ମୃତ୍ୟୁ ପରେ ବି ଅମର ହୋଇ ରହିବେ ସୂର୍ଯ୍ୟ ନାରାୟଣ ପାତ୍ର

The Sakala Picture
Published On

ଭୁବନେଶ୍ବର: ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ଡାକ୍ତରୀ ଟିମ୍ ତାଙ୍କ ଚକ୍ଷୁକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଚକ୍ଷୁର ମାନ ପରୀକ୍ଷା ସହ ରକ୍ତ ନମୂନା […]

ଭୁବନେଶ୍ବର: ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ଡାକ୍ତରୀ ଟିମ୍ ତାଙ୍କ ଚକ୍ଷୁକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଚକ୍ଷୁର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଆଙ୍କ ବିୟୋଗ ପରେ ଚକ୍ଷୁ ଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ଗତକାଲି ଘରୋଇ ହସ୍ପିଟାଲରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ସୂର୍ଯ୍ୟ ପାତ୍ର । ୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରି ଜଣେ ସଫଳ ରାଜନେତା ଭାବେ ଓଡ଼ିଶା ରଜନୀତିରେ ଛାପ ଛାଡ଼ି ଯାଇଛନ୍ତି । ବ୍ରହ୍ମପୁର ମୁନିସିପାଲିଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସୂର୍ଯ୍ୟ ପାତ୍ର ଥରେ ବାଚସ୍ପତି, ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

03 Sep 2023 By The Sakala

ମୃତ୍ୟୁ ପରେ ବି ଅମର ହୋଇ ରହିବେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର: ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ଡାକ୍ତରୀ ଟିମ୍ ତାଙ୍କ ଚକ୍ଷୁକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଚକ୍ଷୁର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଆଙ୍କ ବିୟୋଗ ପରେ ଚକ୍ଷୁ ଦାନ କରାଯାଇଥିଲା ।

ଗତକାଲି ଘରୋଇ ହସ୍ପିଟାଲରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ସୂର୍ଯ୍ୟ ପାତ୍ର । ୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରି ଜଣେ ସଫଳ ରାଜନେତା ଭାବେ ଓଡ଼ିଶା ରଜନୀତିରେ ଛାପ ଛାଡ଼ି ଯାଇଛନ୍ତି । ବ୍ରହ୍ମପୁର ମୁନିସିପାଲିଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସୂର୍ଯ୍ୟ ପାତ୍ର ଥରେ ବାଚସ୍ପତି, ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର