ବିଶ୍ୱକପ ଫାଇନାଲ: କଙ୍ଗାରୁ ଟିମକୁ ୨୪୧ରନର ବିଜୟ ଲକ୍ଷ୍ୟ ଦେଲା ରୋହିତ ବାହିନୀ

The Sakala Picture
Published On

ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟଂ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଛି। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ […]

ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟଂ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ରବିନ୍ଦ୍ର ଜାଡେଜା ୨୨ ବଲରେ ୯ରନ କରି ଆଉଟ ହୋଇଥିଲେ। କେଏଲ୍‌ ରାହୁଲଙ୍କ ସାଥ ଦେବା ପାଇଁ ସୁର୍ଯ୍ୟକୁମାର ଯାଦବ ପଡିଆକୁ ଆସିିଥିଲେ। ପରେ କେଏଲ୍‌ ରାହୁଲ ୧୦୭ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ସାଥ ଦେବ ପାଇଁ ଆସିଥିବା ମହମ୍ମଦ ଶାମି ୧୦ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ୧୮ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଯଶପ୍ରିତ ବୁମରା ୩ ବଲରେ ୧ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ।  ପାଟ କମିନ୍ସ ଓ  ଜସ୍‌ ହେଜେଲ୍‌ଉଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

19 Nov 2023 By The Sakala

ବିଶ୍ୱକପ ଫାଇନାଲ: କଙ୍ଗାରୁ ଟିମକୁ ୨୪୧ରନର ବିଜୟ ଲକ୍ଷ୍ୟ ଦେଲା ରୋହିତ ବାହିନୀ

ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟଂ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଛି।

ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ରବିନ୍ଦ୍ର ଜାଡେଜା ୨୨ ବଲରେ ୯ରନ କରି ଆଉଟ ହୋଇଥିଲେ। କେଏଲ୍‌ ରାହୁଲଙ୍କ ସାଥ ଦେବା ପାଇଁ ସୁର୍ଯ୍ୟକୁମାର ଯାଦବ ପଡିଆକୁ ଆସିିଥିଲେ। ପରେ କେଏଲ୍‌ ରାହୁଲ ୧୦୭ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ସାଥ ଦେବ ପାଇଁ ଆସିଥିବା ମହମ୍ମଦ ଶାମି ୧୦ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ୧୮ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଯଶପ୍ରିତ ବୁମରା ୩ ବଲରେ ୧ ରନ କରି ଆଉଟ ହୋଇଥିଲେ।

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ।  ପାଟ କମିନ୍ସ ଓ  ଜସ୍‌ ହେଜେଲ୍‌ଉଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/latest-odisha-news/india-gave-australia-a-target-of-241-runs/article-27447
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର