ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ, ଅଭିଭାବକଙ୍କୁ ଆକର୍ଷିତ କରୁଛି ‘୫-ଟି’ ସ୍କୁଲ ରୂପାନ୍ତରଣ

The Sakala Picture
Published On

ଭୁବନେଶ୍ୱର: ସରକାରୀ ସ୍କୁଲ ପ୍ରତି ବଢୁଛି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ। ଗତ ଦୁଇ ବର୍ଷରେ ଘରୋଇ ବିଦ୍ୟାଳୟ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତନ୍ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧, ୮୩, ୬୬୧ ଥିବାବେଳେ ସରକାରୀ […]

ଭୁବନେଶ୍ୱର: ସରକାରୀ ସ୍କୁଲ ପ୍ରତି ବଢୁଛି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ। ଗତ ଦୁଇ ବର୍ଷରେ ଘରୋଇ ବିଦ୍ୟାଳୟ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତନ୍ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧, ୮୩, ୬୬୧ ଥିବାବେଳେ ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଓ ଆନ୍ୟାନ୍ୟ ବିଦ୍ୟାଳୟରେ ଯଥାକ୍ରମେ ୯୩୩୯୦୭ ଜଣ, ୧୪, ୦୪, ୨୨୩ ଜଣ ଓ ୮୮୫୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ସରକାରୀ ବିଦ୍ୟାଳୟରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନରେ ୧୪୦୫୫୫୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ଅର୍ଥାତ ଏହି ଦୁଇବର୍ଷରେ ସରକାରୀ ବିଦ୍ୟାଳୟରେ ଅଧିକ ନାମଲେଖା ହୋଇଛି। ସରକାରୀ ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୨-୨୩ରେ ୧୯୩୭୫ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ସେହିପରି ଘରୋଇ ବିଦ୍ୟାଳୟରେ ୧୦୨୫୬ ଛାତ୍ରଛାତ୍ରୀ କମ୍‌‌ ନାମ ଲେଖାଇଛନ୍ତି। ଏପରିକି କେନ୍ଦ୍ରୀୟ ଅନ୍ୟାନ୍ୟ ବିଦ୍ୟାଳୟଗୁଡିକରେ ମଧ୍ୟ ନାମଲେଖା କମିଛି। ଗଞ୍ଜାମ, ଅନୁଗୁଳ, ବାଲେଶ୍ୱର ପରି ଜିଲ୍ଲାରେ ଘରୋଇ ସ୍କୁଲ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାରୀ ସ୍କୁଲରେ ନାମଲେଖା ବଢ଼ିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ବିଧାନସଭାରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍କୁଲ ଗୁଡ଼ିକୁ ୫-ଟି ଉପକ୍ରମରେ ରୂପାନ୍ତର କରୁଥିବାରୁ ସଫଳତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶିକ୍ଷାର ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚ ବିଦ୍ୟାଳୟଗୁଡିକର ଭିତିଭୂମି ଓ ଶୈକ୍ଷିକ ବାତାବରଣକୁ ସର୍ବୋକୃଷ୍ଟ କରିବା ପାଇଁ ରୂପାନ୍ତରଣ କରାଯାଉଛି। ସମୁଦାୟ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୬୮୮୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ବିଦ୍ୟାଳୟଗୁଡିକର ରୂପାନ୍ତରଣ ପର୍ଯ୍ୟାୟକ୍ରମେ କରାଯାଉଛି। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ କରାଯାଉଛି। ଉଚ୍ଚ ବିଦ୍ୟାଳୟରେ ୪ଟି ଛାତ୍ରକ୍ଲବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ କରାଯାଉଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସରକାରୀ ବିଦ୍ୟାଳୟରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଦ୍ୱାରା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଉଭୟ ଓଡିଆ ଭାଷା ଓ ଗଣିତର ସ୍ୱତନ୍ତ୍ର କାର୍ଯ୍ୟପୁସ୍ତିକା ଓ ଅତିରିକ୍ତ ପଠନ ସାମଗ୍ରୀ ବଣ୍ଟନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଶିକ୍ଷକମାନଙ୍କୁ ନିଷ୍ଠା ପ୍ରଶିକ୍ଷଣ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାର ୨୦ଟି ବିଦ୍ୟାଳୟରେ ଚଳିତ ବର୍ଷ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା (ଓଭିଇପି) ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ, ପୋଷାକ, ମୋଜା ଓ ଜୋତା ପ୍ରଦାନ କରାଯାଉଛି। ଏଥି ସହିତ ସୃଜନାତ୍ମକ ଜ୍ଞାନର ବିକାଶ ଓ ଅଭିବୃଦ୍ଧି ପାଇଁ ତିନି ଦିନିଆ ଶିଶୁ ମହୋତ୍ସବ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯାଉଛି। ପୂର୍ବରୁ ଘରୋଇ ସ୍କୁଲରେ ମିଳୁଥିବା ସୁବିଧା ଏବେ ଘରୋଇ ସ୍କୁଲରେ ମାଗଣାରେ ସରକାର ଯୋଗାଇଦେଉଛନ୍ତି। ଆର୍ଥିକ ସମସ୍ୟାରୁ ମୁକୁଳି ଗୁଣାତ୍ମକ ଶିକ୍ଷା ପାଇପାରୁଥିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଶିକ୍ଷାବିତ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

23 Nov 2023 By The Sakala

https://www.thesakala.in/latest-odisha-news/demand-for-govt-schools-5-t-school-transformation-is-attracting-parents/article-27574
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର