‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ : ଖୁବ୍‌ଶୀଘ୍ର କାମ ଆରମ୍ଭ କରି ସଠିକ୍‌ ସମୟରେ ସାରିବାକୁ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସୋମବାର ସନ୍ଧ୍ୟାରେ ୫-ଟି ସଚିବ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି କାର୍ଯ୍ୟସ୍ଥଳୀ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରି ସଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସୋମବାର ସନ୍ଧ୍ୟାରେ ୫-ଟି ସଚିବ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି କାର୍ଯ୍ୟସ୍ଥଳୀ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରି ସଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ ରୂପରେଖ ନେଇଥିଲା ଏବଂ ଗତ ଜୁନ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

‘ଏକାମ୍ର’ ପ୍ରକଳ୍ପରେ ପାର୍କିଂସ୍ଥଳୀ ସାଙ୍ଗକୁ ମନ୍ଦିରକୁ ଯାଇଥିବା ପ୍ରମୁଖ ରାସ୍ତାର ଚିତ୍ର ବଦଳିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସବୁ ଭିତ୍ତିଭୂମୀ ବିକାଶ ହେବ ।ପ୍ରକଳ୍ପ ସମୀକ୍ଷା ପରେ ଶ୍ରୀ ପାଣ୍ଡିଆନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବାକୁ ସେ କହିଛନ୍ତି । ଏହି ଗସ୍ତ ସମୟରେ କାର୍ଯ୍ୟ ଦାୟିତ୍ୱରେ ଥିବା ଏଜେନ୍ସି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟସୂଚୀ ସମୀକ୍ଷା କରିବା ପରେ ଶ୍ରୀ ପାଣ୍ଡିଆନ୍‌ ସମସ୍ତ ସବିଶେଷ ଡିଜାଇନ୍‌ ଚୂଡ଼ାନ୍ତ କରିବା ସହ ସାମଗ୍ରୀ ଏବଂ ଯନ୍ତ୍ରପାତି ଆଣି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତାଳେଶ୍ୱରରୁ କୋଟିତିର୍ଥେଶ୍ୱର ରାସ୍ତା, ସାନାଟାରିୟମ୍‌ ଛକରୁ ତାଳେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ୍‌ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଉତ୍ତର ପାର୍କିଂ ଏବଂ ବାହ୍ୟ ପ୍ରବେଶ ରାସ୍ତାରେ କାର୍ଯ୍ୟ ସହ ପୂର୍ବଦ୍ୱାର ଛକ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ବ୍ୟବାହାର୍ଯ୍ୟ ପାଇଁ ଭିତ୍ତିଭୂମୀ ସହ ଲିଙ୍ଗରାଜ ପଛ ଓ ଦକ୍ଷିଣ ପଶ୍ଚିମ ପାର୍କିଂ କାର୍ଯ୍ୟ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି । ଏହି କାର୍ଯ୍ୟ ସଠିକ୍‌ ସମୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନର୍ଜୀବନ କାର୍ଯ୍ୟ ଯୋଜନା ମାଧ୍ୟମରେ ସହରାଞ୍ଚଳ ଡିଜାଇନ୍‌ ଦ୍ୱାରା କାର୍ଯ୍ୟ କରାଯିବ । ପୁରୁଣା ଭୁବନେଶ୍ୱରର ମୂଳ ଐତିହ୍ୟ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିେ ଐତିହ୍ୟ ପୁନର୍ଜୀବିତ କରାଯିବ ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ । ଏକ ଜୀବନ୍ତ ଐତିହ୍ୟ ସହର ଭାବେ ପରିଚୟ ପାଇଥିବା ଏକାମ୍ରକ୍ଷେତ୍ରରେ ବହୁ ମନ୍ଦିର, ପବିତ୍ର ଜଳାଶୟ ଓ ପୁରୋହିତମାନଙ୍କର ପାରମ୍ପାରିକ ସମ୍ପ୍ରଦାୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ଅଭ୍ୟାସ ରହିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ଐତିହ୍ୟ ସ୍ଥଳଗୁଡିକ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଆଗ୍ରହୀ ଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ଏକାମ୍ରବନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ୫-ଟି ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭଗ ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ, ଓବିବିସିସି ଏମ୍‌ଡିଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

16 Oct 2023 By The Sakala

‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ୫-ଟି ସଚିବ : ଖୁବ୍‌ଶୀଘ୍ର କାମ ଆରମ୍ଭ କରି ସଠିକ୍‌ ସମୟରେ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଆଜି ‘ଏକାମ୍ର’ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ସୋମବାର ସନ୍ଧ୍ୟାରେ ୫-ଟି ସଚିବ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି କାର୍ଯ୍ୟସ୍ଥଳୀ ପରିଦର୍ଶନ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରି ସଠିକ୍‌ ସମୟରେ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଏକାମ୍ର ପ୍ରକଳ୍ପ ୨୦୧୯ରେ ରୂପରେଖ ନେଇଥିଲା ଏବଂ ଗତ ଜୁନ ୨୮ ତାରିଖରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

‘ଏକାମ୍ର’ ପ୍ରକଳ୍ପରେ ପାର୍କିଂସ୍ଥଳୀ ସାଙ୍ଗକୁ ମନ୍ଦିରକୁ ଯାଇଥିବା ପ୍ରମୁଖ ରାସ୍ତାର ଚିତ୍ର ବଦଳିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସବୁ ଭିତ୍ତିଭୂମୀ ବିକାଶ ହେବ ।ପ୍ରକଳ୍ପ ସମୀକ୍ଷା ପରେ ଶ୍ରୀ ପାଣ୍ଡିଆନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବାକୁ ସେ କହିଛନ୍ତି । ଏହି ଗସ୍ତ ସମୟରେ କାର୍ଯ୍ୟ ଦାୟିତ୍ୱରେ ଥିବା ଏଜେନ୍ସି ଦ୍ୱାରା ପ୍ରସ୍ତୁତ କାର୍ଯ୍ୟସୂଚୀ ସମୀକ୍ଷା କରିବା ପରେ ଶ୍ରୀ ପାଣ୍ଡିଆନ୍‌ ସମସ୍ତ ସବିଶେଷ ଡିଜାଇନ୍‌ ଚୂଡ଼ାନ୍ତ କରିବା ସହ ସାମଗ୍ରୀ ଏବଂ ଯନ୍ତ୍ରପାତି ଆଣି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ତାଳେଶ୍ୱରରୁ କୋଟିତିର୍ଥେଶ୍ୱର ରାସ୍ତା, ସାନାଟାରିୟମ୍‌ ଛକରୁ ତାଳେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ୍‌ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଉତ୍ତର ପାର୍କିଂ ଏବଂ ବାହ୍ୟ ପ୍ରବେଶ ରାସ୍ତାରେ କାର୍ଯ୍ୟ ସହ ପୂର୍ବଦ୍ୱାର ଛକ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ବ୍ୟବାହାର୍ଯ୍ୟ ପାଇଁ ଭିତ୍ତିଭୂମୀ ସହ ଲିଙ୍ଗରାଜ ପଛ ଓ ଦକ୍ଷିଣ ପଶ୍ଚିମ ପାର୍କିଂ କାର୍ଯ୍ୟ ମଧ୍ୟ ଆରମ୍ଭ କରିବାକୁ କୁହାଯାଇଛି । ଏହି କାର୍ଯ୍ୟ ସଠିକ୍‌ ସମୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନର୍ଜୀବନ କାର୍ଯ୍ୟ ଯୋଜନା ମାଧ୍ୟମରେ ସହରାଞ୍ଚଳ ଡିଜାଇନ୍‌ ଦ୍ୱାରା କାର୍ଯ୍ୟ କରାଯିବ । ପୁରୁଣା ଭୁବନେଶ୍ୱରର ମୂଳ ଐତିହ୍ୟ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିେ ଐତିହ୍ୟ ପୁନର୍ଜୀବିତ କରାଯିବ ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ । ଏକ ଜୀବନ୍ତ ଐତିହ୍ୟ ସହର ଭାବେ ପରିଚୟ ପାଇଥିବା ଏକାମ୍ରକ୍ଷେତ୍ରରେ ବହୁ ମନ୍ଦିର, ପବିତ୍ର ଜଳାଶୟ ଓ ପୁରୋହିତମାନଙ୍କର ପାରମ୍ପାରିକ ସମ୍ପ୍ରଦାୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ଅଭ୍ୟାସ ରହିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ଐତିହ୍ୟ ସ୍ଥଳଗୁଡିକ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଆଗ୍ରହୀ ଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ଏକାମ୍ରବନ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ । ୫-ଟି ସଚିବଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭଗ ପ୍ରମୁଖ ଶାସନ ସଚିବ ଭିଭି ଯାଦବ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ, ଓବିବିସିସି ଏମ୍‌ଡିଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର