ବରିଷ୍ଠଙ୍କୁ ବଳୁଛି; କନିଷ୍ଠଙ୍କୁ ମିଳୁନି

The Sakala Picture
Published On

ଭୁବନେଶ୍ୱର ବିଏମ୍‍ସି ଅଞ୍ଚଳରେ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ପର୍ଯ୍ୟାପ୍ତ ପରିମାମଣରେ ଟିକା ମିଳିପାରୁ ନାହିଁ। ଟିକାର ଅଭାବ ଯୋଗୁଁ ଅଳ୍ପ ସଂଖ୍ୟକ ସ୍ଲଟ୍‍ ଖୋଲୁଛିି। ଯାହାଦ୍ୱାରା ଖୁବ୍‍କମ୍‍ ସମୟ ମଧ୍ୟରେ ଏହି ସ୍ଲଟ ବୁକିଂ ହୋଇଯାଉଛି। ଫଳରେ ଅନେକ ଯୁବକଙ୍କୁ ସ୍ଲଟ୍‍ ମିଳିପାରୁ ନାହିଁ। କମ ଦିନ ମଧ୍ୟରେ ସବୁ ବର୍ଗଙ୍କୁ ଟିକା ଦେଇ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ବିଏମ୍‍ସି ଚେଷ୍ଟା କରୁଥିଲେ ମଧ୍ୟ ଟିକା ଅଭାବଜନିତ ସମସ୍ୟା ପାଇଁ ଏସବୁ ଫସର ଫାଟିଛି। […]

ଭୁବନେଶ୍ୱର ବିଏମ୍‍ସି ଅଞ୍ଚଳରେ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ପର୍ଯ୍ୟାପ୍ତ ପରିମାମଣରେ ଟିକା ମିଳିପାରୁ ନାହିଁ। ଟିକାର ଅଭାବ ଯୋଗୁଁ ଅଳ୍ପ ସଂଖ୍ୟକ ସ୍ଲଟ୍‍ ଖୋଲୁଛିି। ଯାହାଦ୍ୱାରା ଖୁବ୍‍କମ୍‍ ସମୟ ମଧ୍ୟରେ ଏହି ସ୍ଲଟ ବୁକିଂ ହୋଇଯାଉଛି। ଫଳରେ ଅନେକ ଯୁବକଙ୍କୁ ସ୍ଲଟ୍‍ ମିଳିପାରୁ ନାହିଁ। କମ ଦିନ ମଧ୍ୟରେ ସବୁ ବର୍ଗଙ୍କୁ ଟିକା ଦେଇ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ବିଏମ୍‍ସି ଚେଷ୍ଟା କରୁଥିଲେ ମଧ୍ୟ ଟିକା ଅଭାବଜନିତ ସମସ୍ୟା ପାଇଁ ଏସବୁ ଫସର ଫାଟିଛି। ଅନ୍ୟପଟେ ସହରରେ ବର୍ତ୍ତମାନ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଟିକା କେତେକାଂଶରେ ବଳକା ରହୁଛି। ଯାହାକୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ କ୍ଷେତ୍ରରେ ଲାଗୁ କରି ସେମମାନଙ୍କ ଟିକାକରଣକୁ ସୁନିଶ୍ଚିତ କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦିଆଯାଉଥିବା ଟିକାକୁ ରାଜ୍ୟ ସରକାର କମ୍ପାନୀଠାରୁ କ୍ରୟ କରୁଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଟିକା କେନ୍ଦ୍ର ଦେଉଛି। ବିଏମ୍‍ସି ଅଞ୍ଚଳରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୫ ଲକ୍ଷ ୧୭ ହଜାର ଲୋକ ଥିବା ତଥ୍ୟ ସଂଗ୍ରହ କରାଯାଇଛି। ଏମାନଙ୍କୁ ଦୁଇଟି ଲେଖାଏଁ ଡୋଜ୍‍ ଟିକା ଦେଲେ ମୋଟ୍‍ ୧୦ ଲକ୍ଷ ୩୪ ହଜାର ଟିକା ଦରକାର ପଡୁଛି। ମାତ୍ର ଟିକା ଯୋଗାଣ କମ୍‍ ରହିଥିବାରୁ ଏହି ବର୍ଗର ଟିକାକରଣ ପ୍ରଭାବିତ ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ୨୮ ତାରିଖ ସୁଦ୍ଧା ୧ ଲକ୍ଷ ୩୭ ହଜାର ୪୨୬ ଜଣଙ୍କୁ ଟିକା ଦିଆଯାଇଛି। ଯାହାକି ଆହୁରି ଏକ ବଡ଼ ସଂଖ୍ୟା ଟିକା ପାଇବାରୁ ବଞ୍ଚିତ ଅଛନ୍ତି। ଇତି ମଧ୍ୟରେ ଦ୍ୱିତୀୟ ଡୋଜ୍‍ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଫଳରେ ଭୁବନେଶ୍ୱରରେ ୧୮ ବର୍ଷୀୟଙ୍କ ପାଇଁ ଟିକାର ଆବଶ୍ୟକତା ବହୁତ୍‍ ବଢ଼଼ିଯାଇଛି। ମାତ୍ର ଭୁବନେଶ୍ୱରେର ୪୫ ବର୍ଷୀୟ ବର୍ଗରେ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଓ ୪୫ ବର୍ଷ ବୟସରୁ ଅଧିକଙ୍କୁ ମିଶାଇ ୩ ଲକ୍ଷ ୯୬ ହଜାର ୩୬୫ ଜଣଙ୍କ ଟିକାକରଣ କରିବାର ଲକ୍ଷ୍ୟ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତଙ୍କ ଟିକାକରଣ ସରି ସାରିଥିବା ବେଳେ ଜୁନ ସୁଦ୍ଧା ଏହି ବର୍ଗଙ୍କ ଟିକାରୁ ପ୍ରାୟ ୩ ଲକ୍ଷ ୪୫ ହଜାର ୫୫୦ ଡୋଜ୍‍ ଟିକା ବଳକା ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି। ମାତ୍ରା ୧୮-୪୪ ବର୍ଷ ବୟସ୍କଙ୍କର ଦ୍ୱିତୀୟ ଡୋଜ୍‍ ଟିକାକରଣ ଆରମ୍ଭ ହୋଇଯାଇଥିବାରୁ ଜୁନ୍‍ ମାସରେ ଏହି ବର୍ଗଙ୍କ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟିି ହୋଇଛି। ଏଣୁ ଜୁନ୍‍ ମାସରେ ୧୮-୪୪ ବର୍ଷ ବୟସ୍କଙ୍କୁ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ ବଳକା ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଗତ ୨୮ ତାରିଖ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖି ଅନୁମତି ମଗାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଯେହେତୁ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି, ତେଣୁ ଅନ୍ୟ ଜିଲ୍ଲା ଟିକା ସହିତ ମଧ୍ୟ ଏହାକୁ ଅଦଳବଦଳ କରି ହେବ ନାହିଁ। ଅପରପକ୍ଷରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ଟିିକା କ୍ରୟ କରିବାକୁ ଚାହୁଁଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଉପଲବ୍ଧ କରାଯାଇ ପାରୁନାହିଁ। ଫଳରେ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ପାରୁନାହିଁ ବୋଲି କୋଭିଡ୍‍ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଡ. ସିଭି ସତ୍ୟନାରାୟଣନ କହିଛନ୍ତି। ଅନ୍ୟପଟେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଗମନାଗମନ, ସଡ଼କ ପଥ, ରେଳ ପଥ ଓ ଆକାଶ ମାର୍ଗରେ ସହରକୁ ସଂଯୋଗୀକରଣର ସୁବିଧା ରହୁଛି। ତେଣୁ ଭୁବନେଶ୍ୱର ଦେଇ ଅଧିକାଂଶ ଲୋକ ଯାତାୟାତ କରୁଛନ୍ତି। ସଂକ୍ରମଣ ଦୃଷ୍ଟିରୁ ଭୁବନେଶ୍ୱର ସର୍ବଦା ସମ୍ବେଦନଶୀଳ ଅଞ୍ଚଳ ଭାବେ ରହି ଆସିଛି। ତେଣୁ ଏଠାକୁ ପର୍ଯ୍ୟାପ୍ତ ପରିମାଣର ଟିକା ପ୍ରଦାନର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ୧୮ ରୁ ୪୫ ବର୍ଷର ହିତାଧିକାରୀମାନଙ୍କୁ ୪୫ ବର୍ଷୀୟଙ୍କ ପାଇଁ ଆସିଥିବା ଟିକାକୁ ସ୍ୱଳ୍ପ ଅବଧି ପାଇଁ ରଣ ଆକାରରେ ଦିଆଗଲେ ପରବର୍ତ୍ତର୍ୀ ସମୟରେ ରାଜ୍ୟ କୋଟାରୁ ଏହାକୁ ଭରଣା କରାଯାଇ ପାରିବ ବୋଲି ଏଥିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

31 May 2021 By The Sakala

ବରିଷ୍ଠଙ୍କୁ ବଳୁଛି; କନିଷ୍ଠଙ୍କୁ ମିଳୁନି

ଭୁବନେଶ୍ୱର ବିଏମ୍‍ସି ଅଞ୍ଚଳରେ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ପର୍ଯ୍ୟାପ୍ତ ପରିମାମଣରେ ଟିକା ମିଳିପାରୁ ନାହିଁ। ଟିକାର ଅଭାବ ଯୋଗୁଁ ଅଳ୍ପ ସଂଖ୍ୟକ ସ୍ଲଟ୍‍ ଖୋଲୁଛିି। ଯାହାଦ୍ୱାରା ଖୁବ୍‍କମ୍‍ ସମୟ ମଧ୍ୟରେ ଏହି ସ୍ଲଟ ବୁକିଂ ହୋଇଯାଉଛି। ଫଳରେ ଅନେକ ଯୁବକଙ୍କୁ ସ୍ଲଟ୍‍ ମିଳିପାରୁ ନାହିଁ। କମ ଦିନ ମଧ୍ୟରେ ସବୁ ବର୍ଗଙ୍କୁ ଟିକା ଦେଇ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ବିଏମ୍‍ସି ଚେଷ୍ଟା କରୁଥିଲେ ମଧ୍ୟ ଟିକା ଅଭାବଜନିତ ସମସ୍ୟା ପାଇଁ ଏସବୁ ଫସର ଫାଟିଛି। ଅନ୍ୟପଟେ ସହରରେ ବର୍ତ୍ତମାନ ୪୫ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଟିକା କେତେକାଂଶରେ ବଳକା ରହୁଛି। ଯାହାକୁ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ କ୍ଷେତ୍ରରେ ଲାଗୁ କରି ସେମମାନଙ୍କ ଟିକାକରଣକୁ ସୁନିଶ୍ଚିତ କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦିଆଯାଉଥିବା ଟିକାକୁ ରାଜ୍ୟ ସରକାର କମ୍ପାନୀଠାରୁ କ୍ରୟ କରୁଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଟିକା କେନ୍ଦ୍ର ଦେଉଛି। ବିଏମ୍‍ସି ଅଞ୍ଚଳରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୫ ଲକ୍ଷ ୧୭ ହଜାର ଲୋକ ଥିବା ତଥ୍ୟ ସଂଗ୍ରହ କରାଯାଇଛି। ଏମାନଙ୍କୁ ଦୁଇଟି ଲେଖାଏଁ ଡୋଜ୍‍ ଟିକା ଦେଲେ ମୋଟ୍‍ ୧୦ ଲକ୍ଷ ୩୪ ହଜାର ଟିକା ଦରକାର ପଡୁଛି। ମାତ୍ର ଟିକା ଯୋଗାଣ କମ୍‍ ରହିଥିବାରୁ ଏହି ବର୍ଗର ଟିକାକରଣ ପ୍ରଭାବିତ ହେଉଛି।

ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ୨୮ ତାରିଖ ସୁଦ୍ଧା ୧ ଲକ୍ଷ ୩୭ ହଜାର ୪୨୬ ଜଣଙ୍କୁ ଟିକା ଦିଆଯାଇଛି। ଯାହାକି ଆହୁରି ଏକ ବଡ଼ ସଂଖ୍ୟା ଟିକା ପାଇବାରୁ ବଞ୍ଚିତ ଅଛନ୍ତି। ଇତି ମଧ୍ୟରେ ଦ୍ୱିତୀୟ ଡୋଜ୍‍ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଫଳରେ ଭୁବନେଶ୍ୱରରେ ୧୮ ବର୍ଷୀୟଙ୍କ ପାଇଁ ଟିକାର ଆବଶ୍ୟକତା ବହୁତ୍‍ ବଢ଼଼ିଯାଇଛି। ମାତ୍ର ଭୁବନେଶ୍ୱରେର ୪୫ ବର୍ଷୀୟ ବର୍ଗରେ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧା ଓ ୪୫ ବର୍ଷ ବୟସରୁ ଅଧିକଙ୍କୁ ମିଶାଇ ୩ ଲକ୍ଷ ୯୬ ହଜାର ୩୬୫ ଜଣଙ୍କ ଟିକାକରଣ କରିବାର ଲକ୍ଷ୍ୟ ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତଙ୍କ ଟିକାକରଣ ସରି ସାରିଥିବା ବେଳେ ଜୁନ ସୁଦ୍ଧା ଏହି ବର୍ଗଙ୍କ ଟିକାରୁ ପ୍ରାୟ ୩ ଲକ୍ଷ ୪୫ ହଜାର ୫୫୦ ଡୋଜ୍‍ ଟିକା ବଳକା ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି। ମାତ୍ରା ୧୮-୪୪ ବର୍ଷ ବୟସ୍କଙ୍କର ଦ୍ୱିତୀୟ ଡୋଜ୍‍ ଟିକାକରଣ ଆରମ୍ଭ ହୋଇଯାଇଥିବାରୁ ଜୁନ୍‍ ମାସରେ ଏହି ବର୍ଗଙ୍କ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟିି ହୋଇଛି। ଏଣୁ ଜୁନ୍‍ ମାସରେ ୧୮-୪୪ ବର୍ଷ ବୟସ୍କଙ୍କୁ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ ବଳକା ଟିକା ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ଗତ ୨୮ ତାରିଖ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖି ଅନୁମତି ମଗାଯାଇଛି।

ଯେହେତୁ ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି, ତେଣୁ ଅନ୍ୟ ଜିଲ୍ଲା ଟିକା ସହିତ ମଧ୍ୟ ଏହାକୁ ଅଦଳବଦଳ କରି ହେବ ନାହିଁ। ଅପରପକ୍ଷରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ଟିିକା କ୍ରୟ କରିବାକୁ ଚାହୁଁଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ଉପଲବ୍ଧ କରାଯାଇ ପାରୁନାହିଁ। ଫଳରେ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇ ପାରୁନାହିଁ ବୋଲି କୋଭିଡ୍‍ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଡ. ସିଭି ସତ୍ୟନାରାୟଣନ କହିଛନ୍ତି। ଅନ୍ୟପଟେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଗମନାଗମନ, ସଡ଼କ ପଥ, ରେଳ ପଥ ଓ ଆକାଶ ମାର୍ଗରେ ସହରକୁ ସଂଯୋଗୀକରଣର ସୁବିଧା ରହୁଛି। ତେଣୁ ଭୁବନେଶ୍ୱର ଦେଇ ଅଧିକାଂଶ ଲୋକ ଯାତାୟାତ କରୁଛନ୍ତି। ସଂକ୍ରମଣ ଦୃଷ୍ଟିରୁ ଭୁବନେଶ୍ୱର ସର୍ବଦା ସମ୍ବେଦନଶୀଳ ଅଞ୍ଚଳ ଭାବେ ରହି ଆସିଛି। ତେଣୁ ଏଠାକୁ ପର୍ଯ୍ୟାପ୍ତ ପରିମାଣର ଟିକା ପ୍ରଦାନର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ୧୮ ରୁ ୪୫ ବର୍ଷର ହିତାଧିକାରୀମାନଙ୍କୁ ୪୫ ବର୍ଷୀୟଙ୍କ ପାଇଁ ଆସିଥିବା ଟିକାକୁ ସ୍ୱଳ୍ପ ଅବଧି ପାଇଁ ରଣ ଆକାରରେ ଦିଆଗଲେ ପରବର୍ତ୍ତର୍ୀ ସମୟରେ ରାଜ୍ୟ କୋଟାରୁ ଏହାକୁ ଭରଣା କରାଯାଇ ପାରିବ ବୋଲି ଏଥିରେ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର