୫ଟି ସଚିବଙ୍କ ନୟାଗଡ଼ ଗସ୍ତର ୨ୟ ଦିନ: ବଲାଙ୍ଗୀ ପାର୍କ ବୁଲିଲେ, ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଉନ୍ନତୀ କରଣ ପାଇଁ ଦେଲେ ପ୍ରତିଶୃତି
ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା […]
ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରକଳ୍ପକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ ବନବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷରୋପଣ, ଆମ୍ବ ବଗିଚା ପ୍ରଭୃତି ସମ୍ପର୍କରେ ସଚିବଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହା ପରେ ୫ଟି ସଚିବ ନୟାଗଡ଼ର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିଥିଲେ । ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତିତ୍ୱ ସଚିବଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ସଚିବ ଏହାର ଉନ୍ନତୀ ପାଇଁ ସ୍ଥାନୀୟ ଲୋକ ଏବଂ ପୂଜକଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହାର ଉନ୍ନତୀ କରଣ ପାଇଁ ବ୍ୟବସ୍ଥା କରିବାକୁ ସଚିବ ପ୍ରତିଶୃତି ଦେଇଥିଲେ । ଏହା ପରେ କଣ୍ଟିଲୋଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ନୀଳମାଧବ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ପାଇଁ ସଚିବ ଗସ୍ତ କରିଥିବା ସୂଚନା ମିଳିଛି ।