ବିଧାନସଭାରେ ଉଠିଲା ସ୍ବାମିନାଥନ କମିଟି ରିପୋର୍ଟ ଲାଗୁ ପ୍ରସଙ୍ଗ

The Sakala Picture
Published On

ଭୁବନେଶ୍ୱର: ଷୋଡ଼ଷ ବିଧାନସଭାର ବୁଧବାର ହେଉଛି ତୃତୀୟ ଅଧିବେଶନ। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବିମଳ ଲୋଚନା ଦାସ ଓ ୬୦୩ ଇଏମଇ ବାଟାଲିଅନର ପୂର୍ବତନ ଲାନ୍ସ ନାଏକ ସ୍ବର୍ଗତ ଶଶାଙ୍କ ଶେଖର ସାମଲଙ୍କ ପରଲୋକରେ ଗୃହରେ ଶୋକପ୍ରାସ୍ତାବ ଆଗତ ହୋଇଥିଲା। ପ୍ରସ୍ତାବରେ ପ୍ରଦୀପ୍ତ ନାୟକ, ସନ୍ତୋଷ ସିଂ ସାଲୁଜା ବକ୍ତବ୍ୟ ଦେବା ସହ ସହମତି ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହାପରେ ଏକମିନିଟ୍ […]

ଭୁବନେଶ୍ୱର: ଷୋଡ଼ଷ ବିଧାନସଭାର ବୁଧବାର ହେଉଛି ତୃତୀୟ ଅଧିବେଶନ। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବିମଳ ଲୋଚନା ଦାସ ଓ ୬୦୩ ଇଏମଇ ବାଟାଲିଅନର ପୂର୍ବତନ ଲାନ୍ସ ନାଏକ ସ୍ବର୍ଗତ ଶଶାଙ୍କ ଶେଖର ସାମଲଙ୍କ ପରଲୋକରେ ଗୃହରେ ଶୋକପ୍ରାସ୍ତାବ ଆଗତ ହୋଇଥିଲା। ପ୍ରସ୍ତାବରେ ପ୍ରଦୀପ୍ତ ନାୟକ, ସନ୍ତୋଷ ସିଂ ସାଲୁଜା ବକ୍ତବ୍ୟ ଦେବା ସହ ସହମତି ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହାପରେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସେପଟେ ଗୃହରେ ସ୍ବାମିନାଥନ କମିଟି ରିପୋର୍ଟ ଲାଗୁ ପ୍ରସଙ୍ଗ ଉଠିଛି। କୃଷି ମନ୍ତ୍ରୀ ଅରୁଣ ସାହୁ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହା ଲାଗୁ ହେଲେ ଚାଷୀ ଉପକୃତ ହେବେ। ଏମଏସପି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତରରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା। ୧୩ ଜୁଲାଇ ୨୦୧୮ରେ ମଧ୍ୟ ଏକଥା ଉଠାଯାଇଥିଲା। ଧାନର ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ଵୋଲି ହିସାବ କରିଥିଲେ ରାଜ୍ୟ ସରକାର। ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏବେବି ମଧ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ର ପାଖକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଏମ ଏସ ପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ମାନଙ୍କର ମତାମତ ନେଇଥାଏ। କିନ୍ତୁ ଜାତୀୟ ହାରକୁ ନେଇ ଏମ ଏସ ପି ନିର୍ଦ୍ଧାରଣ କରାଯାଉଛି। ଯୋଉଥିପାଇଁ ଓଡିଶା କ୍ଷତିଗ୍ରସ୍ତ ହେଉଛି ବୋଲି ଗୃହରେ କହିଥିଲେଲେ ଅରୁଣ ସାହୁ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅନ୍ଯପକ୍ଷରେ ବିଧାନସଭାରେ ବିରୋଧୀ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ସେହିପରି ଆଜି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ନେଇ ପ୍ରଶ୍ନ କାଳ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର