ଏବେ ହେବ ନାହିଁ ପୌର ନିର୍ବାଚନ

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ପୌର ଓ ମହାନଗର ନିର୍ବାଚନ ହେବା ଆଶାରେ ବିିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ସ୍ଥାନରେ ବିିଭିନ୍ନ ଦଳର ଆଶାୟୀ ସଭାସମିତି କରିବା ସହ ଅଞ୍ଚଳବାସୀଙ୍କୁ ପୋଷ୍ଟର ଓ ହୋର୍ଡ଼ିଂରେ ନୂଆ ବର୍ଷ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ମାତ୍ର ଅଦାଲତଙ୍କ ନିର୍ଦେଶକ୍ରମେ ନିୟମର ସଂଶୋଧନ ନ ହେବା ପର୍ଯ୍ୟନ୍ତ ପୌର ଓ ମହାନଗର ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ […]

ଭୁବନେଶ୍ୱର: ଚଳିତ ବର୍ଷ ପୌର ଓ ମହାନଗର ନିର୍ବାଚନ ହେବା ଆଶାରେ ବିିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ସ୍ଥାନରେ ବିିଭିନ୍ନ ଦଳର ଆଶାୟୀ ସଭାସମିତି କରିବା ସହ ଅଞ୍ଚଳବାସୀଙ୍କୁ ପୋଷ୍ଟର ଓ ହୋର୍ଡ଼ିଂରେ ନୂଆ ବର୍ଷ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ମାତ୍ର ଅଦାଲତଙ୍କ ନିର୍ଦେଶକ୍ରମେ ନିୟମର ସଂଶୋଧନ ନ ହେବା ପର୍ଯ୍ୟନ୍ତ ପୌର ଓ ମହାନଗର ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେବା ଆଶାୟୀଙ୍କୁ ନିରାଶ କରିଛି। ମନ୍ତ୍ରୀଙ୍କ ଏହି ଉତ୍ତର ପରେ ପୌର ନିର୍ବାଚନ କେବେ ହେବ ତାହାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ପୌର ନିର୍ବାଚନରେ ଅନୁସୂଚୀତ ଜାତି, ଜନଜାତି, ମହିଳା ଓ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ୫୦%ରୁ ଅଧିକ ହେଉଥିବାରୁ ଏହା ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହି ସଂରକ୍ଷଣ ୫୦%ରୁ ଅଧିକ ହେବ ନାହିଁ ବୋଲି ରାୟ ଦେଇଥିଲେ। ଓଡ଼ିଶା ପୌରାଞ୍ଚଳ ଆଇନ ୨୦୧୬କୁ କାର୍ଯ୍ୟକାରୀ କରିବା ନିମନ୍ତେ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ ହେଁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ପ୍ରଚଳିତ ନିୟମରେ ସଂଶୋଧନ ଅନିବାର୍ଯ୍ୟ ହୋଇ ପଡ଼ିଥିଲା। ରାଜ୍ୟରେ ୧୧୪ଟି ପୌର ସଂସ୍ଥା ରହିଛି। ଏହାମଧ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅନ୍ତର୍ଭୁକ୍ତ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମର ଅବଧି ଶେଷ ହୋଇଛି। ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଗଠନ ପରେ କିଛି ସ୍ଥାନୀୟ ସମସ୍ୟା ଆଧାରରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ପଞ୍ଚାୟତ ଅଧିବାସୀ ମହାନଗରରେ ସାମିଲ ନ ହେବା ନିମନ୍ତେ
ହାଇକୋର୍ଟରେ ଅର୍ଜି ଦାଖଲ କରିଛନ୍ତି।

ଏହି ମାମଲା ବିଚାରାଧୀନ ରହିଛି ଓ ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ନ ଥିବା ଯୋଗୁଁ ଏଠାରେ ନିଗମ ଗଠନ ହୋଇଥିଲେ ମଧ୍ୟ ନିର୍ବାଚନ ସମ୍ଭବ ହୋଇପାରି ନାହିଁ। ସରକାରୀ ବ୍ୟବସ୍ଥା ଅନୁସାରେ ପୌର ପରିଷଦ, ମହାନଗର ନିଗମ, ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକର ଅବଧି ୫ ବର୍ଷ। ଇତିମଧ୍ୟରେ ପ୍ରାୟ ସମସ୍ତ ପୌରାଞ୍ଚଳର ଅବଧି ଶେଷ ହୋଇ ସାରିଛି। କିଛି ନୂଆ ଏନଏସି ଓ ମ୍ୟୁନିସପାଲିଟି ଗଠନ ହୋଇଥିଲେ ମଧ୍ୟ ବର୍ତମାନର ବ୍ୟବସ୍ଥା ଯୋଗୁଁ ସେଠାରେ ନିର୍ବାଚନ ହୋଇପାରି ନାହିଁ। ଅନ୍ୟପକ୍ଷରେ ମହାନଗରନିଗମଗୁଡ଼ିକର ମେୟର ପଦ ଲାଗି ସିଧାସଳଖ ନିର୍ବାଚନ କରାଯିବା ନିମନ୍ତେ ପ୍ରସ୍ତାବ ରହିଥିବାରୁ ଏହି ନିର୍ବାଚନର ଗୁରୁତ୍ୱ ଆହୁରି ବଢ଼ି ଯାଇଛି। ଏହି ପରିପ୍ରେକ୍ଷୀରେ ପୌରାଞ୍ଚଳରେ ନିର୍ବାଚନ ନିମନ୍ତେ ୱାର୍ଡ଼ ସୀମା ନିର୍ଧାରଣ, ପୁନର୍ଗଠନ ଓ ସଂରକ୍ଷଣ ଏକ କଷ୍ଟକର ବ୍ୟାପାର ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଅନ୍ୟପକ୍ଷରେ ବିଧାନସଭାରେ ମନ୍ତ୍ରୀ ଶ୍ରୀ ଜେନା ମହାନଗର ଓ ପୌର ନିର୍ବାଚନରେ ରହିଥିବା ଜଟିଳତା ସମ୍ପର୍କରେ ବିଧାନସଭାରେ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି କଟକ ଓ ଭୁବନେଶ୍ୱର ମହାନଗର ନିଗମ ୧୯୯୪ ଅଗଷ୍ଟ ୧୫ ତାରିଖରେ ଗଠନ ହୋଇଥିଲା। ସେହିପରି ବ୍ରହ୍ମପୁର ମହାନଗର ନିଗମ ୨୦୦୮ ଡ଼ିସେମ୍ବର ୩୦ ତାରିଖରେ ଗଠନ କରାଯାଇଥିଲା। ଏହାବ୍ୟତୀତ ୨୦୧୪ ନଭେମ୍ବର ମାସରେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଗଠନ କରାଯାଇଛି। ହାଇକୋର୍ଟଙ୍କ ଦ୍ୱାରା ତା ୨୬.୦୩.୨୦୧୫ ଓ ୦୨.୦୪.୨୦୧୫ ରିଖରେ ପ୍ରଦତ୍ତ ସ୍ଥଗିତାଦେଶ କ୍ରମେ ରାଉରକେଲା ଓ ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଅନୁରୂପ ଭାବରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସହ କାର୍ଯ୍ୟକାଳ ଶେଷ ହୋଇଥିବା ପୌର ପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ ଓ ନବଗଠିତ ଏନଏସିଗୁଡ଼ିକରେ ନିର୍ବାଚନ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଏହି ସମୟରେ ହାଇକୋର୍ଟଙ୍କ ଡବ୍ଲ୍ୟୁପି(ସି) ନମ୍ବର. ୧୭୩୬୨/୨୦୧୬ରେ ତା ୧୮.୦୪.୨୦୧୮ ତାରିଖରେ ଦେଇଥିବା ରାୟ ଆଧାରରେ ପ୍ରଚଳିତ ନିୟମ ଅନୁସାରେ ଆବଶ୍ୟକ ସଂଶୋଧନ କରାଯାଇ ନୂତନ ଆଇନ ପ୍ରଣୟନ କରି ନିର୍ବାଚନ କରାଯିବା ଜରୁରୀ ହୋଇପଡ଼ିଥିଲା। କୋଭିଡ଼ ମହାମାରୀ ଯୋଗୁଁ ଉକ୍ତ ନିୟମ ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଆବଶ୍ୟକୀୟ ସଂଶୋଧନ ପରେ ପୌରାଞ୍ଚଳରେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

24 Feb 2021 By The Sakala

https://www.thesakala.in/latest-odisha-news/corporate-elections-odisha/article-235
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର