‘ସକାଳ’ ଖବରକାଗଜର ୩ୟ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି ୯ଟି ସହରରେ ଅନୁଷ୍ଠିତ ହେବ ମିନି ମାରାଥନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୩ୟ ସ୍ୱନକ୍ଷତ୍ର ଅବସରରେ ଏକ ମିନି ମାରାଥନ ପ୍ରତିଯୋଗିତା ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ଶୁକ୍ରବାର)ରେ ଏକାସଙ୍ଗେ ରାଜ୍ୟର ୯ ଗୋଟି ସହରରେ ଅନୁଷ୍ଠିତ ହେବ।ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ। ଏହି […]

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୩ୟ ସ୍ୱନକ୍ଷତ୍ର ଅବସରରେ ଏକ ମିନି ମାରାଥନ ପ୍ରତିଯୋଗିତା ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ଶୁକ୍ରବାର)ରେ ଏକାସଙ୍ଗେ ରାଜ୍ୟର ୯ ଗୋଟି ସହରରେ ଅନୁଷ୍ଠିତ ହେବ।ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହି ମାରାଥନର ଗତ ଦୁଇଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍‌‌ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ନନ୍ଦିଘୋଷ ଟିଭିରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

30 Nov 2023 By The Sakala

‘ସକାଳ’ ଖବରକାଗଜର ୩ୟ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି ୯ଟି ସହରରେ ଅନୁଷ୍ଠିତ ହେବ ମିନି ମାରାଥନ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୩ୟ ସ୍ୱନକ୍ଷତ୍ର ଅବସରରେ ଏକ ମିନି ମାରାଥନ ପ୍ରତିଯୋଗିତା ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ଶୁକ୍ରବାର)ରେ ଏକାସଙ୍ଗେ ରାଜ୍ୟର ୯ ଗୋଟି ସହରରେ ଅନୁଷ୍ଠିତ ହେବ।ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଅନୁଗୋଳ, ସମ୍ବଲପୁର, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।

ଏହି ମାରାଥନର ଗତ ଦୁଇଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍‌‌ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ନନ୍ଦିଘୋଷ ଟିଭିରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।

https://www.thesakala.in/latest-odisha-news/mini-marathon-will-be-held-in-9-cities-occasion-of-3-rd-birth-anniversary-of-sakala-odia-newspaper/article-27813
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର