଲି ଦେଶର ରେକର୍ଡ ବି ଭାଙ୍ଗି ଦେଇଛି। ଗୁରୁବର ଦିନ ଭୁବନେଶ୍ବର ଦେଶର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନରେ ତାପମାତ୍ରା ଆହୁରି ବଢ଼ିବ। ‌ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିବ। କିନ୍ତୁ ଆଶ୍ବସ୍ତିକର ଖବର ହେଲା, ସର୍ବନିମ୍ନ ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍‌ ରାତିରେ ବିଶେଷ ଗରମ ଅନୁଭୂତ ହେବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ରାଜ୍ୟରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଭୁବନେଶ୍ବର ବାୟୁମଣ୍ଡଳରେ ଜଳୀୟବାଷ୍ପ କମ ରହୁଛି। ଫଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର କାରଣ ପାଲଟିଛି। ସକାଳ ୮ଟାରୁ ଟାଣ ଖରା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଆସ୍ତେ ଆସ୍ତେ ଝାଞ୍ଜି ପବନ ବହିବାରେ ଲାଗିଲା। ଏପ୍ରିଲ ଓ ମେ ମାସର ଗ୍ରୀଷ୍ମପ୍ରବାହ ପରି ରାଜଧାନୀବାସୀ ତାତି ଅନୁଭୂବ କରିଥିଲେ। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ୧୯୬୩ ଫେବୃଆରୀ ୨୩ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ୨୦୧୬ ଫେବୃଆରୀ ୨୦ରେ ୪୦.୯ ଡିଗ୍ରୀ ଏବଂ ୨୦୧୨ ଫେବୃଆରୀ ୨୫ରେ ୪୦.୧ ଡିଗ୍ରୀ ସର୍ବାଧିକ ତାପମାତ୍ରା ରହିଥିଲା। ଗତ ପାଞ୍ଚ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୬ଟି ସ୍ଥାନର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ବାରିପଦାରେ ସର୍ବାଧିକ ତାପମାତ୍ରା ୩୮, ଅନୁଗୋଳରେ ୩୭.୭, ଟିଟିଲାଗଡରେ ୩୭.୬, ତାଳଚେରରେ ୩୭.୧ ଏବଂ କଟକ ଓ ବଲାଙ୍ଗୀରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ମଧ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ୧୮ରୁ ୨୦ ଡିଗ୍ରୀ ମଧ୍ୟରେ ୫ଟି ସ୍ଥାନର ରାତି ତାପମାତ୍ରା ରହିଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ରୁ ୧୭ ଡିଗ୍ରୀକୁ ଛୁଇଁଲାଣି। ତେବେ ଆସନ୍ତା ୪ରୁ ୫ ଦିନ ପର୍ୟ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର