ମନୋରଞ୍ଜନ
ଓଡ଼ିଶା
ପଛକୁ ପଛ ଆସୁଛି ଲଘୁଚାପ: ସାରା ରାଜ୍ୟରେ ଲାଗିରହିଛି ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ ସହ ପାହାଡ଼ିଆ ଅଞ୍ଚଳକୁ ଭୂସ୍ଖଳନ ଚେତାବନୀ
ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ପର୍ଯ୍ୟାୟକ୍ରମେ ବର୍ଷା ହେବ। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେତୁ ଏହି ବର୍ଷା ହେବ। ବୁଧବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ପର୍ଯ୍ୟାୟକ୍ରମେ ବର୍ଷା ହେବ। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେତୁ ଏହି ବର୍ଷା ହେବ। ବୁଧବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଉତ୍ତର-ପଶ୍ଚିମ ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁଇ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ତ୍ତମାନ ଥିବା ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଅନ୍ୟ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରକୋପ ରହିବା ନେଇ ପାଗ ଅନୁକୂଳ ରହିଛି। ଶୁକ୍ରବାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ବୌଦ୍ଧ, ସୋନପୁର ଓ ସମ୍ବଲପୁର ଆଦିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୋଳ, ନୟାଗଡ଼ ଓ କଟକରେ ପ୍ରବଳ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହି ବର୍ଷା ଯୋଗୁଁ ସାମୟିକ ଭାବେ ତଳୁଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ସହିତ ତୀବ୍ର ବୃଷ୍ଟିପାତ ସମୟର ଦୃଶ୍ୟମାନ ଦୂରତା କମିବାର ଯାତାୟତରେ ବାଧାପ୍ରାପ୍ତ ସୃଷ୍ଟିହେବ ବୋଲି ପାଣିପାଗ କେନ୍ଦ୍ର ଚେତାବନୀ ଦେଇଛି। ଏହାସହିତ ସହରାଞ୍ଚଳରେ ଟ୍ରାଫିକ୍ଜନିତ ସମସ୍ୟା ଉପୁଜିବାର ଆଶଙ୍କା ସହ ମୁଷଳ ଧାରା ବର୍ଷା ପ୍ରଭାବରେ ମାଟିକାନ୍ଥ ପଡ଼ିବାନେଇ ମଧ୍ୟ କେନ୍ଦ୍ର୍ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଭାବରେ ଉଭୟ କଚ୍ଚା ଘର ଏବଂ କଚ୍ଚା ରାସ୍ତା ପ୍ରଭାବିତ ହେବାକୁ ଥିବାରୁ ଅସୁରକ୍ଷିତ କଚ୍ଚା ଘରେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବା ବେଳେ (ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳ) ପାଇଁ ସତର୍କ ସୂଚନା ଜାରି ହୋଇଛି। ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ତଳୁଆ ଅଞ୍ଚଳରେ ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତା ଜଳମଗ୍ନ ହେବା ସହ ଚାଷ ଜମିଗୁଡ଼ିକରୁ ଜଳ ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାରଠାରୁ ବର୍ଷାର ପ୍ରକୋପ ଆହୁରି ବଢ଼଼ିବାର ଆଶଙ୍କା ରହିଛି। ଜାରି ରହିଥିବା ଲଘୁଚାପର ପ୍ରଭାବ ୨-୩ ଦିନ ଓଡ଼ିଶା ଉପରେ ରହିବା ସହିତ ପୁଣି ୨୪ରେ ହେବାକୁ ଥିବା ଲଘୁଚାପର ପ୍ରକୋପ ଆଉ ଥରେ ବୃଦ୍ଧି ପାଇବ।
ମୁଖ୍ୟ ଦପ୍ତର ନ ଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ଏସଆର୍ସି ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଅରେଞ୍ଜ ଓ ୟେଲୋ ଆଲର୍ଟରେ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ଆଲର୍ଟରେ ରହିବା ଉପରେ ଏସ୍ଆରସି ଗୁରୁତ୍ୱ ଦେଇଛନ୍ତି। ସକାଳେ ଏସ୍ଆରସି ମାଲକାନଗିରି, କୋରାପୁଟ, କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ବେଳେ ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବର୍ଷା ପରିସ୍ଥିତି ମୁକାବିଲା ପାଇଁ ଏସ୍ଆରସିଙ୍କ ଦ୍ୱାରା ପ୍ରେରିତ ମାର୍ଗଦର୍ଶିକା ଆଧାରରେ ପ୍ରସ୍ତୁତି ରହିବାକୁ କୁହାଯାଇଛି।
ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲା ହେଡ୍କ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ବର୍ଷାଜନିତ ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ବୁଲି ସ୍ଥିତି ଯାଞ୍ଚ କରିବାକୁ ଏସ୍ଆରସି କହିଥିବା ବେଳେ ଦୁର୍ବଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ସାରଞ୍ଜମ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସହରାଞ୍ଚଳ, ତଳୁଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ଥିବା ବେଳେ ଡ୍ରେନ୍ ଓ ରାସ୍ତା ବର୍ଷା ପାଣି ଦ୍ୱାରା ଜଳମଗ୍ନ ହେବାର ଆଶଙ୍କା ରହିଛି। ତେଣୁ ଏଭଳି ସ୍ଥିତିରେ ସାମୟିକ ଭାବେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ସହରାଞ୍ଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ପାଣିପମ୍ପ ବ୍ୟବସ୍ଥା କରିବାକୁ କୁହାଯାଇଥିବା ବେଳେ ପାଣିରେ ବୁଡ଼ିଯାଇଥିବା ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ଏହାସହିତ ସାପକାମୁଡ଼ା ରୋଗୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଜୁଳି ସହ ଘଡ଼ଘଡ଼ି, ଘୂର୍ଣ୍ଣଝଡ଼, କୁଆପଥର ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମସ୍ତ ତଥ୍ୟ ଏସଆର୍ସିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।