ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଶିକାରୀ ଗୁଳି ବାଜି ନାବାଳକ ଗୁରୁତର

The Sakala Picture
Published On

ନୀଳଗିରି : କୁଳଡିହା ଅଭୟାରଣ୍ୟ ରେ ଗୁଳିକାଣ୍ଡ । ଗୁଳି ବାଜି ନାବାଳକ ଗୁରୁତର। ଗରଡି ପଂଚାୟତ ଅନ୍ତର୍ଗତ ଚେକେମରା ଗ୍ରାମର ନାବାଳକ ରବୀନ୍ଦ୍ର ସିଂ ଘର ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କ କାନ୍ଧରେ ଗୁଳି ବାଜିଥିବା ସୂଚନା। ନାବାଳକ ଜଙ୍ଗଲରେ ଛେଳି ଚରାଉ ଥିବା ବେଳେ ହଠାତ ତାଙ୍କ ଡାହାଣ କହୁଣୀରେ ଗୁଳି ବାଜିଥିଲା। ଏହାସହ ତାଙ୍କ ବେକରେ ମଧ୍ୟ ଆଘାତ ଲାଗିଛି। ସେ ଗୁରୁତର ଭାବେ ନିଜେ ଜଙ୍ଗଲରୁ ବାହାରକୁ […]

ନୀଳଗିରି : କୁଳଡିହା ଅଭୟାରଣ୍ୟ ରେ ଗୁଳିକାଣ୍ଡ । ଗୁଳି ବାଜି ନାବାଳକ ଗୁରୁତର। ଗରଡି ପଂଚାୟତ ଅନ୍ତର୍ଗତ ଚେକେମରା ଗ୍ରାମର ନାବାଳକ ରବୀନ୍ଦ୍ର ସିଂ ଘର ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କ କାନ୍ଧରେ ଗୁଳି ବାଜିଥିବା ସୂଚନା। ନାବାଳକ ଜଙ୍ଗଲରେ ଛେଳି ଚରାଉ ଥିବା ବେଳେ ହଠାତ ତାଙ୍କ ଡାହାଣ କହୁଣୀରେ ଗୁଳି ବାଜିଥିଲା। ଏହାସହ ତାଙ୍କ ବେକରେ ମଧ୍ୟ ଆଘାତ ଲାଗିଛି। ସେ ଗୁରୁତର ଭାବେ ନିଜେ ଜଙ୍ଗଲରୁ ବାହାରକୁ ଆସିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୀଳଗିରି, ବାଲେଶ୍ଵର ପରେ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ତେବେ ଶିକାରୀଙ୍କ ଦ୍ୱାରା ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଖବର ପାଇ କୁଲଢ଼ିଆ ଅଭୟାରଣ୍ୟ ର ଭାରପ୍ରାପ୍ତ ରେଞ୍ଜର ମନୁୱାର ଖାଁ ତଦନ୍ତ କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର