ନଭେମ୍ବର ପହିଲାରୁ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌, ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌ । ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତ ହୋଇଛି କଳାହାଣ୍ଡି । ଏହାର ଆଉ ଏକ ଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍‌ ଯୋଜନା । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ […]

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌ । ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତ ହୋଇଛି କଳାହାଣ୍ଡି । ଏହାର ଆଉ ଏକ ଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍‌ ଯୋଜନା । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । ଉନ୍ନତିର ନୂଆ ଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବର ପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକୁକୁ ଗଡ଼ିବ ଲକ୍ଷ୍ମୀ ବସ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲାରେ ପହଞ୍ଚିଛି‌ ୬୩ଟି ଲକ୍ଷ୍ମୀ ବସ୍‌ । ଏହି ଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବା ଦ୍ବାରା ପରିବହନ ସମସ୍ୟା ଦୂର ହେବା ସହ ବିକାଶ ତ୍ବରାନ୍ବିତ ହେବ । ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ଲକ୍ଷ୍ମୀ ବସ୍‌ ଚଳାଚଳ ପାଇଁ ବି ରୋଡମ୍ୟାପ୍‌ ପ୍ରସ୍ତୁତି ଚାଲିଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍‌ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ ଉପହାର ଦେବେ । ଏଥିପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

28 Oct 2023 By The Sakala

ନଭେମ୍ବର ପହିଲାରୁ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌, ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌ । ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତ ହୋଇଛି କଳାହାଣ୍ଡି । ଏହାର ଆଉ ଏକ ଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍‌ ଯୋଜନା । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । ଉନ୍ନତିର ନୂଆ ଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବର ପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକୁକୁ ଗଡ଼ିବ ଲକ୍ଷ୍ମୀ ବସ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲାରେ ପହଞ୍ଚିଛି‌ ୬୩ଟି ଲକ୍ଷ୍ମୀ ବସ୍‌ । ଏହି ଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବା ଦ୍ବାରା ପରିବହନ ସମସ୍ୟା ଦୂର ହେବା ସହ ବିକାଶ ତ୍ବରାନ୍ବିତ ହେବ । ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ଲକ୍ଷ୍ମୀ ବସ୍‌ ଚଳାଚଳ ପାଇଁ ବି ରୋଡମ୍ୟାପ୍‌ ପ୍ରସ୍ତୁତି ଚାଲିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍‌ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ ଉପହାର ଦେବେ । ଏଥିପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

https://www.thesakala.in/latest-odisha-news/laxmi-bus-will-run-in-kalahandi-district-from-november/article-26783
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର