‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

The Sakala Picture
Published On

ଭୁବନେଶ୍ବର: ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା […]

ଭୁବନେଶ୍ବର: ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

ଡିପ ଫେକକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଥିଲେ। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇ କହିଥିଲେ ଯେ, ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ।  ‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

30 Nov 2023 By The Sakala

‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ବର: ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଡିପ ଫେକକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।

ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଥିଲେ। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇ କହିଥିଲେ ଯେ, ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ।  ‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର