ଫିକା ପଡିବ ରଜ, ଝୁଲିବନି ରଜଦୋଳି, ମହକିବନି ପୋଡ଼ପିଠାର ବାସ୍ନା

The Sakala Picture
Published On

ପୂର୍ବବର୍ଷ ପରି ଏଥର ମଧ୍ୟ ‘ରଜ’କୁ ଫିକା ପକାଇବ ଲକଡାଉନ୍ । ଝୁଲିବନି ରଜ ଦୋଳି କି ଜମିବନି ରଜ ପାନ ସହ ପୋଡ଼ ପିଠାର ଆସର | ରାଜଧାନୀର ଛକ ଛକରେ ଦେଖିବାକୁ ମିଳିବନି ରଜ ପାନ ଷ୍ଟଲ କି ସିନେମା ହଲ ଆଗରେ ଲମ୍ବା ଲାଇନ୍ । ଚଳିତ ବର୍ଷ ୧୪ ତାରିଖରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ ତାରିଖରେ ଶେଷ ରଜ ପଢୁଥିବାବେଳେ ଲକଡାଉନ୍‌ରେ ପୁଣି କଟିବ ଏଥରର […]

ପୂର୍ବବର୍ଷ ପରି ଏଥର ମଧ୍ୟ ‘ରଜ’କୁ ଫିକା ପକାଇବ ଲକଡାଉନ୍ । ଝୁଲିବନି ରଜ ଦୋଳି କି ଜମିବନି ରଜ ପାନ ସହ ପୋଡ଼ ପିଠାର ଆସର | ରାଜଧାନୀର ଛକ ଛକରେ ଦେଖିବାକୁ ମିଳିବନି ରଜ ପାନ ଷ୍ଟଲ କି ସିନେମା ହଲ ଆଗରେ ଲମ୍ବା ଲାଇନ୍ । ଚଳିତ ବର୍ଷ ୧୪ ତାରିଖରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ ତାରିଖରେ ଶେଷ ରଜ ପଢୁଥିବାବେଳେ ଲକଡାଉନ୍‌ରେ ପୁଣି କଟିବ ଏଥରର ରଜ ମଉଜ ।

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କରୋନାର ହିତୀୟ ଲହରରେ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବାରୁ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ଜୁନ ମାସ ୧୭ ତାରିଖ ଯାଏ ଲକଡାଉନ୍ ଅବଧୂ ବୃଦ୍ଧି କରାଯାଇଥିବାରୁ ଏଥର ପୁଣି ଥରେ ଫିକା ପଡ଼ିବ ରଜ । ଗତବର୍ଷ କରୋନା ପାଇଁ ସଟଡାଉନ୍ ଚାଲିଥିବାରୁ ବର୍ଷ ଯାକର ସମସ୍ତ ପର୍ବ ପର୍ବାଣୀ ଫିକା ପଡ଼ିଥିବାବେଳେ ରଜ ମଧ୍ୟ ଫିକା ପଡ଼ିଥିଲା । ଏଥିର ମଧ୍ୟ ସ୍ଥିତି ସମାନ ହୋଇଛି । ବିଭିନ୍ନ ସ୍ଥାନରେ ୨ଶହରୁ ଉର୍ଦ୍ଧ୍ବ ରଜ ପାନ ଷ୍ଟଲ ଖୋଲାଯାଏ । ଏହି ସମୟରେ ରଜ ପାନ ଖାଇବାର ନିଆରା ଅନୁଭୂତି ସାଉଁଟିଥାନ୍ତି ରାଜଧାନୀବାସୀ। ରଜ ୩ଦିନ ଧରି ସିନେମା ହଲ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜର ସ୍ୱତନ୍ତ୍ର ଆୟୋଜନ କରାଯାଉଥିବାବେଳେ ଓଟିଡିସି ପକ୍ଷରୁ ମଧ୍ୟ ରଜରେ ସ୍ଵତନ୍ତ୍ର ଆୟୋଜନ କରାଯାଇଥାଏ। ଗତବର୍ଷ କରୋନା ପାଇଁ ଓଟିଡିସି ପକ୍ଷରୁ ‘ପିଠା ଅନ୍ ହିଲ୍’ ବ୍ୟବସ୍ଥା କରାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଡ଼ ପିଠା ସମେତ ବିଭିନ୍ନ ପିଠା ଯୋଗାଇ ଦିଆଯାଇଥିଲା। ହେଲେ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖୁ ରଜ ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ପିଠା ଅନ୍ ଜିଲ୍ ବ୍ୟବସ୍ଥା ହୋଇପାରେ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

31 May 2021 By The Sakala

ଫିକା ପଡିବ ରଜ, ଝୁଲିବନି ରଜଦୋଳି, ମହକିବନି ପୋଡ଼ପିଠାର ବାସ୍ନା

ପୂର୍ବବର୍ଷ ପରି ଏଥର ମଧ୍ୟ ‘ରଜ’କୁ ଫିକା ପକାଇବ ଲକଡାଉନ୍ । ଝୁଲିବନି ରଜ ଦୋଳି କି ଜମିବନି ରଜ ପାନ ସହ ପୋଡ଼ ପିଠାର ଆସର | ରାଜଧାନୀର ଛକ ଛକରେ ଦେଖିବାକୁ ମିଳିବନି ରଜ ପାନ ଷ୍ଟଲ କି ସିନେମା ହଲ ଆଗରେ ଲମ୍ବା ଲାଇନ୍ । ଚଳିତ ବର୍ଷ ୧୪ ତାରିଖରେ ପହିଲି ରଜ, ୧୫ରେ ରଜ ସଂକ୍ରାନ୍ତି ଓ ୧୬ ତାରିଖରେ ଶେଷ ରଜ ପଢୁଥିବାବେଳେ ଲକଡାଉନ୍‌ରେ ପୁଣି କଟିବ ଏଥରର ରଜ ମଉଜ ।

କରୋନାର ହିତୀୟ ଲହରରେ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବାରୁ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ଜୁନ ମାସ ୧୭ ତାରିଖ ଯାଏ ଲକଡାଉନ୍ ଅବଧୂ ବୃଦ୍ଧି କରାଯାଇଥିବାରୁ ଏଥର ପୁଣି ଥରେ ଫିକା ପଡ଼ିବ ରଜ । ଗତବର୍ଷ କରୋନା ପାଇଁ ସଟଡାଉନ୍ ଚାଲିଥିବାରୁ ବର୍ଷ ଯାକର ସମସ୍ତ ପର୍ବ ପର୍ବାଣୀ ଫିକା ପଡ଼ିଥିବାବେଳେ ରଜ ମଧ୍ୟ ଫିକା ପଡ଼ିଥିଲା । ଏଥିର ମଧ୍ୟ ସ୍ଥିତି ସମାନ ହୋଇଛି । ବିଭିନ୍ନ ସ୍ଥାନରେ ୨ଶହରୁ ଉର୍ଦ୍ଧ୍ବ ରଜ ପାନ ଷ୍ଟଲ ଖୋଲାଯାଏ । ଏହି ସମୟରେ ରଜ ପାନ ଖାଇବାର ନିଆରା ଅନୁଭୂତି ସାଉଁଟିଥାନ୍ତି ରାଜଧାନୀବାସୀ। ରଜ ୩ଦିନ ଧରି ସିନେମା ହଲ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।

ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜର ସ୍ୱତନ୍ତ୍ର ଆୟୋଜନ କରାଯାଉଥିବାବେଳେ ଓଟିଡିସି ପକ୍ଷରୁ ମଧ୍ୟ ରଜରେ ସ୍ଵତନ୍ତ୍ର ଆୟୋଜନ କରାଯାଇଥାଏ। ଗତବର୍ଷ କରୋନା ପାଇଁ ଓଟିଡିସି ପକ୍ଷରୁ ‘ପିଠା ଅନ୍ ହିଲ୍’ ବ୍ୟବସ୍ଥା କରାଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଡ଼ ପିଠା ସମେତ ବିଭିନ୍ନ ପିଠା ଯୋଗାଇ ଦିଆଯାଇଥିଲା। ହେଲେ ଏଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖୁ ରଜ ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ପିଠା ଅନ୍ ଜିଲ୍ ବ୍ୟବସ୍ଥା ହୋଇପାରେ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର