୧୩ ବର୍ଷ ପରେ ନନ୍ଦନକାନନରେ ଚାଲିବ ରୋପ୍‌‌ୱେ: ଆଜି ହେବ ଉଦ୍‌‌ଘାଟନ, କାଲିଠୁ ମଜା ନେବେ ପର୍ଯ୍ୟଟକ

The Sakala Picture
Published On

ବାରଙ୍ଗ: ନନ୍ଦନକାନନରେ ରୋପ୍‌‌-ୱେ ଚାଲିବା ନେଇ ପଥ ପରିଷ୍କାର କରିଛନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ଅପରାହ୍ଣ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଶନିବାରଠାରୁ ପର୍ଯ୍ୟଟକ ଏଥିରେ ବସିବାର ମଜା ନେଇପାରିବେ। ୧୩ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ଶୁଣିବା ମାତ୍ରେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନୀକରଣ କରାଯାଇଛି। ଏହା […]

ବାରଙ୍ଗ: ନନ୍ଦନକାନନରେ ରୋପ୍‌‌-ୱେ ଚାଲିବା ନେଇ ପଥ ପରିଷ୍କାର କରିଛନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ଅପରାହ୍ଣ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଶନିବାରଠାରୁ ପର୍ଯ୍ୟଟକ ଏଥିରେ ବସିବାର ମଜା ନେଇପାରିବେ। ୧୩ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପ୍‌‌ୱେ ଚାଲିବା ଖବର ଶୁଣିବା ମାତ୍ରେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ରୋପ୍‌‌ୱେ ବ୍ୟବସ୍ଥାରେ ଅତ୍ୟାଧୁନୀକରଣ କରାଯାଇଛି। ଏହା ବିପଦମୁକ୍ତ। ଯଦି ସ୍ୱୟଂଚାଳିତ ପୁଲିରୁ ଏହା ଖସେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୫ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ଶ୍ରୀ ବେଗ କହିଛନ୍ତି। ଏହାକୁ ଚଲାଇବାକୁ ନେଇ ଏକ ଠିକାସଂସ୍ଥାକୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ୨ଟି ଟାୱାର ସହ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଏହି କ୍ୟାବିନ୍‌‌ର କ୍ଷମତା ୪ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୪୮ଜଣ ଏକା ସମୟରେ ଗତି କରିପାରିବେ ଏହି ରୋପ୍‌‌-ୱେରେ। ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ। ରୋପ୍‌‌-ୱେରେ ଦୈନିକ ପ୍ରାୟ ୩ହଜାର ପର୍ଯ୍ୟଟକ ଯିବାଆସିବା କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବାଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚ ବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର