ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର ଉତ୍ପାତ, ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ ଆହତ, ୨ ଗୁରୁତ୍ୱର

The Sakala Picture
Published On

ତେଲକୋଇ: ତେଲକୋଇ ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ କମୁନାହିଁ। ଗୁରୁତ୍ୱର ସକାଳେ ପୁଣି ୪ ଜଣଙ୍କୁ ଆକ୍ରମଣ କରିଛି ଗୋଠଛଡା ଦନ୍ତା। ଦନ୍ତା ଆକ୍ରମଣ 4ଜଣକ ମଧ୍ଯରୁ ଦୁଇ ଗୁରୁତର ଆହତ ହୋଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରେ।ଗୁରୁତର ଆହତ ହେଲେ କୁଣ୍ଡେଇହତା ଗାଁର ହେମନ୍ତ ସେଠୀ(୪୫) ଓ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା(୫୭)। ଅନ୍ୟ ଆହତ ଦୁଇଜଣ ହେଲେ କୁଣ୍ଡେଇହତା ଗାଁର ଦ୍ବିତୀକୃଷ୍ଣ ଦେହୁରୀ(୪୫) ଓ ଗୋପି […]

ତେଲକୋଇ: ତେଲକୋଇ ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ କମୁନାହିଁ। ଗୁରୁତ୍ୱର ସକାଳେ ପୁଣି ୪ ଜଣଙ୍କୁ ଆକ୍ରମଣ କରିଛି ଗୋଠଛଡା ଦନ୍ତା। ଦନ୍ତା ଆକ୍ରମଣ 4ଜଣକ ମଧ୍ଯରୁ ଦୁଇ ଗୁରୁତର ଆହତ ହୋଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରେ।ଗୁରୁତର ଆହତ ହେଲେ କୁଣ୍ଡେଇହତା ଗାଁର ହେମନ୍ତ ସେଠୀ(୪୫) ଓ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା(୫୭)। ଅନ୍ୟ ଆହତ ଦୁଇଜଣ ହେଲେ କୁଣ୍ଡେଇହତା ଗାଁର ଦ୍ବିତୀକୃଷ୍ଣ ଦେହୁରୀ(୪୫) ଓ ଗୋପି ଦେହୁରୀ(୪୮)।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

କୁଣ୍ଡେଇହତା ଗାଁରୁ ଗୋପିନାଥପୁର କୁ କେନ୍ଦୁପତ୍ର ବାନ୍ଧିବା ପାଇଁ ଯାଉଥିବା ବେଳେ ରାସ୍ତା ଉପରକୁ ହଠାତ ଗୋଠଛଡା ଦନ୍ତା ଟି ଚାଲି ଆସି କେନ୍ଦୁପତ୍ର ବାନ୍ଧି ବାକୁ ଯାଉଥିବା ଲୋକ ଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା ।ଫଳରେ ସମସ୍ତେ ଆହତ ହୋଇଛନ୍ତି।ସେମାନଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ତେବେ ହେମନ୍ତ ସେଠୀ ଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସେହିଭଳି ବିମଳା ଫରେଷ୍ଟ ବିଟ ମଲଣ୍ଡା ଗାଁର ଚୁଳିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଜଙ୍ଗଲ କୁ ଯାଉଥିବା ବେଳେ ତଇଲା ସାହି ଜଙ୍ଗଲ ନିକଟରେ ସ୍ତ୍ରୀ ସାମନାରୁ ସ୍ବାମୀ କୁ ଘୋଷାଡି ନେଇ କଚାଡି ଦେଇଥିଲା ଦନ୍ତା। ଫଳରେ ଚୁଳିଆ ମୁଣ୍ଡା ଗୁରୁତର ହୋଇପଡିଥିଲେ। ବନ କର୍ମଚାରି ଖବର ପାଇ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଛନ୍ତି। ତେଲକୋଇ ବନାଚଳ ଅଧୀନରେ ଚଳିତ ବର୍ଷ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି।ସେହିପରି ଉକ୍ତ ବନାଚଳ ରେ କମ ସଂଖ୍ୟକ କର୍ମଚାରୀ ରହୁଥିବା ଯୋଗୁଁ ହାତୀ ଘଉଡାଇବା ରେ ବିଫଳ ହୋଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର