ଲକ୍ଷ୍ୟ ହାସଲରେ ବାଧକ ନୁହେଁ ବୟସ: ୩୩ବର୍ଷ ବୟସରେ ଡାକ୍ତରୀ ପଢ଼ିଲେ କୃଷ୍ଣଚନ୍ଦ୍ର, ପାଠପଢ଼ା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ପ୍ରତିବନ୍ଧକ ନିମିତ୍ତ ମାତ୍ର। କଠିନ ଅଧ୍ୟବସାୟ ଓ ଦୃଢ଼ ଇଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। ଉତ୍କଟ ଦାରିଦ୍ୟ ଓ ସାମାଜିକ ସମସ୍ୟା ସତ୍ତ୍ବେ ରାୟଗଡ଼ାର କୃଷ୍ଣ ଚନ୍ଦ୍ର ଅଟକା ନିଟ୍‌‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ ସିଟ୍‌‌ରେ ନାମ ଲେଖା ପାଇଁ ଯୋଗ୍ୟତା ଅର୍ଜନ କରିବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌‌। କୃଷ୍ଣଚନ୍ଦ୍ର ଡାକ୍ତରୀ ପଢ଼଼ିବା ନିମନ୍ତେ ସଙ୍କଳ୍ପବଦ୍ଧ ଥିଲେ। ଏଥିପାଇଁ ବାରମ୍ବାର ପ୍ରଚେଷ୍ଟା […]

ଭୁବନେଶ୍ୱର: ପ୍ରତିବନ୍ଧକ ନିମିତ୍ତ ମାତ୍ର। କଠିନ ଅଧ୍ୟବସାୟ ଓ ଦୃଢ଼ ଇଛାଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। ଉତ୍କଟ ଦାରିଦ୍ୟ ଓ ସାମାଜିକ ସମସ୍ୟା ସତ୍ତ୍ବେ ରାୟଗଡ଼ାର କୃଷ୍ଣ ଚନ୍ଦ୍ର ଅଟକା ନିଟ୍‌‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ ସିଟ୍‌‌ରେ ନାମ ଲେଖା ପାଇଁ ଯୋଗ୍ୟତା ଅର୍ଜନ କରିବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‌‌। କୃଷ୍ଣଚନ୍ଦ୍ର ଡାକ୍ତରୀ ପଢ଼଼ିବା ନିମନ୍ତେ ସଙ୍କଳ୍ପବଦ୍ଧ ଥିଲେ। ଏଥିପାଇଁ ବାରମ୍ବାର ପ୍ରଚେଷ୍ଟା କରିଥିଲେ। ଶେଷରେ ୩୩ ବର୍ଷରେ ତାଙ୍କୁ ମିଳିଥିଲା ସଫଳତା। ତେବେ କୃଷ୍ଣଚନ୍ଦ୍ରଙ୍କର ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷ୍ଣଚନ୍ଦ୍ରଙ୍କର ଏହି ସଫଳତା ପାଇଁ ତାଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା। ଏଠାରେ ପହଞ୍ଚିବା ପରେ ସେ ୫-ଟି ସଚିବଙ୍କ ସହ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଏହି ଅବସରରେ କୃଷ୍ଣଚନ୍ଦ୍ର କହିଥିଲେ ଯେ, ବୟସ କେବଳ ଏକ ସଂଖ୍ୟା ମାତ୍ର। ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଆମ ପରିବାର କାଳାତିପାତ କରୁଛି। ଏହା ବ୍ୟତୀତ ଅନେକ ସମସ୍ୟା ରହିଛି। ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ବହୁଳ ଓ ଅନୁନ୍ନତ ଅଞ୍ଚଳ। ସେଠାରେ ସ୍ୱାସ୍ଥ୍ୟ ସେବାକୁ ନେଇ ଆହ୍ୱାନ ରହିଛି। ପିଲାଟି ଦିନରୁ ମୁଁ ଅନେକ ସମସ୍ୟା ଦେଖିଛି। ତେଣୁ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ମୁଁ ପ୍ରତିବଦ୍ଧ ଥିଲି। ତେବେ ୧୮ ବର୍ଷ ବୟସରେ ମୋର ବିବାହ ହୋଇଥିଲା ଏବଂ ଆମର ଦୁଇ ଜଣ ସନ୍ତାନ ଅଛନ୍ତି। ମୋ ପତ୍ନୀ ଜଣେ ସମିତି ସଭ୍ୟା। ସବୁ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବା ସହିତ ନିଜ ଜୀବନର ମୂଳ ଲକ୍ଷ୍ୟ ଉପରେ ଦୃଷ୍ଟି ନିବଦ୍ଧ କରି ମୁଁ ପରିଶ୍ରମ କରୁଥିଲି। ପରିବାରକୁ ସହଯୋଗ କରିବା ସହିତ ପାଠ ପଢ଼଼ାରେ ଅବହେଳା କରି ନଥିଲି। ସେଥିପାଇଁ ଆଜି ମୋତେ ଏହି ସଫଳତା ମିଳିଛି। କେବଳ ମୁଁ ନୁହେଁ ଓଡ଼ିଶାର ପ୍ରତ୍ୟେକ ପିଲା ଦୃôଢ଼ ଇଛାଶକ୍ତି ବଳରେ ଏହି ସଫଳତା ପାଇପାରିବେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। କୃଷ୍ଣଚନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ଶ୍ରୀ ପାଣ୍ଡିଆନ ବେଶ୍‌‌ ପ୍ରଶଂସା କରିଛନ୍ତି। ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆପଣ ଯେଉଁ ସଫଳତା ପାଇଲେ ତାହା ଆମ ରାଜ୍ୟର ଅନକ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଉଲ୍ଲେଖ କରି ଶ୍ରୀ ପାଣ୍ଡିଆନ କୃଷ୍ଣଚନ୍ଦ୍ରଙ୍କୁ ବଧେଇ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର